Lalit Modi: ଛାତ୍ର ଜୀବନରୁ କଳା ସାମ୍ରାଜ୍ୟର ରାଜା ଥିଲେ ଲଲିତ୍ ମୋଦୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା
Advertisement

Lalit Modi: ଛାତ୍ର ଜୀବନରୁ କଳା ସାମ୍ରାଜ୍ୟର ରାଜା ଥିଲେ ଲଲିତ୍ ମୋଦୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା

Lalit Modi: ଆଇପିଏଲର ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ବିସିସିଆଇର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ତଥା ବ୍ୟବସାୟୀ ଲଲିତ ମୋଦି । ନିକଟରେ ମିସ୍ ୟୁନିଭର୍ସ ସୁସ୍ମିତା ସେନଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସୁସ୍ମିତା ସେନଙ୍କ ସହ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋଗ୍ରାଫ୍ ମଧ୍ୟ ବେଶ ଭାଇରାଲ ହୋଇଥିଲା।

ସୌଜନ୍ୟ : ସୋସିଆଲ ମିଡିଆ

Lalit Modi: ଆଇପିଏଲର ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ବିସିସିଆଇର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ତଥା ବ୍ୟବସାୟୀ ଲଲିତ ମୋଦି । ନିକଟରେ ମିସ୍ ୟୁନିଭର୍ସ ସୁସ୍ମିତା ସେନଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସୁସ୍ମିତା ସେନଙ୍କ ସହ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋଗ୍ରାଫ୍ ମଧ୍ୟ ବେଶ ଭାଇରାଲ ହୋଇଥିଲା। ପରେ ଉଭୟଙ୍କ ସମ୍ପର୍କକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ପରେ ସୁସ୍ମିତାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ସେ ମୁହଁ ଖୋଲି ଥିଲେ। ଏବଂ ନିଜ ସୋସିଆଲ ମିଡିଆରୁ ସୁସ୍ମିତାଙ୍କୁ ବ୍ଲକ କରିଦେବା ସହ ତାଙ୍କ ସହ ଜଡିତ ସମସ୍ତ ତଥ୍ୟକୁ ମଧ୍ୟ ଡିଲେଟ କରି ସମ୍ପର୍କରେ ପୁର୍ଣ୍ଣଛେଦ ପକାଇ ଦେଇଥିଲେ। ତେବେ, ଲଲିତ ମୋଦି ଏପରି କାହିଁକି କଲେ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଲଲିତ ମୋଦୀ ୨୯ ନଭେମ୍ବରରେ ଅର୍ଥାତ୍ ଆଜି ସେ ତାଙ୍କର ୫୯ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ଆମେ ଆପଣଙ୍କୁ ତାଙ୍କ ଜୀବନ ସହିତ ଜଡିତ କିଛି ରୋଚକ କଥା କହିବୁ । 

ଲଲିତ ମୋଦୀ ୨୯ ନଭେମ୍ବର ୧୯୬୩ ରେ ଦିଲ୍ଲୀରେ ହୋଇଥିଲା, ତାଙ୍କ ବାପା କୃଷ୍ଣ କୁମାର ମୋଦୀ ଜଣେ ବ୍ୟବସାୟୀ । ଲଲିତ ମୋଦୀ ଶିମଲାରେ ଏକ ସ୍କୁଲରେ ନିଜର ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ଲଲିତ ମୋଦୀ ପାଠପଢାରେ ଏତେ ଭଲ ନ ଥିଲେ । ପାଠକୁ ଡରି ସ୍କୁଲକୁ ମଧ୍ୟ ଯାଉ ନ ଥିଲେ। ଲଲିତ ମୋଦୀ ତାଙ୍କ ସ୍କୁଲ ଶେଷ କରିବା ପରେ ସ୍ନାତକ ସମାପ୍ତ କରିବାକୁ ଆମେରିକା ଯାଇଥିଲେ। ସେ ଏକ ଭଲ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଲଲିତ ମୋଦୀଙ୍କ ନାମ ଅନେକ ସମୟରେ ବିବାଦରେ ଛନ୍ଦି ହେଉଥିଲା ।  ୧୯୮୫ ମସିହାରେ ଲଲିତ ମୋଦୀ ତାଙ୍କ ଜୀବନର ପ୍ରଥମ ଭୁଲ କରିଥିଲେ। ବାସ୍ତବରେ ତାଙ୍କୁ ବିଶ୍ୱବିଦ୍ୟାଳୟରେ ଡ୍ରଗ୍ସ ବିକ୍ରି ପାଇଁ ଗିରଫ କରାଯାଇଥିଲା। ଏହା ପରେ ସେ ଅନେକ ବିବାଦରେ ଛନ୍ଦି ହୋଇଥିଲେ। ଛାତ୍ରମାନଙ୍କୁ ଅପହରଣ କରିବା ମାମଲା ଓ ଅସ୍ତ୍ରଶସ୍ତ୍ର କାରବାରେ ତାଙ୍କର ସମ୍ପୃକ୍ତି ଥିବାରୁ ତାଙ୍କୁ ବାରମ୍ବାର ଗିରଫ କରାଯାଉଥିଲା।

ଏସବୁ ପରେ, ଯେତେବେଳେ ଲଲିତ ମୋଦୀ ନିଜ ପାଠପଢା ଶେଷ କରିବା ପରେ , ଆମେରିକାରୁ ଭାରତ ଫେରିଥିଲେ, ସେତେବେଳେ ସେ ତାଙ୍କ ପିତା କେ.କେ ମୋଦୀଙ୍କ ବ୍ୟବସାୟରେ ସାମିଲ ହୋଇଥିଲେ। କିନ୍ତୁ ପିତାଙ୍କ ବ୍ୟବସାୟରେ ତାଙ୍କର ମନ ଲାଗି ନ ଥିଲା। ବରଂ ନିଜେ କିଛି କରିବାର ଶପଥ ନେଇଥିଲେ ସେ। ଲଲିତ ମୋଦୀ ୧୯୯୨ ପର୍ଯ୍ୟନ୍ତ ଭାରତର ଅନ୍ୟତମ ବୃହତ୍ତମ ତମାଖୁ କମ୍ପାନୀ ଗଡଫ୍ରେ ଫିଲିପ୍ସ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ। ଏହା ପରେ, ୧୯୯୯ ମସିହାରେ ଲଲିତ ମୋଦୀ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନର ଏକ ଅଂଶ ହୋଇଥିଲେ ଏବଂ ସେ ସେଠାରେ ଏପରି କାର୍ଯ୍ୟ କରିଥିଲେ ଯେ ବିସିସିଆଇରେ ତାଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରଖିବା ପାଇଁ ନିଷ୍ପତି ନେଲା । ଏହା ପରେ, ୨୦୦୮ ମସିହାରେ ଲଲିତ ମୋଦୀ ଦେଶରେ ଆଇପିଏଲ୍ ଆରମ୍ଭ କରିଥିଲେ ।  ଆଇପିଏଲରେ ସେ ମନି ଲାଣ୍ତିଂ ମାମଲାରେ ଫସି ଯାଇଥିଲେ । ୨୦୧୦ରେ ସେ ଭାରତ ଛାଡି ବିଦେଶକୁ ପଳାୟନ କରିଥିଲେ । ଭାରତ ସରକାର ମଧ୍ୟ ତାଙ୍କୁ ପଳାତକ ଘୋଷଣା କରିଥିଲା। ଏବଂ ସେ ଲଣ୍ଡନରେ ରୁହୁଛନ୍ତି ।

ସୁସ୍ମିତା ସେନଙ୍କ ପ୍ରେମରେ ପଡିବା ପୂର୍ବରୁ ଲଲିତ ମୋଦୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆମେ ଆପଣଙ୍କୁ ଏପରି କିଛି କଥା କହିବାକୁ ଯାଉଛୁ । ଲଲିତ ମୋଦୀଙ୍କ ତାଙ୍କ ମା'ଙ୍କର ବନ୍ଧୁ ମୀନାଲଙ୍କୁ ମନଦେଇ ବସିଥିଲେ । ଆମେରିକାରେ ପାଠ ପଢୁଥିବା ସମୟରେ ଲଲିତ ମୋଦୀ ମୀନାଲଙ୍କୁ ଭେଟିଥିଲେ। ମୀନାଲଙ୍କ ଛାଡପତ୍ର ହୋଇଥିଲେ ମଧ୍ୟ ଲଲିତ ମୋଦୀ ମୀନଲଙ୍କୁ ପାଗଳ ପରି ଭଲ ପାଉଥିଲେ । ଏବଂ ଅକ୍ଟୋବର ୧୭ ,୧୯୯୧ ରେ ମୀନାଲଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି, କିନ୍ତୁ କର୍କଟ ରୋଗ ହେତୁ ଡିସେମ୍ବର ୨୦୧୮ରେ ମୀନାଲଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଲଲିତ ମୋଦୀଙ୍କ ସୁସ୍ମିତାଙ୍କ ପ୍ରେମରେ ପଡିଥିଲେ । ଯାହାଙ୍କ ସହ ତାଙ୍କର ସମ୍ପର୍କ ବର୍ତ୍ତମାନ ଶେଷ ହୋଇଯାଇଛି ।