Virat Kohli: ଦୁଇଟି ବଡ଼ ଇତିହାସ ରଚିବାକୁ ଯାଉଛନ୍ତି ବିରାଟ କୋହଲି, ପଛରେ ପଡ଼ିବେ ଏହି ବଡ଼ ଖେଳାଳି
Advertisement
Article Detail0/zeeodisha/odisha1774708

Virat Kohli: ଦୁଇଟି ବଡ଼ ଇତିହାସ ରଚିବାକୁ ଯାଉଛନ୍ତି ବିରାଟ କୋହଲି, ପଛରେ ପଡ଼ିବେ ଏହି ବଡ଼ ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୨ ତାରିଖରୁ ଭାରତ (India) ଏବଂ ୱେଷ୍ଟଇଣ୍ଡିଜ୍ (Westindies) ମଧ୍ୟରେ ୨ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (Test Series) ଖେଳାଯିବ। ପ୍ରଥମ ଟେଷ୍ଟରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat) ଉପରେ ସମସ୍ତଙ୍କ ନଜର ରହିବ। ସେ ଗତ କିଛି ମ୍ୟାଚରେ ଫ୍ଲପ ପ୍ରଦର୍ଶନ କରିଛନ୍ତି। ବର୍ତ୍ତ

Virat Kohli: ଦୁଇଟି ବଡ଼ ଇତିହାସ ରଚିବାକୁ ଯାଉଛନ୍ତି ବିରାଟ କୋହଲି, ପଛରେ ପଡ଼ିବେ ଏହି ବଡ଼ ଖେଳାଳି

Virat Kohli news in odia: ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୨ ତାରିଖରୁ ଭାରତ (India) ଏବଂ ୱେଷ୍ଟଇଣ୍ଡିଜ୍ (Westindies) ମଧ୍ୟରେ ୨ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (Test Series) ଖେଳାଯିବ। ପ୍ରଥମ ଟେଷ୍ଟରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat) ଉପରେ ସମସ୍ତଙ୍କ ନଜର ରହିବ। ସେ ଗତ କିଛି ମ୍ୟାଚରେ ଫ୍ଲପ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଯେତେବେଳେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ବ୍ୟାଟିଂ କରିବାକୁ ବାହାରକୁ ଆସିବେ, ସେତେବେଳେ ତାଙ୍କୁ ଟାର୍ଗେଟ କରିବାକୁ ଦୁଇଟି ବଡ଼ ରେକର୍ଡ ରହିବ। ଆସନ୍ତୁ ଜାଣିବା ଏହି ରେକର୍ଡ ଗୁଡ଼ିକ ବିଷୟରେ।

ଡନ ବ୍ରାଡ଼ମ୍ୟାନଙ୍କ ସହିତ ସମାନ ହୋଇଯିବେ ବିରାଟ
ଯଦି କୋହଲି ପ୍ରଥମ ଟେଷ୍ଟରେ ଏକ ଶତକ ହାସଲ କରନ୍ତି, ତେବେ ସେ ଏହି ଟେଷ୍ଟରେ ୨୯ତମ ଶତକ ପୂରଣ କରିବେ। ୨୯ ଶତକ ସହିତ ସେ ସର୍ବାଧିକ ଶତକ ସ୍କୋର କରିବାରେ ମିଳିତ ଭାବରେ ଦଶ ନମ୍ବରରେ ପହଞ୍ଚିବେ। ଏହି ତାଲିକାରେ ସେ ୨୯ ଶତକ ହାସଲ କରିଥିବା ମହାନ ଡନ୍ ବ୍ରାଡମ୍ୟାନଙ୍କ ସହ ମେଳ କରିବେ।

କାଲିସଙ୍କୁ ପଛରେ ପକାଇବେ ବିରାଟ
ଯଦି ବିରାଟ କୋହଲି ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ୧୫୦ ରନ୍ ସ୍କୋର କରିବାରେ ସଫଳ ହୁଅନ୍ତି, ତେବେ ସେ ଜ୍ୟାକ କାଲିସଙ୍କୁ ଅତିକ୍ରମ କରି ପଞ୍ଚମ ସର୍ବୋଚ୍ଚ ଅନ୍ତର୍ଜାତୀୟ ରନ୍ ସଂଗ୍ରହକାରୀ ହେବେ। କୋହଲି ବର୍ତ୍ତମାନ ତିନୋଟି ଫର୍ମାଟରେ ୨୫,୩୮୫ ରନ୍ ସଂଗ୍ରହ କରିଥିବାବେଳେ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଅଲରାଉଣ୍ଡର ଜାକ କାଲିସଙ୍କର ୨୫,୫୩୪ ରନ୍ ରହିଛି।

ବିରାଟଙ୍କ କ୍ୟାରିୟର
ବିରାଟ କୋହଲି ହେଉଛନ୍ତି ଭାରତୀୟ ଦଳର ଷ୍ଟାର ପ୍ଲେୟର। ସେ ୧୦୯ଟି ଟେଷ୍ଟରେ ୮୪୭୯ ରନ୍, ୨୭୪ଟି ଦିନିକିଆରେ ୧୨୮୯୮ ରନ୍ ସଂଗ୍ରହ କରିଛନ୍ତି। ସେହିପରି ୧୧୫ଟି ଟି-୨୦ରେ ୪୦୦୮ ରନ୍ ସ୍କୋର କରିଛନ୍ତି। ଏହି ବ୍ୟାଟ୍ସମ୍ୟାନ୍ ଆଇପିଏଲର ୨୩୭ ମ୍ୟାଚରେ ୭୨୬୩ ରନ୍ ସ୍କୋର କରିଛନ୍ତି। ସେ ଆଇପିଏଲ ଇତିହାସରେ ସର୍ବାଧିକ ରନ୍ ସ୍କୋରର ରହି ସାରିଛନ୍ତି। ବିରାଟ ଟେଷ୍ଟରେ ୨୮ଟି, ODIରେ ୪୬ଟି ଏବଂ ଟି-୨୦ରେ ଗୋଟିଏ ଶତକ ହାସଲ କରିଛନ୍ତି।

ଭାରତ ବନାମ ଓ୍ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ
ଆସନ୍ତା ଜୁଲାଇ ୧୨ ତାରିଖରେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିବ ଭାରତ। ଡୋମିନିକାରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ଚଳିତ ମାସ ୨୦ ତାରିଖରେ ତ୍ରିନିଦାଦରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ୨୦ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ। 

ଭାରତୀୟ ସ୍କ୍ୱାର୍ଡ
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାୟକ୍ୱାଡ଼, ବିରାଟ କୋହଲି, ଯଶସ୍ୱୀ ଜୟସ୍ୱାଲ,  ଆଜିଙ୍କ୍ୟ ରାହାଣେ,  କେଏସ ଭରତ, ଇଶାନ କିଶନ, ଆର ଅଶ୍ୱିନ, ଆର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ, ନବଦୀପ ସୈନୀ

Also Read: School Uniform: ବଦଳିଲା ହାଇସ୍କୁଲ ୟୁନିଫର୍ମ, ଏଣିକି ଏହି ରଙ୍ଗର ଡ୍ରେସ କୋଡ଼ ପିନ୍ଧି ସ୍କୁଲ ଆସିବେ ଛାତ୍ରଛାତ୍ରୀ

Also Read: Bhubaneswar Metro Rail Project: ଆରମ୍ଭ ହୋଇଛି ମାଟି ପରୀକ୍ଷା, ଟ୍ବିନ୍ ସିଟିରେ ଖୁବଶ୍ରୀଘ ଗଡ଼ିବ ମେଟ୍ରୋ!

Also Read: Jawan: ‘ଜୱାନ’ ଟିଜର ରିଲିଜ ପରେ ଦୀପିକାଙ୍କୁ ନେଇ ଚର୍ଚ୍ଚା, ଏହି ଭୂମିକାରେ ଆସିପାରନ୍ତି ନଜର