India vs England Hockey: ଭାରତ ଓ ଇଂଲଣ୍ଡ ମଧ୍ୟରେ ଡ୍ର ହେଲା ମ୍ୟାଚ, ପଏଣ୍ଟ ସେୟାର କରିବେ ଉଭୟ ଦଳ
Advertisement

India vs England Hockey: ଭାରତ ଓ ଇଂଲଣ୍ଡ ମଧ୍ୟରେ ଡ୍ର ହେଲା ମ୍ୟାଚ, ପଏଣ୍ଟ ସେୟାର କରିବେ ଉଭୟ ଦଳ

FIH Hockey Men’s World Cup 2023 India vs England: ହକି ବିଶ୍ୱକପ୍ ୨୦୨୩ ରେ ଭାରତୀୟ ଦଳର ଦ୍ୱିତୀୟ ମ୍ୟାଚ୍ ଇଂଲଣ୍ଡ ସହିତ ଡ୍ର ସହ ଶେଷ ହୋଇଛି । ପ୍ରଥମ ମ୍ୟାଚରେ ସ୍ପେନ୍ ବିପକ୍ଷରେ ଜିତିଥିବା ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଜିତିବା ଉଦ୍ଦେଶ୍ୟରେ ପଡିଆକୁ ଓହ୍ଲାଇଥିଲା, କିନ୍ତୁ ତାହା ହୋଇ ନଥିଲା । 

ସୌ: ସୋସିଆଲ ମିଡିଆ
LIVE Blog

FIH Hockey Men’s World Cup 2023 India vs England: ହକି ବିଶ୍ୱକପ୍ ୨୦୨୩ ରେ ଭାରତୀୟ ଦଳର ଦ୍ୱିତୀୟ ମ୍ୟାଚ୍ ଇଂଲଣ୍ଡ ସହିତ ଡ୍ର ସହ ଶେଷ ହୋଇଛି । ପ୍ରଥମ ମ୍ୟାଚରେ ସ୍ପେନ୍ ବିପକ୍ଷରେ ଜିତିଥିବା ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଜିତିବା ଉଦ୍ଦେଶ୍ୟରେ ପଡିଆକୁ ଓହ୍ଲାଇଥିଲା, କିନ୍ତୁ ତାହା ହୋଇ ନଥିଲା । ଏହି ମ୍ୟାଚରେ ଉଭୟ ଦଳ କୌଣସି ଗୋଲ ସ୍କୋର କରିପାରିନଥିଲେ ଓ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା ।

15 January 2023
20:31 PM

IND vs ENG Live: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ରୋମାଞ୍ଚକ ମ୍ୟାଚ୍ ଡ୍ର ଆକାରରେ ଶେଷ ହୋଇଛି । କୌଣସି ଦଳ ଗୋଲ ସ୍କୋର କରିବାରେ ସଫଳ ହୋଇ ପାରିନାହାଁନ୍ତି ।

20:20 PM

IND vs ENG Live: ଭାରତ ଓ ଇଂଲଣ୍ଡ ମଧ୍ୟରେ ପୁଲ୍ ଡି ମ୍ୟାଚ୍ ହକି ବିଶ୍ୱକପରେ ଜାରି ରହିଛି । ମ୍ୟାଚରେ ଜୋରଦାର ଲଢ଼େଇ ଦେଖିବାକୁ ମିଳୁଛି । ଚତୃର୍ଥ କ୍ୱାର୍ଟର ସାରିବାକୁ ଆଉ କିଛି ସମୟ ବାକି ଅଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦଳ ସ୍କୋର କରି ପାରିନାହାଁନ୍ତି ।

20:19 PM

IND vs ENG Live: ତୃତୀୟ କ୍ୱାର୍ଟର ଖେଳ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ଭାରତ ଓ ଇଂଲଣ୍ଡର ସ୍କୋର 0-0 ରହିଛି । 

20:09 PM

IND vs ENG Live: ଭାରତକୁ ଏହା ମନେ ରଖିବାକୁ ହେବ ଯେ ବର୍ମିଂହାମ କମନୱେଲଥ ଗେମ୍ସରେ ଇଂଲଣ୍ଡ ୧-୪ରୁ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତକୁ ୪-୪ ଡ୍ର ରଖିଥିଲା । ଏହାପୂର୍ବରୁ, FIH ପ୍ରୋ ଲିଗରେ ଦୁଇଟି ମ୍ୟାଚ୍ ୪-୩ ବିଜୟ ଓ ଭାରତ ସପକ୍ଷରେ ୩-୩ ଡ୍ରରେ ଶେଷ ହୋଇଥିଲା । ତେବେ ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟର ଫାଇନାଲରେ ଭାରତ ନିଜର ପୁରୁଣା ପ୍ରତିଦ୍ୱନ୍ଦ୍ୱୀଙ୍କୁ ୩-୧ରେ ପରାସ୍ତ କରିଛି । ଇଂଲଣ୍ଡ ସହିତ ନିକଟରେ ହୋଇଥିବା ମୁକାବିଲା ଠାରୁ ଭାରତର ସବୁଠାରୁ ବଡ ଶିକ୍ଷା: ଯେତେ ବଡ଼ ଅଗ୍ରଣୀ ହୋଇଥାଉ ମଧ୍ୟ ଇଂଲଣ୍ଡ କେବେ ବି ଖେଳରୁ ଦୂରେଇ ଯାଏ ନାହିଁ ।

19:58 PM

IND vs ENG Live: ତୃତୀୟ କ୍ୱାର୍ଟର ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଭାରତ ଓ ଇଂଲଣ୍ଡର ସ୍କୋର 0-0 ରହିଛି । 

19:52 PM

IND vs ENG Live: ଭାରତ ଓ ଇଂଲଣ୍ଡ ମଧ୍ୟରେ ପୁଲ୍ ଡି ମ୍ୟାଚ୍ ହକି ବିଶ୍ୱକପରେ ଜାରି ରହିଛି । ପ୍ରଥମାର୍ଦ୍ଧ ଖେଳ ଶେଷ ହୋଇଛି, କିନ୍ତୁ କୌଣସି ଦଳ ଗୋଟିଏ ବି ଗୋଲ୍ ସ୍କୋର କରିପାରି ନାହାଁନ୍ତି । ସ୍କୋର 0-0 ରହିଛି । ଦୁଇଟି କ୍ୱାର୍ଟରରେ ୧୦ ରୁ ଅଧିକ ପେନାଲ୍ଟି କର୍ଣ୍ଣର ଦେଖିବାକୁ ମିଳିଥିଲା, କିନ୍ତୁ କୌଣସି ଗୋଲ ହୋଇନାହିଁ ।

 

19:48 PM

IND vs ENG Live: ଦ୍ୱିତୀୟ କ୍ୱାର୍ଟର ସମାପ୍ତ ହୋଇଛି । ଭାରତ ଓ ଇଂଲଣ୍ଡର ସ୍କୋର 0-0 ରହିଛି । ଦୁଇ ଦଳ ମଧ୍ୟରୁ କୌଣସି ଗୋଟିଏ ଦଳ ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି ।

19:44 PM

IND vs ENG Live: ଭାରତ ଓ ଇଂଲଣ୍ଡ ମଧ୍ୟରେ ପୁଲ୍ ଡି ମ୍ୟାଚ୍ ହକି ବିଶ୍ୱକପରେ ଜାରି ରହିଛି । ଦ୍ୱିତୀୟ କ୍ୱାର୍ଟରରେ ନବମ ମିନିଟରେ ଭାରତ ଏକ ପେନାଲ୍ଟି କର୍ନର ପାଇଥିଲା, କିନ୍ତୁ ଗୋଲ ସ୍କୋର କରି ପାରିନଥିଲା । ଭାରତ ଓ ଇଂଲଣ୍ଡର ସ୍କୋର ହେଉଛି 0-0 । ଦୁଇ ଦଳ ମଧ୍ୟରୁ କୌଣସି ଗୋଟିଏ ଦଳ ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି ।

19:41 PM

IND vs ENG Live: ପ୍ରଥମ କ୍ୱାର୍ଟରରେ ଭାରତ ୫ ଟି ପେନାଲ୍ଟି କର୍ଣ୍ଣର ଦେଇଥିଲା । ଦ୍ୱିତୀୟ କ୍ୱାର୍ଟରରେ ଦୁଇଥର ଦେଇସାରିଛି । ଯଦିଓ ଇଂଲଣ୍ଡ ଦଳ ସମସ୍ତ ସାତୋଟି କର୍ଣ୍ଣରକୁ ଗୋଲ ସ୍କୋର କରିପାରିବାରେ ସଫଳ ହୋଇନାହିଁ । ଏପର୍ଯ୍ୟନ୍ତ କୌଣସି ଦଳ ଗୋଟିଏ ବି ଗୋଲ ସ୍କୋର କରିବାରେ ସଫଳ ହୋଇ ନାହାଁନ୍ତି ।

19:34 PM

IND vs ENG Live: ହକି ବିଶ୍ୱକପ ୨୦୨୩ ରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ବହୁତ କଡା ପ୍ରତିଯୋଗିତା ଚାଲିଛି । ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ୬ ମିନିଟରୁ ଅଧିକ ସମୟ ଖେଳ ହୋଇସାରିଛି, କିନ୍ତୁ କୌଣସି ଦଳ ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି ।

19:32 PM

IND vs ENG Live: ଇଂଲଣ୍ଡ ଓ ଭାରତ ମଧ୍ୟରେ ପୁଲ୍ ଡି ମ୍ୟାଚ୍ ହକି ବିଶ୍ୱକପରେ ଜାରି ରହିଛି । ପ୍ରଥମ କ୍ୱାର୍ଟର ପରେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭ ହୋଇଛି ।

19:27 PM

IND vs ENG Live: ପ୍ରଥମ କ୍ୱାର୍ଟରରେ ୨.୨୯ ମିନିଟ୍ ବାକି ଥିବାବେଳେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଭାରତ ଗୋଲ ସ୍କୋର କରି ପାରିନଥିଲା । ଏପର୍ଯ୍ୟନ୍ତ ଦୁଇ ଦଳ କୌଣସି ଗୋଟିଏ ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି । ପ୍ରଥମ କ୍ୱାର୍ଟର ସମାପ୍ତ ହୋଇଛି ।

 

19:24 PM

ପ୍ରଥମ କ୍ୱାର୍ଟରରେ ଭାରତ ଇଂଲଣ୍ଡକୁ ପାଞ୍ଚଟି ପେନାଲ୍ଟି କର୍ଣ୍ଣର ଦେଇଥିଲା, କିନ୍ତୁ କୌଣସି ଗୋଲ କରିବାରେ ଇଂଲଣ୍ଡ ବିଫଳ ହୋଇଛି । ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରୁ କେହି ଗୋଟିଏ ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି । ପ୍ରଥମ କ୍ୱାର୍ଟର ସରିବାକୁ ଆଉ କିଛି ସମୟ ବାକି ଅଛି ।

19:21 PM

ପ୍ରଥମ କ୍ୱାର୍ଟର ଖେଳ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଛି । ୮ ମିନିଟର ଖେଳ ପରେ ଇଂଲଣ୍ଡକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଦଳ ଗୋଲ ସ୍କୋର କରି ପରିନାହିଁ । ପୁନର୍ବାର ପେନାଲ୍ଟି ପ୍ରଦାନ କରାଯାଇଥିଲା, କିନ୍ତୁ ପୁନର୍ବାର ଗୋଲ୍ ସ୍କୋର କରିବାରେ ଇଂଲଣ୍ଡ ବିଫଳ ହୋଇଛି ।

19:18 PM

ଇଂଲଣ୍ଡ ଓ ଭାରତ ମଧ୍ୟରେ ପୁଲ୍ ଡି ମ୍ୟାଚ୍ ହକି ବିଶ୍ୱକପ୍ ୨୦୨୩ ରେ ଆରମ୍ଭ ହୋଇ ସାରିଛି । ଉଭୟ ଦଳ ପ୍ରଥମ ମ୍ୟାଚ୍ ଜିତିଥିଲେ । ଇଂଲଣ୍ଡ ପ୍ରଥମ ମ୍ୟାଚରେ ୱେଲ୍ସ ବିପକ୍ଷରେ ୫–୦ ବିଜୟ ହାସଲ କରିଥିଲା । ଏଥି ସହିତ ଭାରତ ସ୍ପେନକୁ ୨-୦ ରେ ପରାସ୍ତ କରିଛି ।

19:17 PM

ଇଂଲଣ୍ଡ ଦଳ: ଆମେସ ଡେଭିଡ, ଆଲବର୍ଟୀ ଜେମ୍ସ, ଆନ୍ସେଲ ଲିଆମ, ବଣ୍ଡୁରେକ ନିକ, କୈଲନାନ ୱିଲ, କଣ୍ଡନ ଡେଭିଡ, ଗୁଡଫିଲ୍ଡ ଡେଭିଡ, ମାର୍ଟିନ ହ୍ୟାରି, ମଜାରେଲୋ ଜେମ୍ସ, ପାର୍କ ନିକ, ପେନ୍ ଓଲି, ରୋପର ଫିଲ୍, ରୁଶମେର ଷ୍ଟୁଆର୍ଟ, ସାନଫୋର୍ଡ ଲିଆମ୍, ସୋର୍ସବି ଟମ୍, ୱାଲେସ୍ ଜ୍ୟାକ୍ , ୱାଲର୍ ଜ୍ୟାକ୍, ୱାର୍ଡ ସାମ, କ୍ରିଡ୍ ବ୍ରାଣ୍ଡାନ୍, ସ୍ଲୋନ୍ ଇୟାନ୍  ।

19:12 PM

ଆଜି ଟିମ୍ ଇଣ୍ଡିଆ ହକି ବିଶ୍ୱକପରେ ଇଂଲଣ୍ଡ ସହିତ ଦ୍ୱିତୀୟ ମ୍ୟାଚ୍ ଖେଳୁଛି । ଏହି ଭେଟେରାନମାନଙ୍କ ସହ ଉଭୟ ଦଳ ପଡ଼ିଆରେ ଏଣ୍ଟ୍ରି କରିଛନ୍ତି ।

ଭାରତୀୟ ଦଳ ଏହିପରି: ଗୋଲକିପର: କୃଷ୍ଣ ବାହାଦୂର ପଠକ, PR ଶ୍ରୀଜେଶ। ଡିଫେଣ୍ଡର: ଜରମନପ୍ରୀତ ସିଂ, ସୁରେନ୍ଦର କୁମାର, ହରମାନପ୍ରୀତ ସିଂ (କ୍ୟାପଟେନ), ବରୁଣ କୁମାର, ଅମିତ ରୋହିଦାସ (ଉପ-କ୍ୟାପଟେନ), ନୀଲମ ସଞ୍ଜୀବ ଖେସ । ମିଡଫିଲ୍ଡର: ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଲକାନ୍ତ ଶର୍ମା, ଶ୍ୟାମଶର ସିଂ, ବିବେକ ସାଗର ପ୍ରସାଦ, ଆକାଶଦୀପ ସିଂ । ଫରୱାର୍ଡ଼: ମନଦୀପ ସିଂ, ଲଲିତ କୁମାର ଉପାଧ୍ୟାୟ, ଅଭିଷେକ, ସୁଖଜିତ ସିଂ। ବିକଳ୍ପ ଖେଳାଳି: ରାଜକୁମାର ପାଲ, ଯୁଗରାଜ ସିଂ ।

18:55 PM

ପୁଲ୍ ଡିରେ ପ୍ରଥମ ଓ ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ଦଳ ମଧ୍ୟରେ ଏହି ମ୍ୟାଚ୍ ହେବ । ଏହି ମ୍ୟାଚ୍ ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପାଇଁ ବାଟ ଖୋଲିବ । ଏଭଳି ପରିସ୍ଥିତିରେ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।