IND vs BAN: କେଏଲ୍ ରାହୁଲଙ୍କ 'ଫ୍ଲପ୍ ଶୋ' ପରେ ବିଜେପି ନେତା ପଚାରିଲେ ପ୍ରଶ୍ନ, କହିଲେ-ସେ କାହାର ଜ୍ୱାଇଁ?
Advertisement

IND vs BAN: କେଏଲ୍ ରାହୁଲଙ୍କ 'ଫ୍ଲପ୍ ଶୋ' ପରେ ବିଜେପି ନେତା ପଚାରିଲେ ପ୍ରଶ୍ନ, କହିଲେ-ସେ କାହାର ଜ୍ୱାଇଁ?

India vs Bangladesh Test Series: ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ଦଳର ଅଧିନାୟକ କେ ଏଲ୍ ରାହୁଲଙ୍କ 'ଫ୍ଲପ୍-ଶୋ' ଲଗାତର ଜାରି ରହିଛି । କେ ଏଲ୍ ରାହୁଲ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଦଳର କମାଣ ସମ୍ଭାଳି ଥିଲେ । କିନ୍ତୁ ବ୍ୟାଟ୍ ସହ କେ ଏଲ ରାହୁଲ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ଭାରତୀୟ ଦଳ ସିରିଜକୁ ୨-୦ରେ ଜିତିଛି ସତ କିନ୍ତୁ କେ ଏଲ ରାହୁଲଙ୍କ ବ୍ୟାଟ୍ ଚାଲି ନଥିଲା । 

IND vs BAN: କେଏଲ୍ ରାହୁଲଙ୍କ 'ଫ୍ଲପ୍ ଶୋ' ପରେ ବିଜେପି ନେତା ପଚାରିଲେ ପ୍ରଶ୍ନ, କହିଲେ-ସେ କାହାର ଜ୍ୱାଇଁ?

KL Rahul India vs Bangladesh Test Series: ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳ ଟେଷ୍ଟ ସିରିଜ (IND vs BAN Test Series) ଜିତିଛି । ଏହି ଟେଷ୍ଟ ସିରିଜକୁ ଟିମ୍ ଇଣ୍ଡିଆ (Team India) ୨-୦ ଅର୍ଥାତ କ୍ଲିନ୍ ସୁଇପ କରିନେଇଛି । ଅନ୍ୟପଟେ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ଦଳର ଅଧିନାୟକ (Indian Captain) କେ ଏଲ୍ ରାହୁଲ (KL Rahul) ଙ୍କ 'ଫ୍ଲପ୍-ଶୋ' ଲଗାତର ଜାରି ରହିଛି । କେ ଏଲ୍ ରାହୁଲ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଦଳର କମାଣ ସମ୍ଭାଳି ଥିଲେ । କିନ୍ତୁ ବ୍ୟାଟ୍ ସହ କେ ଏଲ ରାହୁଲ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ଭାରତୀୟ ଦଳ ସିରିଜକୁ ୨-୦ରେ ଜିତିଛି ସତ କିନ୍ତୁ କେ ଏଲ ରାହୁଲଙ୍କ ବ୍ୟାଟ୍ ଚାଲି ନଥିଲା । ଯାହା ପରେ ସୋସିଆଲ ମିଡିଆରେ ତାଙ୍କର ସମାଲୋଚନା ପୁଣି ଆରମ୍ଭ ହୋଇଯାଇଛି । ସେପଟେ ଜଣେ ବିଜେପି ନେତା (BJP Leader) କେ ଏଲ ରାହୁଲଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।

କେଏଲ ରାହୁଲ (KL Rahul) ଙ୍କ ବ୍ୟାଟ୍ ପୂରା ସିରିଜରେ ଚାଲି ନଥିଲା । ଢାକାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଉଭୟ ଇନିଂସରେ କେଏଲ ରାହୁଲ ମୋଟ ୧୨ ରନ୍ ସଂଗ୍ରହ କରିଥିଲେ । ଚଟ୍ଟଗ୍ରାମରେ ଖେଳାଯାଇଥିବା ଗତ ଟେଷ୍ଟ ମ୍ୟାଚରେ କେଏଲ ରାହୁଲ କେବଳ ୪୫ ରନ୍ ସ୍କୋର କରିପାରିଥିଲେ । ଏହି ମ୍ୟାଚରେ କେଏଲ ରାହୁଲ ପ୍ରଥମ ଇନିଂସରେ ୨୨ ରନ୍ ଓ ଦ୍ୱିତୀୟ ଇନିଂସରେ ୨୩ ରନର ଯୋଗଦାନ କରିଥିଲେ । ଏହି କାରଣରୁ କେଏଲ ରାହୁଲଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଛି । ଦିନିକିଆ (ODI) ସିରିଜର ଶେଷ ୨ ମ୍ୟାଚରେ ମଧ୍ୟ ତାଙ୍କ ବ୍ୟାଟରୁ ୮ ଓ ୧୪ ରନର ଇଂନିସ ବାହାରି ଥିଲା । କେଏଲ ରାହୁଲ ପ୍ରଥମ ODI ରେ ୭୩ ରନ୍ ସଂଗ୍ରହ କରିଥିଲେ, ଯାହାକି ଏହି ସିରିଜରେ ତାଙ୍କର ଶ୍ରେଷ୍ଠ ସ୍କୋର ଥିଲା ।

ଏହି ସମୟରେ ବିଜେପି ନେତା (BJP Leader) ରମେଶ ସୋଲଙ୍କି (Ramesh Solanki) ପ୍ରଶ୍ନ ଉଠାଇଛନ୍ତି । ରମେଶ ସୋଲଙ୍କି ଟ୍ୱିଟ୍ କରି ଲେଖିଛନ୍ତି ଯେ, "ଏହି କେଏଲ ରାହୁଲ (KL Rahul) କାହାର ଜ୍ୱାଇଁ ।" ତାଙ୍କର ଇସାରା କ୍ରମାଗତ ଖରାପ ପ୍ରଦର୍ଶନ ସତ୍ତ୍ୱେ ଦଳରେ ରହିବା ଉପରେ ଥିଲା । ଯଦିଓ ଅନେକ ୟୁଜର୍ସ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଲେଖିଛନ୍ତି ଯେ, ରାହୁଲଙ୍କ ଅଧିନାୟକତ୍ୱରେ ଦଳ ଜିତିଛି କିନ୍ତୁ ତଥାପି ପ୍ରଶ୍ନ ଉଠିଛି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଯିଏ ଦଳ ବାହାରେ ରହିବା ଉଚିତ୍, ସେ ଅଧିନାୟକ ଅଛନ୍ତି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ଝଟକା; ନୂଆ ବର୍ଷରେ ବଦଳିବ DA କେଲକୁଲେଶନର ପର୍ମୂଲା, ବର୍ତ୍ତମାନ ମହଙ୍ଗା ଭତ୍ତା ଉପରେ ଦେବାକୁ ପଡ଼ିବ ଟ୍ୟାକ୍ସ

ଅଧିକ ପଢ଼ନ୍ତୁ:-ଆଇପିଏଲରେ ପ୍ରଥମ ଥର ପାଇଁ ବିକ୍ରି ହେଲେ ଏହି ଦେଶର ଘାତକ ଖେଳାଳି, ହାର୍ଦ୍ଦିକଙ୍କ ଦଳ କଲା ମାଲାମାଲ୍

ଅଧିକ ପଢ଼ନ୍ତୁ:-କ୍ଲିନ୍ ସୁଇପ୍ ପରେ ଅଧିନାୟକ ରାହୁଲ ଖୁସିରେ ଗଦଗଦ୍, କହିଲେ-ବିଜୟ ପଛରେ ଏହି ୨ ଖେଳାଳି...

 

ଏଠାରେ କହି ରଖୁଛୁ ଯେ, ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ (IND vs BAN 2nd Test) ରେ ଭାରତ ବାଂଲାଦେଶକୁ ୩ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତୀୟ ଦଳ ସିରିଜ (India vs Bangladesh Test Series) କୁ ୨-୦ରେ ଜିତିନେଇଛି । ୧୪୫ ରନର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ (Team India) ୭୪ ରନରେ ୭ ୱିକେଟ୍ ହରାଇଥିଲା । ଫଳରେ ଦଳ ଖରାପ ସ୍ଥିତିରେ ରହିଥିଲା । ଏହା ପରେ ଶ୍ରେୟାସ ଆୟର (Shreyas Iyer) (୨୯ *) ଓ ରବିଚନ୍ଦ୍ରନ ଅଶ୍ୱିନ (Ravichandran Ashwin) (୪୨ *) ୭୧ ରନର ଅପରାଜିତ ପାର୍ଟନରଶିପ୍ ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଥିଲା । ୧୩ଟି ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏହା ହେଉଛି ଭାରତର ୧୧ ତମ ବିଜୟ । ବାଂଲାଦେଶ ପ୍ରଥମ ବିଜୟର ସୁଯୋଗ ହାତଛଡ଼ା କରିଛି ।