KL Rahul's fitness: କେ.ଏଲ୍ ରାହୁଲଙ୍କ ଖେଳିବାକୁ ନେଇ ଏବେବି ରହିଛି ପ୍ରଶ୍ନବାଚୀ, ବ୍ୟାକଅପ୍ ପାଇଁ ଏହି ଖତରନାକ ଖେଳାଳିଙ୍କୁ ଦଳରେ କରାଗଲା ସାମିଲ
Advertisement

KL Rahul's fitness: କେ.ଏଲ୍ ରାହୁଲଙ୍କ ଖେଳିବାକୁ ନେଇ ଏବେବି ରହିଛି ପ୍ରଶ୍ନବାଚୀ, ବ୍ୟାକଅପ୍ ପାଇଁ ଏହି ଖତରନାକ ଖେଳାଳିଙ୍କୁ ଦଳରେ କରାଗଲା ସାମିଲ

Team India Asia Cup 2023 Squad: ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆର ଘୋଷଣା ସହିତ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କେ.ଏଲ୍ ରାହୁଲଙ୍କ ଫିଟନେସ୍ ବିଷୟରେ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ନୁହଁନ୍ତି ।

KL Rahul Not Fully Fit Says Ajit Agarkar

Ajit Agarkar On KL Rahul's fitness : ଅଜିତ ଅଗରକର କହିଛନ୍ତି ଯେ ଏସିଆ କପ୍ ୨୦୨୩ (Asia Cup 2023) ପାଇଁ ଭାରତର ୧୭ ସଦସ୍ୟ ବିଶିଷ୍ଟ ଦଳ ଶେଷରେ ଘୋଷଣା କରାଯାଇଛି । ଦଳ ଘୋଷଣା କରିବା ସହିତ ଟିମ୍ ଇଣ୍ଡିଆର (Team India) ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କେ.ଏଲ୍ ରାହୁଲଙ୍କ (KL Rahul) ଫିଟନେସ୍ ବିଷୟରେ ଏକ ଚମକପ୍ରଦ ବିୟାନ ଦେଇଛନ୍ତି ଓ ସଞ୍ଜୁ ସାମସନଙ୍କୁ (Sanju Samson) ରିଜର୍ଭ ଖେଳାଳି ଭାବରେ ସାମିଲ କରିବାର ନିଷ୍ପତ୍ତି ବିଷୟରେ ମଧ୍ୟ ଖୁଲାସା କରିଛନ୍ତି । ଏସିଆ କପ୍ ଦଳରେ ଉଭୟ ଶ୍ରେୟସ୍ ଆୟର (Shreyas Iyer) ଓ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଦଳ ଘୋଷଣା କରିବା ସହ କେ.ଏଲ୍ ରାହୁଲଙ୍କ ଫିଟନେସ୍ (KL Rahul's fitness) ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ସେ ଏବେ ବି ନିଗଲ ସମାସ୍ୟାରେ ଅଛନ୍ତି କିନ୍ତୁ ଏହା ତାଙ୍କ ପୂର୍ବ ଆଘାତ ସହ ଜଡିତ ନୁହେଁ । ରାହୁଲଙ୍କ ପାଇଁ ଏହା ଏକ ଭିନ୍ନ ଆଘାତ । ଏଭଳି ପରିସ୍ଥିତିରେ ଆମେ ସଞ୍ଜୁ ସାମସନଙ୍କୁ ବ୍ୟାକଅପ୍ ପ୍ଲେୟାର ଭାବରେ ଦଳରେ ଅନ୍ତର୍ଭୁକ୍ତ କରିଛୁ ।

ଆଗରକର ନିଜ ବିୟାନରେ କହିଛନ୍ତି ଯେ ରାହୁଲ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଏସିଆ କପ୍‌ର ଦ୍ୱିତୀୟ କିମ୍ବା ତୃତୀୟ ମ୍ୟାଚ୍ ପର୍ଯ୍ୟନ୍ତ ସମୟ ଲାଗିବ । ଏହି ପରିସ୍ଥିତିକୁ ଧ୍ୟାନରେ ରଖି ଆମେ ସଞ୍ଜୁ ସାମସନଙ୍କୁ ଦଳରେ ବ୍ୟାକଅପ୍ ଖେଳାଳି ଭାବରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛୁ । ଏଥି ସହିତ, ଆମେ ଶୀଘ୍ର ତାଙ୍କ ଫିଟନେସ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବୁ ।

ଶ୍ରେୟସ୍ ଆୟର ସମ୍ପୂର୍ଣ୍ଣ ଫିଟ୍
ଏସିଆ କପ୍ ଦଳକୁ ଫେରିଥିବା ଶ୍ରେୟସ୍ ଆୟରଙ୍କ ଫିଟନେସ୍ ବିଷୟରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ଯେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଫିଟ୍ ଘୋଷଣା କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଉଭୟ ଖେଳାଳି ଦୀର୍ଘ ସମୟ ପରେ ଭାରତୀୟ ଦଳରେ ପ୍ରତ୍ୟାବର୍ତ୍ତନ ଦେଖିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ, ଯଦି ଆମେ ରାହୁଲଙ୍କ ବ୍ୟତୀତ ଦଳ ବିଷୟରେ କଥା ହେଉ, ଇଶାନ କିଶନଙ୍କୁ ମଧ୍ୟ ୱିକେଟ୍ କିପର ଭାବରେ ଦଳରେ ସାମିଲ କରାଯାଇଛି ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ଭର୍ମା, କେ.ଏଲ୍ ରାହୁଲ, ଇଶାନ କିସାନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଆକ୍ଷର ପଟେଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା ।

ଟ୍ରାଭେଲିଙ୍ଗ ଷ୍ଟାଣ୍ଡ-ବାଇ ପ୍ଲେୟାର: ସଞ୍ଜୁ ସାମସନ ।

ଏହା ବି ପଢ଼ନ୍ତୁ: Virat Kohli: ୧୫ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ପାଦ ଦେଇଥିଲେ 'କିଙ୍ଗ କୋହଲି', ଜାଣନ୍ତୁ ଏପର୍ଯ୍ୟନ୍ତ କିପରି ରହିଛି ତାଙ୍କ ଯାତ୍ରା

ଏହା ବି ପଢ଼ନ୍ତୁ: Lisa Sthalekar inspiring story: ଭାରତରେ ଜନ୍ମ ହେବା ମାତ୍ରେ ଡଷ୍ଟବିନରେ ଫିଙ୍ଗି ଦିଆଯାଇଥିବା ଶିଶୁ କନ୍ୟା ହୋଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ସଫଳ ଅଧିନାୟକ