ICC Test Rankings James Anderson: ଜେମ୍ସ ଆଣ୍ଡରସନ୍ ରଚିଲେ ଇତିହାସ, ଭାଙ୍ଗିଲେ ୮୭ ବର୍ଷ ପୁରୁଣା ରେକର୍ଡ; ୪୦ ବର୍ଷ ବୟସରେ ସମସ୍ତଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ୱର 1
Advertisement

ICC Test Rankings James Anderson: ଜେମ୍ସ ଆଣ୍ଡରସନ୍ ରଚିଲେ ଇତିହାସ, ଭାଙ୍ଗିଲେ ୮୭ ବର୍ଷ ପୁରୁଣା ରେକର୍ଡ; ୪୦ ବର୍ଷ ବୟସରେ ସମସ୍ତଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ୱର 1

James Anderson:  ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଜେମ୍ସ ଆଣ୍ଡରସନ୍ (James Anderson) ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି । ଏଥିସହିତ ରବିନ୍ଦ୍ର ଜାଡେଜା ଶ୍ରେଷ୍ଠ ୧୦ରେ ଫେରିଛନ୍ତି । ଏଠାରେ କହି ରଖୁଛୁ ଯେ, ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ ର଼୍ୟାଙ୍କିଙ୍ଗରେ ନମ୍ବର ୨ରେ ଅଛନ୍ତି ।

ICC Test Rankings James Anderson: ଜେମ୍ସ ଆଣ୍ଡରସନ୍ ରଚିଲେ ଇତିହାସ, ଭାଙ୍ଗିଲେ ୮୭ ବର୍ଷ ପୁରୁଣା ରେକର୍ଡ; ୪୦ ବର୍ଷ ବୟସରେ ସମସ୍ତଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ୱର 1

ICC Test Rankings, James Anderson: କ୍ରିକେଟରେ ଖେଳାଳିଙ୍କ ପାଇଁ ୪୦ ବର୍ଷ ବୟସ ଏପରି ଏକ ବୟସ, ଯେତେବେଳେ ଖେଳାଳିମାନେ ଅବସର ବିଷୟରେ ଚିନ୍ତା କରନ୍ତି କିମ୍ବା ଅବସର ଘୋଷଣା କରନ୍ତି । କିନ୍ତୁ ଇଂଲଣ୍ଡର ଦ୍ରୁତ ବୋଲର (England Fast Bowler) ଜେମ୍ସ ଆଣ୍ଡରସନ (James Anderson) ଙ୍କ ଉପରେ ଏହା ଲାଗୁ ହୁଏ ନାହିଁ । ୪୦ ବର୍ଷ ବୟସରେ ଜେମ୍ସ ଆଣ୍ଡରସନ ଟେଷ୍ଟରେ ଏକ ନମ୍ବର ବୋଲର (ICC Test Bowling Rankings) ଟାଇଟଲ ହାସଲ କରିଛନ୍ତି । ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ (Latest ICC Bowling Rankings) ରେ ଜେମ୍ସ ଆଣ୍ଡରସନ୍ (James Anderson) ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି । ଏଥିସହିତ ରବିନ୍ଦ୍ର ଜାଡେଜା (Ravindra Jadeja) ଶ୍ରେଷ୍ଠ ୧୦ରେ ଫେରିଛନ୍ତି । ଏଠାରେ କହି ରଖୁଛୁ ଯେ, ରବିଚନ୍ଦ୍ରନ ଅଶ୍ୱିନ (R Ashwin) ଟେଷ୍ଟ ର଼୍ୟାଙ୍କିଙ୍ଗରେ ନମ୍ବର ୨ରେ ଅଛନ୍ତି ।

ଏପରି କରି ଜେମ୍ସ ଆଣ୍ଡରସନ୍ ଜେମ୍ସ ଆଣ୍ଡରସନ୍ (James Anderson) ୮୭ ବର୍ଷର ଏକ ଖାସ୍ ରେକର୍ଡ ଭାଙ୍ଗିଛନ୍ତି । ୪୦ ବର୍ଷ ୨୦୭ ଦିନ ବୟସରେ ଆଣ୍ଡରସନ ଟେଷ୍ଟରେ ଏକ ନମ୍ବର ବୋଲର ହୋଇପାରିଛନ୍ତି । ଜେମ୍ସ ଆଣ୍ଡରସନ୍ (James Anderson) ୧୯୩୬ ମସିହାରେ ଅଷ୍ଟ୍ରେଲୀୟ ମହାନ କ୍ଲାରି ଗ୍ରିମେଟ (Clarrie Grimmett) ଙ୍କ ପରଠାରୁ ନମ୍ୱର ୧ ର଼୍ୟାଙ୍କିଙ୍ଗ ହାସଲ କରିଥିବା ସବୁଠାରୁ ବୟସ୍କ ବୋଲର ଅଟନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଜେମ୍ସ ଆଣ୍ଡରସନଙ୍କ ପୂର୍ବରୁ ପ୍ୟାଟ୍ କମିନ୍ସ ଏକ ନମ୍ବର ବୋଲର ଥିଲେ । ପ୍ୟାଟ୍ କମିନ୍ସ (Pat Cummins) ୧,୪୬୬ ଦିନ ଧରି ଟେଷ୍ଟରେ ଏକ ନମ୍ବର ବୋଲର ଭାବରେ ରହିଆସିଥିଲେ ।

ସର୍ବଶେଷ ଆଇସିସି ବୋଲିଂ ରାଙ୍କିଙ୍ଗ୍  (Latest ICC Bowling Rankings) ବିଷୟରେ କହିବାକୁ ଗଲେ ଜେମ୍ସ ଆଣ୍ଡରସନ୍ (James Anderson) ଙ୍କ ପରେ ନମ୍ବର ୨ରେ ଆର ଅଶ୍ୱିନ ଥିବାବେଳେ ପ୍ୟାଟ୍ କମିନ୍ସ  ନମ୍ବର ୩ରେ ଖସି ଆସିଛନ୍ତି । ଓଲି ରବିନ୍ସନ୍ ଚତୁର୍ଥ ସ୍ଥାନରେ ଅଛନ୍ତି । ଭାରତର ଜସପ୍ରୀତ ବୁମ୍ରା ନମ୍ବର ୫ରେ ନିଜର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଏହା ବ୍ୟତୀତ ପାକିସ୍ତାନର ଶାହିନ୍ ଆଫ୍ରିଦି ନମ୍ବର ୬ରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ହୋଲି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଖୁସି ଖବର! ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ, ଯୁବତୀ କହିଲେ- ସେ ମୋର ପ୍ରାଇଭେଟ୍ ପାର୍ଟକୁ ଛୁଇଁଛନ୍ତି ଓ ମାରିଛନ୍ତି ଚାପୁଡ଼ା

ଅଧିକ ପଢ଼ନ୍ତୁ:-ସୁନା ଓ ରୁପା ପୁଣି ହେଲା ଶସ୍ତା, ଜାଣନ୍ତୁ ଆଜିର ନୂଆ ରେଟ୍

ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ନମ୍ବର ୭ରେ ଥିବାବେଳେ କାଇଲ ଜାମିସନ ଟେଷ୍ଟ ମାନ୍ୟତାରେ ନମ୍ବର ୮ ସ୍ଥାନରେ ରହି ନିଜର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି । ରବିନ୍ଦ୍ର ଜାଡେଜା ନମ୍ବର ୯ରେ ଅଛନ୍ତି । ରବିନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ମାନ୍ୟତାର ଶ୍ରେଷ୍ଠ ୧୦କୁ ଫେରିଛନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ମଧ୍ୟ ୧୦ ନମ୍ବରରେ ଅଛନ୍ତି ।