Kylian Mbappe Transfer: କିଲିଆନ୍ ମ୍ୱାପ୍ପେ ପାଇଁ ଲାଗଲା ଲଟେରୀ, ମିଳିଲା ୨୫୯ ମିଲିୟନ ପାଉଣ୍ଡର ଅଫର, ଭାଙ୍ଗିଲେ ସବୁ ରେକର୍ଡ
Advertisement
Article Detail0/zeeodisha/odisha1794998

Kylian Mbappe Transfer: କିଲିଆନ୍ ମ୍ୱାପ୍ପେ ପାଇଁ ଲାଗଲା ଲଟେରୀ, ମିଳିଲା ୨୫୯ ମିଲିୟନ ପାଉଣ୍ଡର ଅଫର, ଭାଙ୍ଗିଲେ ସବୁ ରେକର୍ଡ

Kylian Mbappe Transfer Update: କିଲିଆନ୍ ମ୍ୱାପ୍ପେଙ୍କୁ PSG ତରଫରୁ ଜାପାନ ଗସ୍ତ ପାଇଁ ଚୟନ କରାଯାଇ ନଥିଲା । ଯେଉଁଥିପାଇଁ ସେ ନିଜ ଚୁକ୍ତିକୁ ଆଗକୁ ବଢାଇବାକୁ ମନା କରି ଦେଇଛନ୍ତି । ଯାହା ପରେ ବର୍ତ୍ତମାନ PSG ତାଙ୍କ ପାଇଁ ନିଜ ଭଣ୍ଡାର ଖୋଲିଛି, ଗ୍ରୀଷ୍ମ ସିଜିନରେ ମାଗଣାରେ ଯିବା ପରିବର୍ତ୍ତେ ତାଙ୍କୁ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି ।

ସୌ: ସୋସିଆଲ ମିଡିଆ

Kylian Mbappe Transfer: କିଲିଆନ୍ ମ୍ୱାପ୍ପେ (Kylian Mbappe) ଫୁଟବଲ ଦୁନିଆର ସେହି ନାମ, ଯିଏ କି ଫୁଟବଲରେ ଅନେକ ବଡ଼ ସଫଳତାକୁ ଛୁଇଁଛିନ୍ତି । ଫିଫା ବିଶ୍ୱକପ୍ ୨୦୨୨ ପରେ, ମ୍ୱାପ୍ପେଙ୍କ କ୍ୟାରିଅର୍ ଆକାଶ ଛୁଁଇଥିଲା । ୨୪ ବର୍ଷୀୟ ଫ୍ରାନ୍ସ ଅଧିନାୟକଙ୍କ ଚୁକ୍ତି କେବଳ ମାତ୍ର ୧ ବର୍ଷ ବାକି ଅଛି । ଜାପାନର ପ୍ରି-ସିଜନ୍ ଗସ୍ତ ପାଇଁ PSG ତାଙ୍କୁ ଚୟନ କରିନଥିଲା । ଏହି କାରଣରୁ ସେ ସ୍ପଷ୍ଟ କରିଛନ୍ତି ଯେ ସେ ନିଜ ଚୁକ୍ତିନାମାକୁ ଆଉ ଆଗକୁ ବଢାଇବେ ନାହିଁ । କିନ୍ତୁ PSG ତାଙ୍କୁ ମାଗଣାରେ ଯିବାକୁ ଦେବାକୁ ଚାହୁଁନାହିଁ ।

PSG କିଲିଆନ୍ ମ୍ୱାପ୍ପେଙ୍କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଏହା ପରେ ସାଉଦି ଆରବର କ୍ଲବ ଅଲ ହିଲାଲ ତାଙ୍କୁ ଦସ୍ତଖତ ଦେବା ପାଇଁ ଏକ ବିରାଟ ପ୍ରସ୍ତାବ ଦେଇଛନ୍ତି । ଏହି ବିଡ୍ ନେମାରଙ୍କ ସ୍ଥାନାନ୍ତର ସମୟରେ କରାଯାଇଥିବା ବିଡର ରେକର୍ଡ ମଧ୍ୟ ଭାଙ୍ଗିଛି । ୨୦୧୭ ମସିହାରେ, ନେମାରଙ୍କୁ ବାର୍ସିଲୋନାରୁ PSG କୁ ସ୍ଥାନାନ୍ତର କରାଯାଇଥିଲା । ସେହି ସମୟ ମଧ୍ୟରେ ତାଙ୍କ ଉପରେ ୨୦୦ ମିଲିୟନ୍ ପାଉଣ୍ଡର ଏକ ବୋଲି ଲାଗିଥିଲା । ବର୍ତ୍ତମାନ ଏହି ରେକର୍ଡ ଭାଙ୍ଗିଯାଇଛି । ଅଲ ହିଲାଲ ମ୍ୱାପ୍ପେ ପାଇଁ ୨୫୯ ମିଲିୟନ ପାଉଣ୍ଡରେ ବୋଲ୍ ଲଗାଇଛି ।

ଫିଫା ବିଶ୍ୱକପ ୨୦୨୨ କରିଥିଲେ କମାଲ
ଫିଫା ବିଶ୍ୱକପ ୨୦୨୨ ରେ କିଲିଆନ୍ ମ୍ୱାପ୍ପେ ନିଜ ଦଳ ଜିତିବା ପାଇଁ କଠିନ ପରିଶ୍ରମ କରିଥିଲେ । ଏକ ସମୟ ଏପରି ଥିଲା ଯେତେବେଳେ ଲିଓନେଲ ମେସି ଓ ମ୍ୱାପ୍ପେଙ୍କ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା । ମ୍ୱାପ୍ପେ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଲଢିଥିଲେ, କିନ୍ତୁ ଶେଷରେ ମେସି ଜିତିଥିଲେ । ଅବଶ୍ୟ, ଏହି ସମୟ ମଧ୍ୟରେ କିଲିଆନ୍ ମ୍ୱାପ୍ପେ ନାମରେ ଅନେକ ରେକର୍ଡ ପଞ୍ଜିକୃତ ହୋଇଥିଲା ।

ଚାଲୁଥିବା ଗ୍ରୀଷ୍ମକାଳୀନ ଟ୍ରାନ୍ସଫର ୱିଣ୍ଡୋରେ ସମ୍ଭାବ୍ୟ ପରିବର୍ତ୍ତନ ପାଇଁ କିଲିଆନ୍ ମ୍ୱାପ୍ପେ ବର୍ତ୍ତମାନ ଅନେକ କ୍ଲବ୍ ସହିତ ସଂଯୁକ୍ତ ଅଟନ୍ତି । ସେ PSG ସହିତ ଚୁକ୍ତି ମିଆଦକୁ ଆଗକୁ ବଢାଇବାକୁ ମନା କରିଦେଇଛନ୍ତି । ପ୍ରି-ସିଜନ୍ ଶିବିରର ଏକ ଅଂଶ ଭାବରେ କ୍ଲବ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳୁଥିବା ଦଳରୁ ତାଙ୍କୁ ଛାଡି ଦିଆଯାଇଛି । ସେ ବର୍ତ୍ତମାନ 'ଅନୱାଣ୍ଟେଜ' ଖେଳାଳିଙ୍କ ଗୋଷ୍ଠୀ ସହିତ ତାଲିମ ନେଉଛନ୍ତି । ତାଲିମ ଅଧିବେଶନ ପରେ କ୍ଲବରେ ତାଙ୍କ ଭବିଷ୍ୟତ ବିଷୟରେ ପ୍ୟାରିସ୍ ପ୍ରଶଂସକଙ୍କ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ । ସେ ସଙ୍ଗେ ସଙ୍ଗେ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ ଓ ଏଥିରେ କୌଣସି ବୟାନ ଦେଇନଥିଲେ ।

ଏହା ବି ପଢ଼ନ୍ତୁ: IND vs WI: ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ନବମ ଟେଷ୍ଟ ସିରିଜ ଜିତିଲା ଭାରତ; କଲା ଏହି ବଡ଼ ରେକର୍ଡ଼

ଏହା ବି ପଢ଼ନ୍ତୁ: WTC Points Table: ଶେଷ ଟେଷ୍ଟ ଡ୍ର ଯୋଗୁଁ ଭାରତକୁ ଲାଗିଲା ବଡ଼ ଝଟକା, ପାକିସ୍ତାନ ଛଡାଇନେଲା ନମ୍ବର ୱାନ୍ ମୁକୁଟ

ଏହା ବି ପଢ଼ନ୍ତୁ: WI vs IND: ଅଶ୍ୱିନ୍-ଜାଡେଜା ଯୋଡି କଲେ କମାଲ, ଭାଙ୍ଗିଲେ କୁମ୍ବଲେ ଓ ହରଭଜନଙ୍କ ବଡ଼ ରେକର୍ଡ