INDIA Vs SPAIN Live: ଭାରତକୁ ବିଜୟ ଦେଲେ ଓଡ଼ିଆ ପୁଅ ଅମିତ ରୋହିଦାସ
Advertisement

INDIA Vs SPAIN Live: ଭାରତକୁ ବିଜୟ ଦେଲେ ଓଡ଼ିଆ ପୁଅ ଅମିତ ରୋହିଦାସ

India Vs Spain Live Updates: ଆଉ କିଛି ସମୟ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଭାରତ-ସ୍ପେନ ଲଢେଇ। ବିଜୟରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବା ଲକ୍ଷରେ ରହିଛି ଭାରତ। ନବନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରୁ ଭାରତ ତାର ଅଭିଯାନ ଆରମ୍ଭ କରିବ। 

INDIA Vs SPAIN Live: ଭାରତକୁ ବିଜୟ ଦେଲେ ଓଡ଼ିଆ ପୁଅ ଅମିତ ରୋହିଦାସ
LIVE Blog
13 January 2023
20:51 PM

ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ। ୨-୦ ଗୋଲରେ ସ୍ପେନକୁ ହରାଇଲା ଘରୋଇ ଦଳ। ଏହି ବିଜୟ ଆଣିଦେଲେ ଓଡ଼ିଆ ପୁଅ ଅମିତ ରୋହିଦାସ।

20:30 PM

ତୃତୀୟ କ୍ୱାର୍ଟରରେ ତୃତୀୟ ଗୋଲ ସୁଯୋଗକୁ ହାତଛଡ଼ା କରିଛି ଭାରତ। ତେବେ ତୃତୀୟ କ୍ୱାର୍ଟର ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଛି। 

19:57 PM

ଦୁଇଟି କ୍ୱାର୍ଟରର ଖେଳ ଶେଷ ହୋଇଛି। ତୃତୀୟ କ୍ୱାର୍ଟର ଖେଳ ଜାରି ରହିଛି। ହାପ ଟାଇମ ପର୍ଯ୍ୟନ୍ତ ଭାରତ ୨-୦ ଗୋଲରେ ଆଗୁଆ ରହିଛି। ପ୍ରଥମ ୩୦ ମିନିଟରେ ବେସ ଦମଦାର ଆରମ୍ଭ କରିଛି ଭାରତ। ଚାରିଟି ସଟ ମଧ୍ୟରୁ ଭାରତକୁ ଦୁଇଟିରେ ସଫଳତା ମିଳିଛି। ସ୍ପେନ ୩ଟି ପ୍ରୟାସ କରିଥିଲା ମାତ୍ର ବିଫଳ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ ୩ଟି ପେନାଲ୍ଟି ସୁଯୋଗ ମିଳିଛି। ସେଥିରୁ ଗୋଟିଏକୁ ଗୋଲରେ ପରିଣତ କରିଛି। 

19:54 PM

ଦ୍ୱିତୀୟ କ୍ୱାର୍ଟରରେ ଭାରତ ପକ୍ଷରୁ ଦ୍ୱିତୀୟ ଗୋଲ। ଭାରତର ପ୍ରୟାସକୁ ଅଟକାଇବାକୁ ଉଦ୍ୟମ କରିଥିଲା ସ୍ପେନ। ମାତ୍ର ବିଫଳ ହୋଇଥିଲା। ଫଳରେ ହାର୍ଦ୍ଦିକ ସିଂହଙ୍କ ଗୋଲ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଭାରତ ୨-୦ ଗୋଲରେ ଆଗୁଆ।

19:37 PM

ଶେଷ ହେଲା ପ୍ରଥମ କ୍ୱାର୍ଟର। ଭାରତ ପକ୍ଷରୁ ଓଡ଼ିଆ ପୁଅ ଅମିତ ରୋହିଦାସ ଖେଳର ୧୧ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଏହା ସହିତ ପ୍ରଥମ କ୍ୱାର୍ଟରରେ ଖେଳ ୧-୦ରେ ଆଗୁଆ ରହିଛି। ଭାରତ ବେଶ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛି।

19:24 PM

INDIA Vs SPAIN Live: ଭାରତ ଓ ସ୍ପେନ ମଧ୍ୟରେ ଖେଳ ଆରମ୍ଭ ହୋଇଛି। ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମୈଦାନରେ ଭାରତ। ଏହା ପୂର୍ବରୁ ଗ୍ରୁପ ଡିର ଇଂଲଣ୍ଡ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୫-୦ ଗୋଲରେ ଓ୍ୱେଲ୍ସକୁ ହରାଇଛି। 

19:20 PM

INDIA Vs SPAIN Live: ଭାରତ ଓ ସ୍ପେନ ଲଢେଇ

ଭାରତ ପକ୍ଷରୁ ପ୍ରଥମ ଗୋଲ। ଓଡ଼ିଆ ପୁଅ ଅମିତ ରୋହିଦାସ ଦେଲେ ପ୍ରଥମ ଗୋଲ। ପ୍ରଥମାର୍ଦ୍ଧରେ ଖେଳ ୧-୦ ଗୋଲରେ ଆଗୁଆ। 

19:14 PM

INDIA Vs SPAIN Live: ମ୍ୟାଚ ପୂର୍ବରୁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

18:56 PM

ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୪୮ ବର୍ଷ ପରେ ଟିମ୍ ଇଣ୍ଡିଆ ଏକ ପଦକ ଜିତିବାକୁ ଲକ୍ଷ୍ୟ ରଖିବ। ଯଦି ସେ ଏଥର ପଦକ ଜିତିବାରେ ସଫଳ ହୁଏ, ତେବେ ଆଠ ଥର ଅଲିମ୍ପିକ୍ ଚାମ୍ପିଅନ୍ ଦଳର ବିଶ୍ୱ ହକି ଉପରେ ପ୍ରାଧାନ୍ୟ ଦେବାର ସମ୍ଭାବନା ଅଧିକ ରହିବ। ଭାରତ ଏପର୍ଯ୍ୟନ୍ତ ତିନୋଟି ପଦକ ଜିତିଛି। ୧୯୭୧ରେ ଉଦ୍ଘାଟନୀ ସଂସ୍କରଣରେ ଏକ ପଦକ ଜିତିଥିଲା। ୧୯୭୩ରେ ଦ୍ୱିତୀୟ ପଦକ ଜିତିଥିଲା। ୧୯୭୫ରେ ଅଜିତ ପାଲ ସିଂଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲେ।

18:52 PM

ସ୍ପେନ: ଏଣ୍ଡ୍ରିୟାସ ରଫି, ଏଲେଜାନ୍ଦ୍ରୋ ଆଲୋନସୋ, ସୀଜର ଫ୍ୟୁରିଲ, ଜାଭି ଗିସ୍ପର୍ଟ, ବୋର୍ଜା ଲୋଭାଲେ, ଅଲଓ୍ୱାରୋ ଇଗ୍ଲୋସିୟସ, ଇଗ୍ନାସିୟୋ ରୋଡ୍ରୀଗଜ, ଏନରିକ ଗୋଞ୍ଜାଲେଜ, ଜେରାର୍ଡ କ୍ଲେପ୍ସ, ଜୋର୍ଡୀ ବୋନାସ୍ତ୍ରୋ, ଜୋକିନ ମେନିନୀ, ମାରୀୟୋ ଗାରିନ (ଗୋଲ କିପର), ମାର୍କ ରେନେ, ମାର୍କ ମିରାଲେସ (ଅଧିନାୟକ),  ପେପେ କୁନୀଲ, ମାର୍କ ରିକସେନ୍ସ, ପାଓ କୁନୀଲ, ମାର୍କ ଭିଜକୈନୋ। 

18:43 PM

ଭାରତ: ପିଆର ଶ୍ରୀଜେସ, କୃଷ୍ଣା ପାଠକ, ଜରମନପ୍ରୀତ ସିଂହ, ସୁରେନ୍ଦ୍ର କୁମାର, ହରମନପ୍ରୀତ ସିଂହ(ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ, ନୀଲମ ସଂଞ୍ଜୀପ ସେସ, ମନପ୍ରୀତ ସିହଂ, ହାର୍ଦ୍ଦିକ ସିଂହ, ନୀଳକାନ୍ତ ଶର୍ମା, ଶମସେର ସିଂହ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂହ, ମନଦୀପ ସିଂହ, ଲଳୀତ  କୁମାର ଉପାଧ୍ୟାୟ, ଅଭିଷେକ, ସୁଖଜୀତ ସିଂହ।

18:40 PM

Hockey World Cup 2023: ନମସ୍କାର! ଜି ଓଡ଼ିଶା ନ୍ୟୁଜ୍ ର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗରେ, ଆମେ ଆପଣଙ୍କୁ ପୁରୁଷ ହକି ବିଶ୍ୱକପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ସ୍ପେନ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଲିଗ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ । ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।