World Cup 2023: ବିଶ୍ୱକପ୍ ଟ୍ରଫି ଉପରେ ପାଦ ରଖିବା ନେଇ ପ୍ରତିକ୍ରିୟା ଦେଲେ ମିଚେଲ ମାର୍ଶ, କହିଲେ- 'ମୁଁ ପୁଣି ଥରେ...'
Advertisement
Article Detail0/zeeodisha/odisha1987538

World Cup 2023: ବିଶ୍ୱକପ୍ ଟ୍ରଫି ଉପରେ ପାଦ ରଖିବା ନେଇ ପ୍ରତିକ୍ରିୟା ଦେଲେ ମିଚେଲ ମାର୍ଶ, କହିଲେ- 'ମୁଁ ପୁଣି ଥରେ...'

Mitchell Marsh: ବିଶ୍ୱକପ ଟ୍ରଫିରେ ପାଦ ଦେଇ ଫଟୋ ଉଠାଇଥିବା ଅଷ୍ଟ୍ରେଲୀୟ ଖେଳାଳି ମିଚେଲ ମାର୍ଶ ଶେଷରେ ନିଜର ନିରବତାକୁ ଭାଙ୍ଗିଛନ୍ତି । ଏହି ପ୍ରସଙ୍ଗରେ ସେ କ’ଣ କହିଛନ୍ତି ଆସନ୍ତୁ ଆପଣଙ୍କୁ କହୁଛୁ ।

 

Mitchell Marsh

ICC World Cup 2023: ଦିନିକିଆ ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଏବଂ ଅଷ୍ଟ୍ରେଲିଆ ୬ ୱିକେଟରେ ଭାରତକୁ ପରାସ୍ତ କରି ଫାଇନାଲ ମ୍ୟାଚ ଜିତି ନେଇଥିଲା । ଏହି ବିଜୟ ପରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ (Mitchell Marsh) ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିଶ୍ୱକପ ଟ୍ରଫିରେ (World Cup Trophy) ଦୁଇ ପାଦ ରଖି ବିଶ୍ରାମ ନେଉଥିବା ନଜର ଆସିଥିଲେ ।

ଏହି ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲେ ହେବା ପରେ ମିଚେଲ ମାର୍ଶଙ୍କୁ ଭାରତରେ ବହୁତ ସମାଲୋଚନା କରାଯାଇଥିଲା । ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଏହାକୁ କ୍ରିକେଟ୍ ଓ ବିଶ୍ୱକପ୍ ଟ୍ରଫି ପାଇଁ ଅପମାନ ବୋଲି କହିଥିଲେ । ଗତ ୧୦ ଦିନ ଧରି ସୋସିଆଲ ମିଡିଆରେ ମିଚେଲ ମାର୍ଶଙ୍କ ଏହି ଫଟୋକୁ ନେଇ ଉତ୍ତେଜନା ଦେଖାଦେଇଛି, କିନ୍ତୁ ବର୍ତ୍ତମାନ ମାର୍ଶ ନିଜର ନୀରବତାକୁ ଭାଙ୍ଗି ଏହା ଉପରେ ପତିକ୍ରିୟା ଦେଇଛନ୍ତି ।

ବିଶ୍ୱକପ ଟ୍ରଫିରେ ପୁଣିଥରେ ପାଦ ରଖିବା ମିଚେଲ ମାର୍ଶ
ସେନ୍ ରେଡିଓକୁ ଦେଇଥିବା ଏକ ସାକ୍ଷାତକାରରେ ମିଚେଲ ମାର୍ଶ କହିଛନ୍ତି ଯେ ଟ୍ରଫି କିମ୍ବା ଭାରତୀୟ ପ୍ରଶଂସକଙ୍କୁ ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ଯେତେବେଳେ ମିଚେଲଙ୍କୁ ପଚରାଯାଇଥିଲା ଯେ ସେ ପୁଣି ବିଶ୍ୱକପ ଟ୍ରଫିରେ ପାଦ ଦେବେ କି? ଏହାର ଉତ୍ତରରେ ମାର୍ଶ କହିଛନ୍ତି, ସତ କହିବାକୁ ଗଲେ ବୋଧହୁଏ ହଁ, ମୁଁ କରିବି । ମୁଁ ଏ ବିଷୟରେ ଅଧିକ ଚିନ୍ତା କରି ନାହିଁ । ସୋସିଆଲ ମିଡିଆରେ ମୁଁ ଏହା ବିଷୟରେ ଅଧିକ ଦେଖି ନାହିଁ, ଯଦିଓ ଅନେକ ଲୋକ ମୋତେ କହିଥିଲେ ଯେ ଏହା ବିଷୟରେ ଆଲୋଚନା ଶେଷ ହୋଇଯାଇଛି । ଏଥିରେ କିଛି ନଥିଲା ।"

ମହମ୍ମଦ ଶାମି ମଧ୍ୟ ଦେଇଛନ୍ତି ପ୍ରତିକ୍ରିୟା 
କହିରଖୁଛୁ ଯେ ମିଚେଲ ମାର୍ଶଙ୍କ ଏହି ଭାଇରାଲ ଫଟୋ ଉପରେ ମହମ୍ମଦ ଶାମି ମଧ୍ୟ ଏକ ବୟାନ ଦେଇଛନ୍ତି । ସେ କହିଥିଲେ, "ସେହି ଜିନିଷ ମୋତେ ମଧ୍ୟ ବହୁତ ଦୁଃଖ ଦେଇଛି । ସମସ୍ତ ଦେଶ ଏହି ଟ୍ରଫି ପାଇଁ ଖେଳନ୍ତି, ସମସ୍ତେ ଏହି ଟ୍ରଫିକୁ ନିଜ ମୁଣ୍ଡରେ ଉଠାଇବାକୁ ଚାହାଁନ୍ତି, ଏବଂ ସେ ସେହି ଟ୍ରଫି ଉପରେ ପାଦ ରଖିଥିଲେ, ଯାହା ମୋ ପାଇଁ ଆଦୌ ଭଲ ଲାଗି ନ ଥିଲା । ସେ ତାହା କରିବା ଉଚିତ୍ ନ ଥିଲା ।"