Lalit Modi: ୪୫୫୫ କୋଟି ଟଙ୍କାର ମାଲିକ ଲଲିତ ମୋଦି ନେଲେ ବଡ଼ ନିଷ୍ପତ୍ତି, ଏହାକୁ କଲେ ନିଜ ସମ୍ପତ୍ତିର ଉତ୍ତରାଧିକାରୀ
Advertisement

Lalit Modi: ୪୫୫୫ କୋଟି ଟଙ୍କାର ମାଲିକ ଲଲିତ ମୋଦି ନେଲେ ବଡ଼ ନିଷ୍ପତ୍ତି, ଏହାକୁ କଲେ ନିଜ ସମ୍ପତ୍ତିର ଉତ୍ତରାଧିକାରୀ

Lalit Modi: ସୋସିଆଲ ମିଡିଆ ପୋଷ୍ଟରେ କୋରୋନା ଭୂତାଣୁ ଆକ୍ରାନ୍ତ ହେବା ପରେ ଲଣ୍ଡନରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲଲିତ ମୋଦି ରୁଚିର ମୋଦିଙ୍କୁ ପାରିବାରିକ କାର୍ଯ୍ୟରେ ତାଙ୍କର ଉତ୍ତରାଧିକାରୀ କରିବା କଥା କହିଛନ୍ତି । ଲଲିତ ମୋଦି କହିଛନ୍ତି ଯେ,  ଏ ବାବଦରେ ଝିଅ ଆଲିଆଙ୍କ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

Lalit Modi: ୪୫୫୫ କୋଟି ଟଙ୍କାର ମାଲିକ ଲଲିତ ମୋଦି ନେଲେ ବଡ଼ ନିଷ୍ପତ୍ତି, ଏହାକୁ କଲେ ନିଜ ସମ୍ପତ୍ତିର ଉତ୍ତରାଧିକାରୀ

Lalit Modi Net Worth: ଆଇପିଏଲର ପୂର୍ବତନ ଅଧ୍ୟକ୍ଷ (Former IPL Chairman) ଲଲିତ ମୋଦି (Lalit Modi) ଗତ ତିନି ସପ୍ତାହ ଧରି ଅସୁସ୍ଥ ଅଛନ୍ତି । କାରଣ ଦୁଇ ସପ୍ତାହ ମଧ୍ୟରେ ଦୁଇଥର କୋରୋନା ସଂକ୍ରମିତ ହେବା ସହ ଇନ୍‌ଫ୍ଲୁଏଞ୍ଜା ଓ ନିମୋନିଆ ମଧ୍ୟ ହୋଇସାରିଛି । ଏସବୁ ମଧ୍ୟରେ ଲଲିତ ମୋଦି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଲଲିତ ମୋଦି ନିଜ ସମ୍ପତ୍ତି (Lalit Modi Property) ର ଉତ୍ତରାଧିକାରୀ (Lalit Modi Successor) ଙ୍କ ନାମ ଘୋଷଣା କରିଛନ୍ତି ।

ବ୍ୟବସାୟ ଗୋଷ୍ଠୀ କେ.କେ ମୋଦି ଫ୍ୟାମିଲି ଟ୍ରଷ୍ଟ (KK Modi Family Trust) ରେ ଚାଲିଥିବା ସମ୍ପତ୍ତି ବିବାଦ ମଧ୍ୟରେ ରବିବାର ଦିନ ଲଲିତ ମୋଦି ପୁଅ (Lalit Modi Son) ରୁଚିର ମୋଦି (Ruchir Modi) ଙ୍କୁ ତୁରନ୍ତ ପ୍ରଭାବ ସହ ନିଜ ଉତ୍ତରାଧିକାରୀ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ପୋଷ୍ଟରେ କୋରୋନା ଭୂତାଣୁ ଆକ୍ରାନ୍ତ ହେବା ପରେ ଲଣ୍ଡନରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲଲିତ ମୋଦି ରୁଚିର ମୋଦିଙ୍କୁ ପାରିବାରିକ କାର୍ଯ୍ୟରେ ତାଙ୍କର ଉତ୍ତରାଧିକାରୀ କରିବା କଥା କହିଛନ୍ତି । ଲଲିତ ମୋଦି (Lalit Modi) କହିଛନ୍ତି ଯେ,  ଏ ବାବଦରେ ଝିଅ ଆଲିଆଙ୍କ ସହ ଆଲୋଚନା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

ଲଲିତ ମୋଦି (Lalit Modi) ଏହି ବୟାନରେ କହିଛନ୍ତି, "ମୁଁ ମୋ ଝିଅ ସହିତ ଏହି ବିଷୟରେ ଆଲୋଚନା କରିଛି ଓ ଆମ ଉଭୟଙ୍କ ମତରେ ଏଲ.କେ.ଏମ (ଲଲିତ କୁମାର ମୋଦି) ପରିବାରର କାର୍ଯ୍ୟ ଓ ଟ୍ରଷ୍ଟରେ ମୋର ଲାଭଦାୟକ ସ୍ୱାର୍ଥର ନିୟନ୍ତ୍ରଣ ମୋର ପୁଅ ରୁଚିର ମୋଦି (Ruchir Modi) ଙ୍କୁ ହସ୍ତାନ୍ତର କରାଯିବା ଉଚିତ୍ ।" ପରିବାର ଭିତରେ ସମ୍ପତ୍ତି ନିୟନ୍ତ୍ରଣକୁ ନେଇ ଲଲିତ ମୋଦିଙ୍କ ନିଜ ମା ଓ ଭଉଣୀଙ୍କ ସହ ବିବାଦ ଚାଲିଛି । ଲଲିତ ମୋଦି ଏହି ଆଇନଗତ ବିବାଦକୁ ଦୀର୍ଘ, କ୍ଲାନ୍ତ ଏବଂ କଷ୍ଟସାଧ୍ୟ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ଏହାର ସମାଧାନ ପାଇଁ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଛି କିନ୍ତୁ ଏହାର କୌଣସି ଅନ୍ତ ନାହିଁ । ଏହା ମୋତେ ବହୁତ ଆଘାତ ଦେଇଛି ।

ଅଧିକ ପଢ଼ନ୍ତୁ:-ଅଞ୍ଜୁ ଉଡ଼ାଉଥିଲେ ନେପାଳର ପ୍ଲେନ୍, ୧୬ ବର୍ଷ ପୂର୍ବେ ତାଙ୍କ ପାଇଲଟ ପତି ବି ବିମାନ ଦୁର୍ଘଟଣାରେ ହରାଇଥିଲେ ପ୍ରାଣ

ଅଧିକ ପଢ଼ନ୍ତୁ:-ସିରିଜ୍ ଜିତିବା ପରେ ଅଧିନାୟକ ରୋହିତ ଖୁସିରେ ଗଦଗଦ, କୋହଲି ନୁହେଁ ଏହି ଖେଳାଳିଙ୍କୁ କହିଲେ ଦଳର ସବୁଠାରୁ ବଡ଼ ମ୍ୟାଚ୍ ୱିନର୍

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କ ଶତକ ପରେ ପାକିସ୍ତାନରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣା

 

ଏଠାରେ କହି ରଖୁଛୁ ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ମେକ୍ସିକୋ ସିଟିରୁ ଲଣ୍ଡନକୁ ଅଣାଯାଇଛି । ତାଙ୍କୁ କୃତ୍ରିମ ଅମ୍ଳଜାନ ଦେବାକୁ ପଡୁଛି । ପରିବାରରେ ରୁଚିର ମୋଦିଙ୍କୁ ତାଙ୍କର ଉତ୍ତରାଧିକାରୀ କରିବା ବ୍ୟତୀତ ଲଲିତ ମୋଦି କହିଛନ୍ତି ଯେ ବର୍ତ୍ତମାନ ଫ୍ୟାମିଲି ଟ୍ରଷ୍ଟର କୌଣସି ସମ୍ପତ୍ତି କିମ୍ବା ଆୟ ପ୍ରତି ଆଗ୍ରହ ରହିବ ନାହିଁ । ତଥାପି ସେ KKMFT ର ଟ୍ରଷ୍ଟି ଭାବରେ କାର୍ଯ୍ୟ କରିବେ ।