FIFA World Cup 2022: ଫାଇନାଲ ପୂର୍ବରୁ ଆର୍ଜେଣ୍ଟିନାକୁ ଲାଗିଲା ବଡ଼ ଝଟକା, ଲିଓନେଲ ମେସି ଆହତ!
Advertisement

FIFA World Cup 2022: ଫାଇନାଲ ପୂର୍ବରୁ ଆର୍ଜେଣ୍ଟିନାକୁ ଲାଗିଲା ବଡ଼ ଝଟକା, ଲିଓନେଲ ମେସି ଆହତ!

FIFA World Cup 2022: ଆର୍ଜେଣ୍ଟିନାର ଏହି ସୁପରଷ୍ଟାର ଗୁରୁବାର ଅଭ୍ୟାସ ପାଇଁ ମଧ୍ୟ ପଡ଼ିଆରେ ଓହ୍ଲାଇ ନାହାଁନ୍ତି । ଏବେ ପ୍ରଶଂସକମାନେ ଆଶଙ୍କା କରିବା ଆରମ୍ଭ କରିଦେଇଛନ୍ତି ଯେ ଲିଓନେଲ ମେସି ଫାଇନାଲ ମ୍ୟାଚରେ ହୁଏତ ନଜର ନ ଆସିପାରନ୍ତି । ମଙ୍ଗଳବାର ଫିଫା ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରିଥିଲା । 

FIFA World Cup 2022: ଫାଇନାଲ ପୂର୍ବରୁ ଆର୍ଜେଣ୍ଟିନାକୁ ଲାଗିଲା ବଡ଼ ଝଟକା, ଲିଓନେଲ ମେସି ଆହତ!

Lionel Messi Injury FIFA World Cup 2022: ଫିଫା ବିଶ୍ୱକପ ୨୦୨୨ (FIFA World Cup 2022) ର ଫାଇନାଲ ମ୍ୟାଚ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଏହି ଚଳିତ ଫିଫା ବିଶ୍ୱକପ (Qatar FIFA World Cup 2022) ଟୁର୍ଣ୍ଣାମେଣ୍ଟର ଟାଇଟଲ୍ ମ୍ୟାଚ୍ ଆର୍ଜେଣ୍ଟିନା ଓ ଫ୍ରାନ୍ସ (Argentina vs France Final) ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଡିସେମ୍ବର ୧୮ରେ ଲୁସେଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ସମୟରେ ଏକ ବଡ଼ ଖବର ଆସୁଛି ଯେ, ଲିଓନେଲ ମେସି (Lionel Messi) ଆହତ ହୋଇଛନ୍ତି । କ୍ରୋଏସିଆ ବିପକ୍ଷ ମ୍ୟାଚରେ ମେସି ହାମଷ୍ଟ୍ରିଂକୁ ନେଇ ଚିନ୍ତିତ ଥିବା ଦେଖାଯାଇଥିଲା । ଆର୍ଜେଣ୍ଟିନାର ଏହି ସୁପରଷ୍ଟାର ଗୁରୁବାର ଅଭ୍ୟାସ ପାଇଁ ମଧ୍ୟ ପଡ଼ିଆରେ ଓହ୍ଲାଇ ନାହାଁନ୍ତି । ଏବେ ପ୍ରଶଂସକମାନେ ଆଶଙ୍କା କରିବା ଆରମ୍ଭ କରିଦେଇଛନ୍ତି ଯେ ଲିଓନେଲ ମେସି (Messi) ଫାଇନାଲ ମ୍ୟାଚ (FIFA World Cup Final 2022) ରେ ହୁଏତ ନଜର ନ ଆସିପାରନ୍ତି । 

ମଙ୍ଗଳବାର ଫିଫା ବିଶ୍ୱକପ ସେମିଫାଇନାଲ ମ୍ୟାଚ୍‌ (FIFA World Cup Semi Final 2022) ରେ ଆର୍ଜେଣ୍ଟିନା କ୍ରୋଏସିଆ (Argentina vs Croatia) କୁ ୩-୦ ଗୋଲରେ ପରାସ୍ତ କରିଥିଲା । ଏହି ମ୍ୟାଚ୍ ସମୟରେ ୩୫ ବର୍ଷୀୟ ଲିଓନେଲ ମେସି(Lionel Messi)  ଅନେକ ଥର ତାଙ୍କ ହାମଷ୍ଟ୍ରିଂକୁ ଧରିଥିବାର ନଜର ଆସିଥିଲେ । ମ୍ୟାଚ୍ ସମୟରେ ସେ ତାଙ୍କ ହାମଷ୍ଟ୍ରିଂରେ ଆଘାତ ଲାଗିଥିବା ଜଣାପଡିଛି । ଲିଓନେଲ ମେସି ଗୁରୁବାର ଦଳ ସହ ଅଭ୍ୟାସ କରିନାହାଁନ୍ତି । ତାଙ୍କ ବ୍ୟତୀତ ଅନ୍ୟ ଅନେକ ପ୍ରମୁଖ ଖେଳାଳିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଫୁଟ୍ ମର୍କାଟୋ ୱେବସାଇଟ୍ ଅନୁଯାୟୀ, ଲିଓନେଲ ମେସି ତାଙ୍କ ହାମଷ୍ଟ୍ରିଙ୍ଗରେ ସମସ୍ୟା ଭୋଗୁଛନ୍ତି ।

ଏହା ବି ପଢ଼ନ୍ତୁ:-ବାଂଲାଦେଶ ସିରିଜରେ ନିଜର ଶେଷ ଟେଷ୍ଟ ଖେଳୁଛନ୍ତି ଏହି କ୍ରିକେଟର? ପୁଣି ଥରେ ସୁଯୋଗ ମିଳିବା କଷ୍ଟକର!

ଏହା ବି ପଢ଼ନ୍ତୁ:-ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ କେବଳ ଏହି କାମ, ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ!

ଏହା ବି ପଢ଼ନ୍ତୁ:-ଫିଫା ବିଶ୍ୱକପର ବିଜେତା ଓ ରନର୍ ଅପ୍ ଦଳକୁ କେତେ ମିଳିଥାଏ ପୁରୁସ୍କାର ରାଶି, ଜାଣି ଉଡ଼ିଯିବ ଆପଣ ହୋସ୍! ଆଖପାଖରେ ନାହିଁ IPL

ଫୁଟ୍ ମର୍କାଟୋ ରିପୋର୍ଟ ଅନୁଯାୟୀ, ଲିଓନେଲ ମେସି (Lionel Messi) ହାମଷ୍ଟ୍ରିଙ୍ଗରେ ଅସୁବିଧାର ସାମ୍ନା କରୁଛନ୍ତି । ଯଦିଓ ନ୍ୟୁଜ୍ ପ୍ଲାଟଫର୍ମ କହିଛି ଯେ, ଫାଇନାଲରୁ ତାଙ୍କର ବାହାରକୁ ଯିବାର କୌଣସି ସମ୍ଭାବନା ନାହିଁ, କିନ୍ତୁ ପ୍ରଶଂସକମାନେ ଚିନ୍ତିତ ଅଛନ୍ତି । ଏହି ରିପୋର୍ଟକୁ ଦର୍ଶାଇ କିଛି ୟୁଜର୍ସ ଲେଖିଛନ୍ତି ଯେ ଯଦି ଲିଓନେଲ ମେସି ଫାଇନାଲରେ ଖେଳନ୍ତି ନାହିଁ, ତେବେ ଫାଇନାଲର ଉତ୍ସାହ ହ୍ରାସ ପାଇବ ।

ଏଠାରେ କହି ରଖୁଛୁ ଯେ, ଫିଫା ବିଶ୍ୱକପର ଫାଇନାଲ ମ୍ୟାଚ୍ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଡିସେମ୍ବର ୧୮ ଅର୍ଥାତ୍ ରବିବାର ଦିନ ଅନୁଷ୍ଠିତ ହେବ । ସେମିଫାଇନାଲରେ କ୍ରୋଏସିଆକୁ ୩-୦ରେ ପରାସ୍ତ କରି ଆର୍ଜେଣ୍ଟିନା ଟାଇଟଲ ମ୍ୟାଚରେ ପ୍ରବେଶ କରିଛି । ଏଥି ସହିତ ଫ୍ରାନ୍ସ ମୋରୋକ୍କୋ ଉପରେ ୨-୧ ଗୋଲରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ।