Sanjay Bangar Prediction: ଦଳରୁ ବାଦ ପଡ଼ିବେ କି କେଏଲ ରାହୁଲ, ଏପରି ସଂକେତ ଦେଲେ ପୂର୍ବତନ ବ୍ୟାଟିଂ କୋଚ
Advertisement
Article Detail0/zeeodisha/odisha1510434

Sanjay Bangar Prediction: ଦଳରୁ ବାଦ ପଡ଼ିବେ କି କେଏଲ ରାହୁଲ, ଏପରି ସଂକେତ ଦେଲେ ପୂର୍ବତନ ବ୍ୟାଟିଂ କୋଚ

ତାଙ୍କ ଦଳରୁ ଆଇପିଏଲରେ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଏହାର ଅର୍ଥ ଯେ ସେ ଦଳକୁ ଅଧିନାୟକ ରୋହିତ ଶର୍ମାଙ୍କ ବଦଳରେ ସମ୍ଭାଳିବାର କ୍ଷମତା ରହିଛି। ଏପରିକି ଅଧିନାୟକ ପାଇଁ ସେ ପ୍ରବଳ ଦାବିଦାର ରହିଛି। ଭାରତୀୟ ଦଳ ମ୍ୟାନେଜମେଣ୍ଟ ଏବେ କେଏଲ ରାହୁଲଙ୍କୁ ଦିନିକିଆ ବିଶ୍ୱକପ ପାଇଁ ମିଡ଼ିଲ ଅର୍ଡର ବ୍ୟାଟସମ୍ୟାନ ଭାବେ ଦେଖି ଆସୁଛନ୍ତି। 

Sanjay Bangar Prediction: ଦଳରୁ ବାଦ ପଡ଼ିବେ କି କେଏଲ ରାହୁଲ, ଏପରି ସଂକେତ ଦେଲେ ପୂର୍ବତନ ବ୍ୟାଟିଂ କୋଚ

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର ଭାରତୀୟ ଦଳର ସିନିୟର ଟିମକୁ ନେଇ ପୂର୍ବାନୁମାନ କରିଛନ୍ତି। ସିମିତ ଓଭର ପାଇଁ ଗଠିତ ଭାରତୀୟ ଦଳ ଅଧିନାୟକ ଦୌଡ଼ରେ କେଏଲ ରାହୁଲଙ୍କ ଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଢେର ଆଗରେ ରହିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ୩ଟି ଯାକ ଟି୨୦ ମ୍ୟାଚରେ ଅଧିନାୟକ ରହିବେ। ସେହିପରି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଉପଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ। କେଏଲ ରାହୁଲ ଟି୨୦ ସ୍କ୍ୱାର୍ଡରୁ ବାଦ ପଡିଛନ୍ତି। ଦିନିକିଆରେ ସେ ଓ୍ୱିକେଟ କିପର ଓ ବ୍ୟାଟସମ୍ୟାନ ଭାବେ ଦଳରେ ସାମିଲ ହୋଇଛନ୍ତି। 

ଷ୍ଟାର ସ୍ପୋର୍ଟସକୁ ସାକ୍ଷାତକାର ଦେଇ ସଞ୍ଜୟ ବାଙ୍ଗର କହିଛନ୍ତି ଇଶାନ କିସାନଙ୍କ ଶୀର୍ଷ କ୍ରମରେ ଯେଉଁଭଳି ଭାବେ ସଫଳତା ସାଉଁଣ୍ଟିଛନ୍ତି, ତାହାକୁ ଦେଖି କେଏଲ ରାହୁଲଙ୍କ ପାଇଁ ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇବା ବଡ଼ ସମସ୍ୟା ସୃଷ୍ଚି କରିପାରେ। ଏଥିପାଇଁ ମୋତେ ଲାଗୁଛି କି କେଏଲ ରାହୁଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ପାଇ ପାରନ୍ତି। ଶ୍ରୀ ବାଙ୍ଗର ଆହୁରି ମଧ୍ୟ କହିଛନ୍ତି କି ଗୁଜରାଟ ଟାଇଟନ୍ସ ପାଇଁ ଟାଇଟଲ ହାସଲ କରିବା ପରେ ଅଧିନାୟକ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିପାରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଅଧିନାୟକ ପ୍ରସଙ୍ଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବେଶ ଦମଦାର ରହିଛି। ସେ ତାଙ୍କ ଦଳରୁ ଆଇପିଏଲରେ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଏହାର ଅର୍ଥ ଯେ ସେ ଦଳକୁ ଅଧିନାୟକ ରୋହିତ ଶର୍ମାଙ୍କ ବଦଳରେ ସମ୍ଭାଳିବାର କ୍ଷମତା ରହିଛି। ଏପରିକି ଅଧିନାୟକ ପାଇଁ ସେ ପ୍ରବଳ ଦାବିଦାର ରହିଛି। ଭାରତୀୟ ଦଳ ମ୍ୟାନେଜମେଣ୍ଟ ଏବେ କେଏଲ ରାହୁଲଙ୍କୁ ଦିନିକିଆ ବିଶ୍ୱକପ ପାଇଁ ମିଡ଼ିଲ ଅର୍ଡର ବ୍ୟାଟସମ୍ୟାନ ଭାବେ ଦେଖି ଆସୁଛନ୍ତି। 

ମଧ୍ୟକ୍ରମ ବ୍ୟାଟିଂ ଭାବେ କେଏଲ ରାହୁଲଙ୍କୁ ସମ୍ଭାବିତ ଭାବେ ଶ୍ରେୟାସ ଆୟାର କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ସହିତ ସଂଘର୍ଷ କରିବାକୁ ପଡ଼ିପାରେ। କାରଣ ଶିଖର ଧଓ୍ୱନ ଏବେ ଟିମରୁ ବାଦ ପଡ଼ିଛନ୍ତି। ଇଶାନ କିସାନ ମଧ୍ୟ ଦଳରେ ସାମିଲ ହୋଇ ସାରିଛନ୍ତି। ଓ୍ୱିକେଟ କିପର ଭାବରେ ଇଶାନ ଖେଳି ପାରନ୍ତି। ଏହି କାରଣରୁ କେଏଲ ରାହୁଲଙ୍କ ପାଇଁ ଦିନିକିଆ ଦଳରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ସମସ୍ୟା ହୋଇପାରେ ବୋଲି ଶ୍ରୀ ବାଙ୍ଗର ଅନୁମାନ କରିଛନ୍ତି। ସେପଟେ ଶ୍ରେୟାସ ଆୟାର ଓ ସୂର୍ଯ୍ୟକୁମାର ଫର୍ମରେ ରହିଛନ୍ତି ବୋଲି ସେ କହିଛନ୍ତି।