Mark Taylor on Free Hit: ଫ୍ରି ହିଟ୍ ନିୟମରେ ପରିବର୍ତ୍ତନ ଚାହୁଁଛନ୍ତି ପୂର୍ବତନ ଅଧିନାୟକ, ଭାରତ-ପାକିସ୍ତାନ ମ୍ୟାଚ୍ ପରେ କହିଲେ ଏହାର କାରଣ
Advertisement
Article Detail0/zeeodisha/odisha1409960

Mark Taylor on Free Hit: ଫ୍ରି ହିଟ୍ ନିୟମରେ ପରିବର୍ତ୍ତନ ଚାହୁଁଛନ୍ତି ପୂର୍ବତନ ଅଧିନାୟକ, ଭାରତ-ପାକିସ୍ତାନ ମ୍ୟାଚ୍ ପରେ କହିଲେ ଏହାର କାରଣ

Mark Taylor on Free Hit: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାର୍କ ଟେଲର ଫ୍ରି ହିଟ୍ ନିୟମରେ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ ମେଲବୋର୍ଣ୍ଣରେ ଭାରତ ବନାମ ପାକିସ୍ତାନ ଟି-20 ବିଶ୍ୱକପ ମ୍ୟାଚରେ ତଥାକଥିତ ବିବାଦୀୟ ଭାବେ ଶେଷ ହେବା ପରେ ଖେଳର କିଛି ନିୟମକୁ ସୁଧାର କରାଯିବା ଆବଶ୍ୟକ । 

Mark Taylor on Free Hit: ଫ୍ରି ହିଟ୍ ନିୟମରେ ପରିବର୍ତ୍ତନ ଚାହୁଁଛନ୍ତି ପୂର୍ବତନ ଅଧିନାୟକ, ଭାରତ-ପାକିସ୍ତାନ ମ୍ୟାଚ୍ ପରେ କହିଲେ ଏହାର କାରଣ

Mark Taylor on Free Hit: ରବିବାର ଟି-20 ବିଶ୍ୱକପରେ ଭାରତ ଓ ପାକିସ୍ତାନର ମ୍ୟାଚର ଶେଷ ଓଭରରେ ଫ୍ରି ହିଟକୁ ନେଇ ତଥାକଥିତ ବିବାଦ ଦେଖାଦେଇଛି । ଏହାକୁ ନେଇ ପାକିସ୍ତାନରେ ହଙ୍ଗମା ଜାରି ରହିଛି । ପାକିସ୍ତାନର ପୂର୍ବତନ ଖେଳାଳି ସମେତ ଫ୍ୟାନ୍ସମାନେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସେପଟେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାର୍କ ଟେଲର ଫ୍ରି ହିଟ୍ ନିୟମରେ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ ମେଲବୋର୍ଣ୍ଣରେ ଭାରତ ବନାମ ପାକିସ୍ତାନ ଟି-20 ବିଶ୍ୱକପ ମ୍ୟାଚରେ ତଥାକଥିତ ବିବାଦୀୟ ଭାବେ ଶେଷ ହେବା ପରେ ଖେଳର କିଛି ନିୟମକୁ ସୁଧାର କରାଯିବା ଆବଶ୍ୟକ । ୨୦ ଓଭରର ଶେଷ ବଲରେ ଭାରତ ଜିତିଥିଲା । ଭାରତ ଏହି ମ୍ୟାଚକୁ ୪ ୱିକେଟରେ ଜିତି ଥିଲା । କିନ୍ତୁ ମହମ୍ମଦ ନୱାଜଙ୍କ ଏହି ଶେଷ ଓଭରରେ ଭାରତକୁ ଏକ ଫ୍ରି ହିଟ୍ ମିଳିଥିଲା, ଯେଉଁଥିରେ ବିରାଟ କୋହଲି କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ । ଏହାସହ ଦଳକୁ ବାଇ ଭାବେ ୩ ରନ୍ ମିଳିଥିଲା । ଏହାକୁ ନେଇ ମାର୍କ ଟେଲର ଚାହୁଁଛନ୍ତି ଯେ ନିୟମଗୁଡ଼ିକ ପରିବର୍ତ୍ତନ କରାଯାଉ ।

ଭାରତ ଓ ପାକିସ୍ତାନ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଯେତେବେଳେ ଜିତିବା ପାଇଁ ୩ ବଲରେ ୫ ରନ୍ ଆବଶ୍ୟକ ରହିଥିଲା । ସେତେବେଳେ ବିରାଟ କୋହଲି ଏକ ଫ୍ରି ହିଟ୍ ବଲରେ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ । କିନ୍ତୁ ବଲ୍ ଥର୍ଡ ମ୍ୟାନ୍ ଆଡକୁ ଯାଇଥିଲା, ଯାହା ଫଳରେ ବିରାଟ କୋହଲି ଦୀନେଶ କାର୍ତ୍ତିକଙ୍କ ସହ ମିଶି ତିନି ରନ୍ ନେଇଥିଲେ । ନିୟମ ଅନୁଯାୟୀ, ଟିମ୍ ଇଣ୍ଡିଆକୁ ୩ ରନ୍ ମିଳିବାର ଥିଲା, ଯାହା ଦଳକୁ ମଧ୍ୟ ମିଳିଥିଲା । ଯଦିଓ ପାକିସ୍ତାନ ଦଳର ଅଧିନାୟକ ଓ ବାକି ଖେଳାଳିମାନେ ଏହାକୁ ବିରୋଧ କରିଥିଲେ, କିନ୍ତୁ ଫିଲ୍ଡ ଅମ୍ପାୟାର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ । କାରଣ ଏହା ଆଇସିସି ନିୟମ ବିରୁଦ୍ଧରେ ନଥିଲା ଯେ ଭାରତକୁ ରନ୍ ପ୍ରଦାନ କରାଯିବା ଅନୁଚିତ ।

ଆଇସିସି ଆଇନ ୨୦.୧ ଅନୁଯାୟୀ, ବଲ୍ ସେତେବେଳେ ଡେଡ୍ ହୋଇଯାଏ ଯେତେବେଳେ ଏହା “ୱିକେଟ୍ କିପର କିମ୍ବା ବୋଲରଙ୍କ ହାତରେ ଆସିଯାଏ” କିମ୍ବା “ଏକ ବାଉଣ୍ଡ୍ରି ହୋଇଯାଏ” କିମ୍ବା “ଜଣେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଏ” । ତେବେ ବ୍ୟାଟ୍ସମ୍ୟାନଙ୍କୁ ଫ୍ରି ହିଟରେ ନା ବୋଲ୍ଡ କରାଯାଇ ହେବ ନା କ୍ୟାଚ୍ ଆଉଟ୍ କରାଯାଇ ହେବ । ଏଭଳି ପରିସ୍ଥିତିରେ ଷ୍ଟମ୍ପରେ ବଲ୍ ବାଜିବା ପରେ ବଲ୍ ଡେଡ୍ ହୋଇ ନଥାଏ ଓ ରନ୍ ନିଆଯାଇପାରେ । ଏଥିପାଇଁ ଭାରତୀୟ ଦଳ ପାଖରେ ପୂରା ଅଧିକାର ଥିଲା ।

ଏହି ପ୍ରସଙ୍ଗରେ ମାର୍କ ଟେଲର ୱାଇଡ୍ ୱାର୍ଲ୍ଡ ଅଫ୍ ସ୍ପୋର୍ଟସରେ କହିଛନ୍ତି ଯେ, "ବ୍ୟାଟିଂ ଦଳ ଏଭଳି ପରିଦୃଶ୍ୟର ଫାଇଦା ଉଠାଇବା ଉଚିତ ନୁହେଁ ଯାହା ସାଧାରଣତଃ ଡିସମିସଲର କାରଣ ହୋଇଥାଏ । ମୁଁ ଭାବୁଛି ଯଦି ବଲ ଷ୍ଟମ୍ପକୁ ବାଜି ଥାଏ ତେବେ ଆପଣ ପ୍ରକୃତରେ ଏକ ଅନ୍ୟାୟ ଲାଭ ପ୍ରାପ୍ତ କରୁଛନ୍ତି । ପ୍ରଥମତଃ ଯେପରି ଆମେ ରବିବାର ରାତିରେ ଦେଖିଛୁ, ବଲ୍ ଯେକୌଣସି ସ୍ଥାନକୁ ଯାଇପାରେ । ଦ୍ୱିତୀୟ କଥା ହେଉଛି ଯେ ଯଦି ଫିଲ୍ଡିଂ ଦଳ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାକୁ ଚେଷ୍ଟା କରୁଛି ଓ ବେଲ୍ସଗୁଡିକ ପୂର୍ବରୁ ମାଟିରେ ପଡ଼ିଅଛି ଓ ଆପଣଙ୍କୁ ଷ୍ଟମ୍ପକୁ ହଟାଇବାକୁ ପଡିବ, ଏହା ମଧ୍ୟ କଠିନ ଅଟେ ।"

ଅଧିକ ପଢ଼ନ୍ତୁ:-ପରାଜୟକୁ ହଜମ କରିପାରୁନି ପାକିସ୍ତାନ, ଅମ୍ପାୟାରଙ୍କ ଉପରେ ଅଙ୍ଗୁଳି ଉଠାଉଛନ୍ତି ପୂର୍ବତନ ଖେଳାଳି ତ PCB ଚିଫ୍ ରମିଜ ରାଜା ଦେଲେ ବଡ଼ ବୟାନ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳି ଗୋଟିଏ ମ୍ୟାଚରେ ହିଁ ଭିଲେନରୁ ପାଲଟିଲେ ହିରୋ, ପାକିସ୍ତାନଠୁ ନେଲେ ପ୍ରତିଶୋଧ

ଅଧିକ ପଢ଼ନ୍ତୁ:-ବାହାଘରର ମାତ୍ର ୩ ଘଣ୍ଟା ପରେ 'ମା' ହେଲେ ନୂଆ ବୋହୂ, ଡାକ୍ତର କହିଲେ-ଅଭିନନ୍ଦନ ପୁଅ ହୋଇଛି

ସେ ଆଗକୁ କହିଛନ୍ତି ଯେ, "ମୁଁ ଭାବୁଛି ଯଦି ବ୍ୟାଟ୍ସମ୍ୟାନ୍ ବୋଲ୍ଡ ହୋଇଯାଆନ୍ତି କିମ୍ବା ଫ୍ରି ହିଟରେ କ୍ୟାଚ୍ ହୋଇଯାଏ, ତେବେ ଆପଣ ନଟ୍ ଆଉଟ୍ ହିଁ ରହୁଛନ୍ତି । କିନ୍ତୁ ବଲ୍ ସେହି ସମୟରେ ଡେଡ୍ ହୋଇଯିବା ଆବଶ୍ୟକ, ଏହା ଉଚିତ୍ ଓ ତର୍କ ସଙ୍ଗତ ହେବ । ଆପଣଙ୍କୁ ଏକ ଫ୍ରି ହିଟରେ ଆଉଟ୍ ନ ହେବାର ଲାଭ ମିଳିଛି । କିନ୍ତୁ ଆପଣଙ୍କୁ ଦ୍ୱିତୀୟ ସେଥିରୁ ଲାଭ ଉଠାଇବା ଉଚିତ୍ ନୁହେଁ ।"