Kamran Akmal Advises Babar Azam: ଅଧିନାୟକତ୍ୱ ଛାଡ଼ିବାକୁ ପରାମର୍ଶ ଦେଲେ ବାବର ଆଜମଙ୍କ ଭାଇ, କହିଲେ-ବିରାଟ କୋହଲିଙ୍କ ପରି...
Advertisement

Kamran Akmal Advises Babar Azam: ଅଧିନାୟକତ୍ୱ ଛାଡ଼ିବାକୁ ପରାମର୍ଶ ଦେଲେ ବାବର ଆଜମଙ୍କ ଭାଇ, କହିଲେ-ବିରାଟ କୋହଲିଙ୍କ ପରି...

Kamran Akmal Advises Babar Azam: ଅଧିନାୟକ ବାବର ଆଜାମଙ୍କୁ ସବୁଠାରୁ ଅଧିକ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ଏହା ପରେ ବାବରଙ୍କ ଭାଇ ତାଙ୍କୁ ଅଧିନାୟକତ୍ୱ ଛାଡିବାକୁ ପରାମର୍ଶ ଦେଇଛନ୍ତି । ବାବର ଆଜମଙ୍କ କକା ପୁଅ କାମ୍ରାନ ଆକମଲ ସେମିଫାଇନାଲରେ ପାକିସ୍ତାନର ପହଞ୍ଚିବା ଆଶା ଉପରେ କହିଛନ୍ତି ଯେ, ଦଳ ଏବେବି ଶେଷ ୪ରେ ପହଞ୍ଚିପାରିବ, କିନ୍ତୁ....

Kamran Akmal Advises Babar Azam: ଅଧିନାୟକତ୍ୱ ଛାଡ଼ିବାକୁ ପରାମର୍ଶ ଦେଲେ ବାବର ଆଜମଙ୍କ ଭାଇ, କହିଲେ-ବିରାଟ କୋହଲିଙ୍କ ପରି...

Kamran Akmal Advises Babar Azam: ପାକିସ୍ତାନ ଦଳ ଟି-20 ବିଶ୍ୱକପ ୨୦୨୨ରେ ଲଗାତର ୨ଟି ମ୍ୟାଚ ହାରିଛି । ପ୍ରଥମେ ଭାରତ ଠାରୁ ହାରିବା ହେବା ପରେ ଦ୍ୱିତୀୟ ମ୍ୟାଚରେ ଜିମ୍ୱାୱେ ପାକିସ୍ତାନକୁ ୧ ରନରେ ପରାସ୍ତ କରିଥିଲା । ଏହା ପରେ ସାରା ଦୁନିଆରେ ପାକିସ୍ତାନୀ ଦଳକୁ ସମାଲୋଚନା କରାଯାଉଛି । ଅଧିନାୟକ ବାବର ଆଜାମଙ୍କୁ ସବୁଠାରୁ ଅଧିକ ସମାଲୋଚନାର ସାମ୍ନା କରିବାକୁ ପଡ଼ୁଛି । ଏହା ପରେ ବାବରଙ୍କ ଭାଇ ତାଙ୍କୁ ଅଧିନାୟକତ୍ୱ ଛାଡିବାକୁ ପରାମର୍ଶ ଦେଇଛନ୍ତି । ବାବର ଆଜମଙ୍କ କକା ପୁଅ କାମ୍ରାନ ଆକମଲ ସେମିଫାଇନାଲରେ ପାକିସ୍ତାନର ପହଞ୍ଚିବା ଆଶା ଉପରେ କହିଛନ୍ତି ଯେ, ଦଳ ଏବେବି ଶେଷ ୪ରେ ପହଞ୍ଚିପାରିବ, କିନ୍ତୁ ବର୍ଷା ହେଲେ ହିଁ ଏହା ସମ୍ଭବ ।

କାମ୍ରାନ୍ କହିଛନ୍ତି ଯେ, ଯଦି ଦକ୍ଷିଣ ଆଫ୍ରିକା ମ୍ୟାଚରେ ବର୍ଷା ହୁଏ ଓ ପାକିସ୍ତାନ ଅନ୍ୟ ସମସ୍ତ ମ୍ୟାଚକୁ ଭଲ ରନ୍ ରେଟରେ ଜିତେ ତେବେ ଦଳ ସେମିଫାଇନାଲରେ ପ୍ରବେଶ କରିପାରିବ । ସେ କହିଛନ୍ତି ଯେ, ଜିମ୍ବାୱେ ବିପକ୍ଷରେ ପାକିସ୍ତାନ ଏଭେରେଜ୍ ଠାରୁ ତଳର କ୍ରିକେଟ୍ ଖେଳିଛି । ଯଦି ଏଭେରେଜ ଖେଳ ବି ଖେଳିଥାନ୍ତେ, ତେବେ ଦଳ ସହଜରେ ୧୩୧ ରନର ଲକ୍ଷ୍ୟ ହାସଲ କରିଥାନ୍ତେ । ପାକିସ୍ତାନୀ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲ କହିଛନ୍ତି ଯେ, ଶେଷରେ ଶାହିନ୍ ଶାହା ଆଫ୍ରିଦିଙ୍କୁ ପଠାଯାଇଛି । ଯିଏ ନିଜେ ବର୍ତ୍ତମାନ ଫିଟ୍ ହୋଇ ଆସିଛନ୍ତି । ତାଙ୍କ ସ୍ଥାନରେ ହରିସ୍ ରାଉଫଙ୍କୁ ପଠାଯିବା ଉଚିତ୍ ଥିଲା । ଯଦି ହାୟଦାର ଅଲିଙ୍କୁ ମଧ୍ୟ ସୁଯୋଗ ଦିଆଯାଏ, ତେବେ ତାଙ୍କୁ ୪ କିମ୍ବା ୫ ନମ୍ବରକୁ ପଠାଯିବା ଉଚିତ୍ । ତାଙ୍କୁ ଆସିଫ ଅଲିଙ୍କ ସ୍ଥାନରେ ୬ ନମ୍ବରରେ ପଠାଯାଇଛି । ଆସିଫ ଏଭଳି ଅନେକ ମ୍ୟାଚ୍ ଜିତାଇଛନ୍ତି ।

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ପାଇଁ ଟି-20 ବିଶ୍ୱକପ ରାସ୍ତା ହେଲା କଠିନ, ICCର ପ୍ଲାନିଂ ଉପରେ ପ୍ରଶ୍ନ ଉଠାଇଲେ ଦଳର କୋଚ୍! ଜାଣନ୍ତୁ କ'ଣ କହିଲେ

ଅଧିକ ପଢ଼ନ୍ତୁ:-ବାବର ଆଜମଙ୍କୁ ସମସ୍ତଙ୍କ ଆଗରେ ବେଇଜ୍ଜତ କଲେ ଆକ୍ରମ, କହିଲେ ଏପରି କିଛି ଶୁଣି ସମସ୍ତେ ଚକିତ

ଅଧିକ ପଢ଼ନ୍ତୁ:-ଭାରତ ସେମିଫାଇନାଲରେ ପହଞ୍ଚିବ ତ କାହା ସହ ହେବ ଟକ୍କର; ଜାଣନ୍ତୁ ପୂରା ସମୀକରଣ

କାମ୍ରାନ୍ ଆକମଲ ଆହୁରି କହିଛନ୍ତି ଯେ, ଖେଳ ସଚେତନତା, ପ୍ଲେଇଙ୍ଗ XI ଭଳି ବିଷୟକୁ ନେଇ କୋଚ୍, ଅଧିନାୟକ ତରଫରୁ କିଛି ଦେଖିବାକୁ ମିଳିନାହିଁ । ଆକମଲ କହିଛନ୍ତି ଯେ,  ସେ କେବେଠାରୁ ପାକିସ୍ତାନର ଦୁର୍ବଳତା ବିଷୟରେ କହିଆସୁଛନ୍ତି, କିନ୍ତୁ କେହି ଶୁଣୁନାହାଁନ୍ତି । ନିଜର ଇଗୋ ଉପରେ ସମସ୍ତ ନିଷ୍ପତ୍ତି ନେଉଛନ୍ତି । କୌଣସି ପୂର୍ବତନ କ୍ରିକେଟରଙ୍କ କଥା ମଧ୍ୟ ଶୁଣନ୍ତୁ ନାହିଁ । ସେ ଆଗକୁ କହିଛନ୍ତି ଯେ, ବଡ଼ ଭାଇ ହେବା ଦୃଷ୍ଟିରୁ ଯଦି ବାବର ବୁଝିବେ, ପିସିବି ବୁଝାଇବ ତେବେ ବାବର ଆଜମଙ୍କୁ ଅଧିନାୟକତ୍ୱ ଛାଡିବା ଉଚିତ୍ । ଯଦି ତାଙ୍କୁ ୨୫,୦୦୦ ରନ୍ କରିବାର ଅଛି । ତେବେ ସେ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବା ଉଚିତ୍ । ନଚେତ୍ ଚାପ ଯୋଗୁଁ ତାଙ୍କର ଫର୍ମ ଖରାପ ହେବ । ବାବରଙ୍କୁ ବିରାଟ କୋହଲିଙ୍କ ଭଳି ଖେଳ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଲମ୍ବା କ୍ରିକେଟ୍ ଖେଳ, କାରଣ ପାକିସ୍ତାନକୁ ତାଙ୍କ ପରେ କୌଣସି ବ୍ୟାଟ୍ସମ୍ୟାନ ନଜରକୁ ଆସୁ ନାହିଁ ।