KL Rahul Fastest Century: କେ.ଏଲ୍ ରାହୁଲ ଭାଙ୍ଗିଲେ ରୋହିତ ଶର୍ମାଙ୍କ ଏକ ବଡ଼ ରେକର୍ଡ, ହେଲେ ଟିମ୍ ଇଣ୍ଡିଆର ନମ୍ବର-1 ବ୍ୟାଟ୍ସମ୍ୟାନ୍
Advertisement
Article Detail0/zeeodisha/odisha1956354

KL Rahul Fastest Century: କେ.ଏଲ୍ ରାହୁଲ ଭାଙ୍ଗିଲେ ରୋହିତ ଶର୍ମାଙ୍କ ଏକ ବଡ଼ ରେକର୍ଡ, ହେଲେ ଟିମ୍ ଇଣ୍ଡିଆର ନମ୍ବର-1 ବ୍ୟାଟ୍ସମ୍ୟାନ୍

IND vs NED: କେ.ଏଲ୍ ରାହୁଲ ମାତ୍ର ୬୨ ବଲରେ ନେଦରଲ୍ୟାଣ୍ଡ ବିପକ୍ଷରେ ଏକ ଶତକ ହାସଲ କରି ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି ।

 

KL Rahul Fastest Century

KL Rahul Fastest Century, IND vs NED: ବିଶ୍ୱକପ ୨୦୨୩ ରେ ଭାରତ ପାଇଁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିଥିବା କେ.ଏଲ୍ ରାହୁଲ ରବିବାର ନେଦରଲ୍ୟାଣ୍ଡ ବିପକ୍ଷରେ ଚମତ୍କାର ବ୍ୟାଟିଂ କରିଛନ୍ତି । ସେ ୬୪ ବଲରେ ୧୦୨ ରନର ଏକ ଧୁଆଁଧାର ଇନିଂସ ଖେଳିଥିଲେ, ଯେଉଁଥିରେ ୧୧ଟି ଚୌକା ଓ ୪ଟି ଛକା ସାମିଲ ଥିଲା । ଏହି ଇନିଂସରେ ରାହୁଲ ମାତ୍ର ୬୨ ବଲରେ ଶତକ ପୂରଣ କରି ଭାରତ ପାଇଁ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ । ଏହି ପ୍ରସଙ୍ଗରେ ସେ ଭାରଚର ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି ।

ରୋହିତ ଶର୍ମାଙ୍କୁ ପଛରେ ପକାଇଲେ କେ.ଏଲ୍ ରାହୁଲ 
ODI ବିଶ୍ୱକପ ଇତିହାସରେ କେଏଲ ରାହୁଲଙ୍କ ଏହି ଶତକ ଭାରତ ପାଇଁ ଦ୍ରୁତତମ ଶତକ ହୋଇଛି । ଏହା ପୂର୍ବରୁ ରୋହିତ ଆଫଗାନିସ୍ତାନ ବିପକ୍ଷରେ ୬୩ ବଲରେ ଶତକ ହାସଲ କରି ଏହି ରେକର୍ଡ ସୃଷ୍ଟି କରିଥିଲେ । କିନ୍ତୁ ଏହି ରେକର୍ଡ ରୋହିତଙ୍କ ନାମରେ ଅଧିକ ସମୟ ରହିପାରି ନାହିଁ ଓ ବର୍ତ୍ତମାନ କେ.ଏଲ୍ ରାହୁଲ ତାଙ୍କର ଏହି ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ କେ.ଏଲ୍ ରାହୁଲ ନିଜର ପ୍ରଥମ ଶତକ ହାସଲ କରିଥିଲେ । ଏହା ତାଙ୍କର ODI କ୍ୟାରିୟରର ସପ୍ତମ ଶତକ ଥିଲା ।

ବିଶ୍ୱକପରେ ଭାରତ ପାଇଁ ଦ୍ରୁତତମ ଶତକ ମାରିଥିବା ଖେଳାଳିଙ୍କ ତାଲିକା
୬୨ ବଲ - କେଏଲ ରାହୁଲ ବନାମ ନେଦରଲ୍ୟାଣ୍ଡ, ୨୦୨୩ ବିଶ୍ୱକପ 
୬୩ ବଲ - ରୋହିତ ଶର୍ମା ବନାମ ଆଫଗାନିସ୍ତାନ, ୨୦୨୩ ବିଶ୍ୱକପ 
୮୧ ବଲ - ବିରେନ୍ଦର ସେହୱାଗ ବନାମ ବରମୁଣ୍ଡା, ୨୦୦୭ ବିଶ୍ୱକପ 
୮୩ ବଲ - ବିରାଟ କୋହଲି ବନାମ ବାଂଲାଦେଶ, ୨୦୧୧ ବିଶ୍ୱକପ 

ଦ୍ୱିତୀୟ ଥର ପାଇଁ ୪୦୦ ପ୍ଲସ୍ ସ୍କୋର କଲା ଭାରତ 
କେ.ଏଲ୍ ରାହୁଲଙ୍କ ଏହି ଚମତ୍କାର ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ୪୧୦ ରନ୍ ସ୍କୋର କରିଛି। ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ଟିମ୍ ଇଣ୍ଡିଆ ୪୦୦ ଛୁଇଁଛି । ଏହାପୂର୍ବରୁ ୨୦୦୭ ରେ ବରମୁଣ୍ଡା ବିପକ୍ଷରେ ଭାରତ ୪୧୩ ରନ୍ ସ୍କୋର କରିଥିଲା । ରାହୁଲଙ୍କ ବ୍ୟତୀତ ଶ୍ରେୟସ୍ ଆୟର ଏହି ଇନିଂସରେ ୧୨୮ ରନର ଅପରାଜିତ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ଶୁବମନ ଗିଲ ଓ ବିରାଟ କୋହଲି ୫୧ ରନ୍ ଲେଖାଁଁଏ ସ୍କୋର କରିଥିଲେ । କ୍ୟାପଟେନ ରୋହିତ ଶର୍ମା ମଧ୍ୟ ୬୧ ରନର ଇନିଂସ କରିଥିଲେ ।