BCCI ଲଗାଇଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ବ୍ୟାନ୍! ଜସପ୍ରୀତ ବୁମ୍ରାଙ୍କ ସହ ହୋଇପାରିବେନି କଥା
Advertisement

BCCI ଲଗାଇଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ବ୍ୟାନ୍! ଜସପ୍ରୀତ ବୁମ୍ରାଙ୍କ ସହ ହୋଇପାରିବେନି କଥା

Jasprit Bumrah:  ଆହତ କାରଣରୁ ଭାରତୀୟ ଦଳର ଘାତକ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ବୁମ୍ରା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମଧ୍ୟ ଖେଳିପାରିବେନି ବୋଲି ଆଶଙ୍କା କରାଯାଉଛି । ଜସପ୍ରୀତ ବୁମ୍ରା ନିଜେ ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । ଯେତେବେଳେ  ଜସପ୍ରୀତ ବୁମ୍ରା ତାଙ୍କ ଫର୍ମରେ ଥାଆନ୍ତି, ସେ ଯେକୌଣସି ବ୍ୟାଟିଂ ଆକ୍ରମଣକୁ ଧ୍ୱସ୍ତ କରିପାରନ୍ତି । 

BCCI ଲଗାଇଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ବ୍ୟାନ୍! ଜସପ୍ରୀତ ବୁମ୍ରାଙ୍କ ସହ ହୋଇପାରିବେନି କଥା

Jasprit Bumrah: ଟିମ୍ ଇଣ୍ଡିଆ (Team India) ର ଷ୍ଟାର୍ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ନ୍ୟୁଜିଲ୍ୟାଣ୍ଡରେ ବ୍ୟାକ୍ ସର୍ଜରୀ ହୋଇସାରିଛି । ତେବେ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ସୁସ୍ଥ ହେବା ପ୍ରକ୍ରିୟା ଓ ଆଘାତର ଗମ୍ଭୀରତା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, କେବଳ ଜାତୀୟ କ୍ରିକେଟ୍ ଏକାଡେମୀ (NCA) ର ପ୍ରମୁଖ ଭିଭିଏସ୍ ଲକ୍ଷ୍ମଣ (VVS Laxman) ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ବିଷୟରେ ଜାଣିଛନ୍ତି । ଏହା ବ୍ୟତୀତ ଜସପ୍ରୀତ ବୁମ୍ରାଙ୍କ ସହ କୌଣସି ଖେଳାଳି କିମ୍ବା ଚୟନକର୍ତ୍ତାଙ୍କୁ କଥାବାର୍ତ୍ତା କରିବାକୁ ଅନୁମତି ନାହିଁ ।

ଇଣ୍ଡିଆନ୍ ଏକ୍ସପ୍ରେସ ସହିତ କଥାବାର୍ତ୍ତା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ସୂତ୍ରରୁ ପ୍ରକାଶ ଯେ, "ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ଆଘାତ ବିଷୟରେ ବିସିସିଆଇର ଅନେକ ଲୋକ ଜାଣି ନାହାଁନ୍ତି । ତାଙ୍କ ସହ କଥାବାର୍ତ୍ତା କରିବାକୁ କେବଳ ଭିଭିଏସ୍ ଲକ୍ଷ୍ମଣ (VVS Laxman) ଓ ଫିଜିଓଙ୍କୁ ଅନୁମତି ରହିଛି । ଏପରିକି ଚୟନ କମିଟିଙ୍କୁ କୁହାଯାଇଛି ଯେ ସମୟ ଆସିଲେ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ଆଘାତ ସମ୍ପର୍କରେ ସେମାନଙ୍କୁ ସୂଚନା ଦିଆଯିବ ।"

ଆପଣଙ୍କୁ କହି ରଖୁଛୁ ଯେ, ଆଘାତ ଯୋଗୁଁ ଜସପ୍ରୀତ ବୁମ୍ରା (Jasprit Bumrah) ଗତ କିଛି ମାସ ଧରି କ୍ରିକେଟ୍ ଠାରୁ ଦୂରରେ ଥିଲେ । ନିକଟ ଅତୀତରେ ଜସପ୍ରୀତ ବୁମ୍ରା (Jasprit Bumrah) ଖ୍ରୀଷ୍ଟଚର୍ଚରେ ଅସ୍ତ୍ରୋପଚାର କରିଛନ୍ତି । କିନ୍ତୁ ଅସ୍ତ୍ରୋପଚାର ସତ୍ତ୍ୱ ଜସପ୍ରୀତ ବୁମ୍ରା (Jasprit Bumrah) ଆସନ୍ତା ୬ ମାସ ପର୍ଯ୍ୟନ୍ତ ପଡ଼ିଆକୁ ଫେରି ପାରିବେ ନାହିଁ । ଏହାର ଅର୍ଥ ଡାହାଣୀ ହାତୀ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କୁ ଆଇପିଏଲ (IPL 2023) ର ଆଗାମୀ ସଂସ୍କରଣରୁ ବାଦ୍ ଦିଆଯାଇଛି । ଏଥି ସହିତ ଏସିଆ କପ୍ ୨୦୨୩ (Asia Cup 2023) ରେ ଖେଳିବା ଉପରେ ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇନାହିଁ ।

ବାସ୍ତବରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ (ODI World Cup 2023) ଭାରତରେ ଖେଳାଯିବ । ସେଥିପାଇଁ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କୁ ନେଇ ବିସିସିଆଇ (BCCI) ବହୁତ ସତର୍କ ଅଛି । ଆହତ କାରଣରୁ ଭାରତୀୟ ଦଳର ଘାତକ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ବୁମ୍ରା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମଧ୍ୟ ଖେଳିପାରିବେନି ବୋଲି ଆଶଙ୍କା କରାଯାଉଛି । ଜସପ୍ରୀତ ବୁମ୍ରା ନିଜେ ଟିମ୍ ଇଣ୍ଡିଆ (Team India) ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି । ଯେତେବେଳେ  ଜସପ୍ରୀତ ବୁମ୍ରା ତାଙ୍କ ଫର୍ମରେ ଥାଆନ୍ତି, ସେ ଯେକୌଣସି ବ୍ୟାଟିଂ ଆକ୍ରମଣକୁ ଧ୍ୱସ୍ତ କରିପାରନ୍ତି । ଇନିଂସ୍ ଆରମ୍ଭରେ ଜସପ୍ରୀତ ବୁମ୍ରା ବହୁତ ଘାତକ ବୋଲିଂ କରନ୍ତି । 

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର; ଅର୍ଥମନ୍ତ୍ରୀଙ୍କ ଘୋଷଣା, ପେନସନ୍ ଯୋଜନାରେ ହେବ ପରିବର୍ତ୍ତନ!

 

ଅଧିକ ପଢ଼ନ୍ତୁ-ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ବଦଳିଗଲା ପ୍ଲାନ୍, BCCI ହଠାତ୍ କଲା ବଡ଼ ପରିବର୍ତ୍ତନ!

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମୁଖ୍ୟମନ୍ତ୍ରୀ ବଢ଼ାଇଲେ ୪ ପ୍ରତିଶତ ମହଙ୍ଗା ଭତ୍ତା

ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ଗଣିତ ହୋଇଥାଏ । ଜସପ୍ରୀତ ବୁମ୍ରା ଭାରତୀୟ ଦଳ ପାଇଁ ୩୦ଟି ଟେଷ୍ଟ ମ୍ୟାଚରେ ୧୨୮ ୱିକେଟ୍ ନେଇଛନ୍ତି । ଗତ ୮-୯ ମାସ ଧରି ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆରୁ ଦୂରେଇ ଅଛନ୍ତି । ଜସପ୍ରୀତ ବୁମ୍ରା ଶେଷ ଥର ପାଇଁ ସେପ୍ଟେମ୍ବର ୨୦୨୨ରେ ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜରେ ଖେଳିଥିଲେ ।  ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୩୦ଟି ଟେଷ୍ଟ, ୭୨ଟି ODI ଏବଂ ୬୦ଟି ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି । ପିଠିରେ ଆଘାତ ଲାଗିଥିବାରୁ ସେ ଗତ ବର୍ଷ ସେପ୍ଟେମ୍ବରରୁ ପଡ଼ିଆରୁ ଦୂରେଇ ଅଛନ୍ତି ।