Kapil Dev On R Ashwin: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଦୌ ଖୁସି ନୁହଁନ୍ତି କପିଲ ଦେବ, କହିଲେ-ତାଙ୍କୁ ଲଜ୍ଜା ଲାଗୁଥିଲା
Advertisement

Kapil Dev On R Ashwin: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଦୌ ଖୁସି ନୁହଁନ୍ତି କପିଲ ଦେବ, କହିଲେ-ତାଙ୍କୁ ଲଜ୍ଜା ଲାଗୁଥିଲା

Kapil Dev On R Ashwin Performance T20 World Cup 2022: ଟି-20 ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଅର୍ଥାତ ନଭେମ୍ବର ୧୦ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଟିମ୍ ଇଣ୍ଡିଆର ଭଲ ପ୍ରଦର୍ଶନ ସତ୍ତ୍ୱେ ପୂର୍ବତନ ଅଧିନାୟକ କପିଲ ଦେବ ଭାରତୀୟ ଦଳର ଜଣେ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଦୌ ଖୁସି ନୁହଁନ୍ତି । 

Kapil Dev On R Ashwin: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଦୌ ଖୁସି ନୁହଁନ୍ତି କପିଲ ଦେବ, କହିଲେ-ତାଙ୍କୁ ଲଜ୍ଜା ଲାଗୁଥିଲା

Kapil Dev On R Ashwin Performance T20 World Cup 2022: ଚଳିତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଟିମ୍ ଇଣ୍ଡିଆ (Team India) ର ଯାତ୍ରା ଅତ୍ୟନ୍ତ ଚମତ୍କାର ରହିଛି । ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଦମଦାର୍ ପ୍ରଦର୍ଶନ କରୁଛି । ଯାହା ଆଧାରରେ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି । ଟି-20 ବିଶ୍ୱକପ ୨୦୨୨ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଅର୍ଥାତ ନଭେମ୍ବର ୧୦ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ (India vs England Semi Final) । ଟିମ୍ ଇଣ୍ଡିଆର ଭଲ ପ୍ରଦର୍ଶନ ସତ୍ତ୍ୱେ ପୂର୍ବତନ ଅଧିନାୟକ କପିଲ ଦେବ (Kapil Dev) ଭାରତୀୟ ଦଳର ଜଣେ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଦୌ ଖୁସି ନୁହଁନ୍ତି । କପିଲ ଦେବ ଏହି ଖେଳାଳିଙ୍କ ଉପରେ ବର୍ଷିଛନ୍ତି ।

କପିଲ ଦେବଙ୍କ ଅନୁଯାୟୀ, ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ (Ravichandran Ashwin) ହେଉଛନ୍ତି ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ ଦୁର୍ବଳତା । କପିଲ ଦେବ ଏହା ପର୍ଯ୍ୟନ୍ତ କହିଛନ୍ତି ଯେ, ବର୍ତ୍ତମାନ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଧ୍ୟ ୱିକେଟ୍ ମିଳୁଛି, ତେଣୁ ଏହି ଅଫ୍ ସ୍ପିନ୍ ବୋଲରଙ୍କୁ ନିଜ ଉପରେ ହିଁ ଲଜ୍ଜା ଲାଗୁଥିବ । ଏକ ଘରୋଇ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ସହ ସାକ୍ଷାତକାର ସମୟରେ କପିଲ ଦେବ ରବିଚନ୍ଦ୍ରନ ଅଶ୍ୱିନଙ୍କ ଉପରେ ବର୍ଷିଛନ୍ତି । ଏଠାରେ କହି ରଖୁଛୁ ଯେ, ରବିବାର ଖେଳା ଯାଇଥିବା ଟି-20 ବିଶ୍ୱକପ ୨୦୨୨ର ସୁପର-12 ରାଉଣ୍ଡର ଶେଷ ମ୍ୟାଚରେ ଜିମ୍ବାୱେ ବିପକ୍ଷରେ ୪ ଓଭରରେ ଆର୍ ଅଶ୍ୱିନ ୨୨ ରନ ଦେଇ ୩ ୱିକେଟ୍ ନେଇଥିଲେ । 

ଏହି ପ୍ରଦର୍ଶନକୁ ନେଇ କପିଲ ଦେବ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ କଟାକ୍ଷ କରିଛନ୍ତି । କପିଲ ଦେବ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ ରବିଚନ୍ଦ୍ରନ ଅଶ୍ୱିନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭଳି କୌଣସି ଜିନିଷ ନଜରକୁ ଆସି ନାହିଁ । ଅଶ୍ୱିନ୍ ୱିକେଟ୍ ନେଇଥିଲେ ହେଁ ସେ ଏହି ୱିକେଟ୍ ହାସଲ କରିଛନ୍ତି ବୋଲି ଏପରି ଲାଗୁ ନଥିଲା । କପିଲ ଦେବ କହିଛନ୍ତି ଯେ, "ବାସ୍ତବରେ ଜିମ୍ବାୱେ ବ୍ୟାଟ୍ସମ୍ୟାନମାନେ ଏପରି ଢଙ୍ଗରେ ଆଉଟ ହୋଇଥିଲେ ଯେ ଅଶ୍ୱିନଙ୍କୁ ନିଜେ ୱିକେଟ୍ ନେବାକୁ ଲଜ୍ଜା ଲାଗୁଥିଲା ଓ ସେ ମୁହଁ ଲୁଚାଉଥିଲେ । ୱିକେଟ୍ ନେବା ନିଶ୍ଚିତ ଭାବରେ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ାଇଥାଏ । କିନ୍ତୁ ଆମେ ଯେଉଁ ଅଶ୍ୱିନଙ୍କୁ ଜାଣୁ, ସେ ବର୍ତ୍ତମାନ ସେହି ରଙ୍ଗରେ ତ ଆଦୌ ନଜରକୁ ଆସୁ ନାହାଁନ୍ତି ।" 

ଅଧିକ ପଢ଼ନ୍ତୁ:-ମଜାକରେ ବି ପତ୍ନୀଙ୍କୁ କୁହନ୍ତୁ ନାହିଁ ଏସବୁ କଥା, ନଚେତ୍ ପରିଣାମ ହେବ ବହୁତ ଖରାପ

ଅଧିକ ପଢ଼ନ୍ତୁ:-ଘରେ କେତେ ସୁନା ରଖିପାରିବେ? ଜାଣି ରଖନ୍ତୁ, ନଚେତ୍ ଅସୁବିଧାରେ ପଡ଼ିବେ ଆପଣ

ଅଧିକ ପଢ଼ନ୍ତୁ:-ଇରଫାନ୍ ପଠାନଙ୍କ ଏକ ଟ୍ୱିଟକୁ ନେଇ ବବାଲ, ସୋସିଆଲ ମିଡିଆରେ ରାଗି ପାଚି ଲାଲ ହେଲେ ପାକିସ୍ତାନୀ ଫ୍ୟାନ୍ସ

ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ର ସୁପର-12 ରାଉଣ୍ଡରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ଥିଲା ଓ ଏହି ମ୍ୟାଚରେ ବିଜୟ ହାସଲ କରିଥିଲା । ସେହିପରି ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ ଖେଳିଥିଲା । ଏହି ମ୍ୟାଚରେ ବି ଟିମ୍ ଇଣ୍ଡିଆ ଜିତିଛି । ଅକ୍ଟୋବର ୩୦ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍ ଖେଳିଥିଲା ଓ ଏହି ମ୍ୟାଚରେ ପରାଜିତ ହୋଇଥିଲା । ଭାରତୀୟ ଦଳ ନଭେମ୍ବର ୨ ବାଂଲାଦେଶ ବିପକ୍ଷରେ ୫ ରନରେ ବିଜୟ ହାସଲ କରିଥିଲା । ସେହିପରି ଭାରତୀୟ ଦଳ ସୁପର-12 ପର୍ଯ୍ୟାୟର ଶେଷ ମ୍ୟାଚ୍ ନଭେମ୍ବର ୬ରେ ଜିମ୍ୱାୱେ ସହିତ ଖେଳିଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଜିମ୍ୱାୱେକୁ ୭୧ ରନରେ ପରାସ୍ତ କରିଛି । ବର୍ତ୍ତମାନ ନଭେମ୍ୱର ୯ରେ ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବ ।

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଦୀନେଶ କାର୍ତ୍ତିକ (ୱିକେଟ କିପର), ଋଷଭ ପନ୍ତ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।