MS Dhoni: ମହେନ୍ଦ୍ର ସିଂ ଧୋନି ନେବାକୁ ଯାଉଛନ୍ତି ଏକ ବଡ ନିଷ୍ପତ୍ତି, ସୋସିଆଲ ମିଡିଆରେ କଲେ ଘୋଷଣା
Advertisement

MS Dhoni: ମହେନ୍ଦ୍ର ସିଂ ଧୋନି ନେବାକୁ ଯାଉଛନ୍ତି ଏକ ବଡ ନିଷ୍ପତ୍ତି, ସୋସିଆଲ ମିଡିଆରେ କଲେ ଘୋଷଣା

MS Dhoni Social Media Post: ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏମଏସ ଧୋନି କହିଛନ୍ତି ଯେ ସେ ୨୫ ସେପ୍ଟେମ୍ବରରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

ସୌ: ସୋସିଆଲ ମିଡିଆ

MS Dhoni Social Media Post: ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆସନ୍ତାକାଲି ଅର୍ଥାତ୍ ୨୫ ସେପ୍ଟେମ୍ବରରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଥିବା ଧୋନି ନିଜେ ସୋସିଆଲ ମିଡିଆରେ କହିଛନ୍ତି ଯେ ସେ ଆସନ୍ତାକାଲି (ରବିବାର) ଅପରାହ୍ନ ୨ ଟାରେ ଫେସବୁକ୍ ଲାଇଭରେ ଏକ ମଜାଦାର ଖବର ଦେବାକୁ ଯାଉଛନ୍ତି ।

ଏମଏସ ଧୋନି ନିଜ ଫେସବୁକ ପ୍ରୋଫାଇଲରେ ପୋଷ୍ଟ କରି ଲାଇଭ ଆସିବା ବିଷୟରେ ସୂଚନା ଦେଇଛନ୍ତି । ବିଶ୍ୱାସ କରାଯାଏ ଯେ ମାହି ଏକ ବଡ଼ ଘୋଷଣା କରିପାରନ୍ତି । ମହେନ୍ଦ୍ର ସିଂ ଧୋନି ତାଙ୍କ ପ୍ରଶଂସକଙ୍କ ସହ ଲାଇଭ ସଂଯୋଗ ହେବାକୁ ଯାଉଛନ୍ତି । ସେପ୍ଟେମ୍ବର ୨୫ ରେ ଧୋନି ତାଙ୍କ ପ୍ରଶଂସକଙ୍କ ସହ କଥା ହେବେ ଓ ଆଶା କରାଯାଉଛି ଯେ ସେ ଏକ ବଡ ନିଷ୍ପତ୍ତି ନେବେ । ଏମଏସ ଧୋନି ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, "ମୁଁ ଆପଣଙ୍କ ସହ ଏକ ଖବର ସେୟାର କରିବି । ସେପ୍ଟେମ୍ବର ୨୫ ରେ ଅପରାହ୍ନ ୨ ଟାରେ ଲାଇଭ ଆସି ମୁଁ ଏହି ସୂଚନା ଦେବି । ଆଶା କରୁଛି ଆପଣ ସମସ୍ତେ ସେଠାରେ ଥିବେ ।"

ଅନ୍ତର୍ଜାତୀୟ କ୍ରିକେଟ୍ କୁ ବିଦାୟ ଦେଇଥିବା ଏମଏସ ଧୋନି ହେଉଛନ୍ତି ଆଇସିସି ଇଭେଣ୍ଟ (ODI ବିଶ୍ୱକପ, ଟି-୨୦ ବିଶ୍ୱକପ ଓ ଚାମ୍ପିଅନ୍ସ ଟ୍ରଫି) ଜିତିବାରେ ବିଶ୍ୱର ଏକମାତ୍ର ଅଧିନାୟକ । ସେ ଆଇପିଏଲରେ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଚାରିଥର ଚାମ୍ପିୟନ କରାଇଛନ୍ତି । 

ଧୋନି ୨୩ ଡିସେମ୍ବର ୨୦୦୪ ରେ ବାଂଲାଦେଶ ବିପକ୍ଷରେ ODI ଡେବ୍ୟୁ କରିଥିଲେ । ଏହା ପରେ ସେ ଡିସେମ୍ବର ୨୦୦୫ ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ୨୦୫ ରେ ODI ଡେବ୍ୟୁ ପରେ ଧୋନି ପାକିସ୍ତାନ ବିପକ୍ଷରେ ତୁଫାନୀ ପାଳି ଖେଳିଥିଲେ । ସେ ୧୫ ଚୌକା ଓ ୪ ଛକା ସହାୟତାରେ ୧୨୩ ବଲରେ ୧୪୮ ରନ୍ ସ୍କୋର କରିଥିଲେ । ଧୋନିଙ୍କୁ ସେପ୍ଟେମ୍ବର ୨୦୦୭ ରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକତ୍ୱ ପ୍ରଦାନ କରାଯାଇଥିଲା । ସେ ଟି-୨୦ ବିଶ୍ୱକପ ୨୦୦୭ ରେ ଭାରତର ଅଧିନାୟକତ୍ୱ ଗ୍ରହଣ କରି ଭାରତକୁ ବିଶ୍ୱ ଚାମ୍ପିୟନ କରାଇଥିଲେ । ମାହିଙ୍କ ଅଧିନାୟକତ୍ୱରେ ଭାରତ ୨୦୧୧ ବିଶ୍ୱକପ ଜିତିଥିଲା ​। ୨୮ ବର୍ଷ ପରେ ଭାରତ ଏକଦିବସୀୟ ବିଶ୍ୱକପ ହାତେଇ  ଥିଲା । 

ଧୋନିଙ୍କର ଏପରି ଅନେକ ରେକର୍ଡ ଅଛି ଯାହାକୁ କୌଣସି ଖେଳାଳି ଭାଙ୍ଗିବା ଏତେ ସହଜ ହେବ ନାହିଁ । ସେ ହେଉଛନ୍ତି ବିଶ୍ୱର ତୃତୀୟ ୱିକେଟ୍ କିପର ଯିଏ ୱିକେଟ୍ ପଛରେ ସର୍ବାଧିକ ଆଉଟ କରିଛନ୍ତି । ଧୋନି ୩୫୦ ମ୍ୟାଚରେ ୪୪୪ ଜଣ ଖେଳାଳିଙ୍କୁ ଆଉଟ କରିଛନ୍ତି । ଏଥିରେ ୩୨୧ କ୍ୟାଚ୍ ଓ ୧୨୩ ଷ୍ଟମ୍ପିଂ ଅନ୍ତର୍ଭୁକ୍ତ । ଏହି ପ୍ରସଙ୍ଗରେ କୁମାର ସାଙ୍ଗାକାରା ପ୍ରଥମ ସ୍ଥାନରେ ଅଛନ୍ତି । ସେ ୪୮୨ ଖେଳାଳିଙ୍କୁ ପାଭିଲିୟନକୁ ପଠାଇଛନ୍ତି । ଦ୍ୱିତୀୟ ସ୍ଥାନରେ ଆଦାମ ଗିଲକ୍ରିଷ୍ଟ ଅଛନ୍ତି ।

ଏହା ବି ପଢ଼ନ୍ତୁ: ରୋହିତ ଶର୍ମା ରଚିଲେ ଇତିହାସ, ଟି-20 କ୍ରିକେଟରେ ନିଜ ନାଁରେ କଲେ ଏହି ବିଶ୍ୱ ରେକର୍ଡ