R Aswin vs KL Rahul: କେଏଲ ରାହୁଲଙ୍କ ଉପରେ ଭାରି ପଡ଼ୁଛନ୍ତି କି ଅଶ୍ୱିନୀ !
Advertisement
Article Detail0/zeeodisha/odisha1486745

R Aswin vs KL Rahul: କେଏଲ ରାହୁଲଙ୍କ ଉପରେ ଭାରି ପଡ଼ୁଛନ୍ତି କି ଅଶ୍ୱିନୀ !

R Aswin vs KL Rahul: ଏବେ ବାଂଲାଦେଶ ଗସ୍ତରେ ଅଛି ଭାରତ। ଦିନିକିଆ ପରେ ଏବେ ଟେଷ୍ଟ ସିରିଜ ଖେଳୁଛି ଭାରତ। ତେବେ ଏଥିରେ ସଂକଟଜନକ ସ୍ଥିତିରେ ଥିବା ବେଳେ ସ୍ଥିତିକୁ ସମ୍ଭାଳିଥିଲେ ରବିଚନ୍ଦ୍ରନ ଅଶ୍ୱିନ। ଦୁଇ ଓପନର ଏକ ପ୍ରକାର ବିଫଳ ହୋଇଥିଲେ। ତେବେ ପ୍ରଦର୍ଶନ ଦୃଷ୍ଟିରୁ ରବିଚନ୍ଦ୍ରନ ଅଶ୍ୱିନ ଓ କେଏଲ ରାହୁଲଙ୍କ ମଧ୍ୟରେ କିଏ କାହା ଉପରେ ଭାରି ପଡ଼ୁଛି ଆସନ୍ତୁ ଜାଣିବା...

ସୌଜନ୍ୟ : ସୋସିଆଲ ମିଡିଆ

R Aswin vs KL Rahul:  ନୂଆଦିଲ୍ଲୀ: ଚଟୋଗ୍ରାମରେ ଚାଲିଥିବା ପ୍ରଥମ ଟେଷ୍ଟର (First Test) ଦ୍ୱିତୀୟ ଦିନରେ ରବିଚନ୍ଦ୍ରନ ଅଶ୍ୱିନ (Ravichandran Ashwin) ତାଙ୍କର ଅର୍ଦ୍ଧଶତକ ପୁରା କରିଛନ୍ତି। ଏହି ପିଚରେ ଓପନରମାନେ ସଂଘର୍ଷ କରିଥିବା ବେଳେ ଅଶ୍ୱିନୀ ବେଶ ଶାଣିତ ଖେଳ ପ୍ରଦର୍ଶନ କରି ଅର୍ଦ୍ଧଶତକ (Half Century) ପୁରା କରିଛନ୍ତି। ଏହି ପିଚରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ପଛରେ ପକାଇବା ସହିତ ନିଜକୁ ଟେଷ୍ଟ ପାଇଁ ଜଣେ ଫିଟ ପ୍ଲେୟାର ଭାବେ ପ୍ରମାଣ କରିଛନ୍ତି ଅଶ୍ୱିନୀ। କେବଳ ଏତିକି ନୁହେଁ, କୁଳଦୀପ ଯାଦବ (Kuldeep Yadav) ମଧ୍ୟ ୪୦ ରନର ଇନିଂସ ଖେଳିଛନ୍ତି। ଏହା ପୂର୍ବରୁ କେଏଲ ରାହୁଲ (KL Rahul) ଓ ଶୁବମନ ଗିଲ (Shubman Gill) ମଧ୍ୟ ସଂଘର୍ଷ କରିଥିବାର ନଜର ଆସିଛନ୍ତି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଅଶ୍ୱିନ ଟେଷ୍ଟରେ କେଏଲ ରାହୁଲଙ୍କ ଠାରୁ ମଧ୍ୟ ବେଶ ଦମଦାର ବ୍ୟାଟସମ୍ୟାନ ଭାବେ ଉଭା ହୋଇଛନ୍ତି। ଆସନ୍ତୁ ଜାଣିବା କଣ କହୁଛି ସଂଖ୍ୟା। 

ପ୍ରଥମେ ଅଶ୍ୱିନୀଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା। ଅଶ୍ୱିନ ମୋଟ ୮୭ଟି ଟେଷ୍ଟରୁ ୨୭ ଆଭରେଜରେ ୨୯୮୪ ରନ କରିଛନ୍ତି। ଏହାରି ମଧ୍ୟରେ ୫ଟି ଶତକ ଓ ୧୩ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏହା ସହିତ ଅଶ୍ୱିନ ଟିମରେ ଜଣେ ଅଫ ସ୍ପିନର ଭାବେ ମଧ୍ୟ ବେଶ ଦମଦାର ପ୍ରଦର୍ଶନ କରିସାରିଛନ୍ତି। ବ୍ୟାଟିଂ ଲାଇନରେ ମଧ୍ୟ ବେଶ ଦମଦାର ପ୍ରଦର୍ଶନ କରିସାରିଛନ୍ତି। ଏପରିକି ତାଙ୍କ ପ୍ରଦର୍ଶନ ଫଳରେ ଏକାଧିକ ବ୍ୟାଟସମ୍ୟାନଙ୍କୁ ପଛରେ ପକାଇ ସାରିଛନ୍ତି। ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଭାରତ ୫୦ ରନ ମଧ୍ୟରେ ତିନୋଟି ଓ୍ୱିକେଟ ହରାଇଥିଲେ ମଧ୍ୟ ଦଳ ବର୍ତ୍ତମାନ ୪୦୦ ରନ ପାଖାପାଖି ରହିଛି। ଏହି ସ୍କୋର ମଧ୍ୟରେ ଅଶ୍ୱିନଙ୍କର ଏକ ବଡ଼ ଭାଗୀଦାରି ରହିଛି। ସେହିପରି ଦୁଇ ଓପନରଙ୍କ ପ୍ରଦର୍ଶନ ଉପରେ ଯଦି ନଜର ପକାଇବା ତେବେ ଶୁବମନ ଗିଲ ବର୍ତ୍ତମାନ କ୍ୟାରିୟର ଆରମ୍ଭ କରିଛନ୍ତି। ସେ ଅଧିକ ମାତ୍ରାରେ ଟେଷ୍ଟ ମ୍ୟାଚ ଖେଳିନାହାନ୍ତି। କିନ୍ତୁ କେଏଲ ରାହୁଲ ଦୀର୍ଘ ସମୟରୁ ଟିମରେ ସକ୍ରିୟ ରହିଛନ୍ତି। 

ଅଶ୍ୱିନ ଓ ରାହୁଲଙ୍କ ଟେଷ୍ଟ ପ୍ରଦର୍ଶନ
କେଏଲ ରାହୁଲ ଏପର୍ଯ୍ୟନ୍ତ ୪୪ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୭୫ଟି ଇନିଂସରେ ମାତ୍ର ୨୫୬୯ ରନ୍ ସଂଗ୍ରହ କରିଛନ୍ତି। ଟେଷ୍ଟରେ ତାଙ୍କର ହାରାହାରି ହାର ବହୁତ ସାଧାରଣ ରହିଛି। ସେ ହାରାହାରି ୩୫ ହାରରେ ରନ କରିଥିବା ବେଳେ ଏଥିରେ ତାଙ୍କର ୭ଟି ଶତକ ଓ ୧୩ଟି ଅର୍ଦ୍ଧଶତକ କରିଛନ୍ତି।  ସେହିପରି ରାହୁଲ କେବଳ ବ୍ୟାଟ୍ସମ୍ୟାନ୍ ଭାବରେ ଦଳରେ ଖେଳନ୍ତି। ଜଣେ ଓପନର୍ ଭାବରେ ସେ ଟେଷ୍ଟରେ ବହୁତ ଦୁର୍ବଳ ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ଅଶ୍ୱିନ ଅନେକ ଥର ଭାରତୀୟ ଦଳ ପାଇଁ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ପରାଜିତ ମ୍ୟାଚର ମୋଡ଼ ବଦଳାଇ ଦଳ ସପକ୍ଷରେ ଆଣିବାରେ ସକ୍ଷମ ହୋଇଛନ୍ତି। 

କେଏଲ ରାହୁଲ ଜଣେ ପ୍ରତିଭାବନ ଖେଳାଳି, ଏଥିରେ କୌଣସି ଦ୍ୱିମତ ନାହିଁ। କିନ୍ତୁ ପ୍ରତିଟି ଫର୍ମାଟରେ ସଂଘର୍ଷ କରୁଛନ୍ତି କେଏଲ ରାହୁଲ। ତାଙ୍କୁ ପ୍ରତିଭା ସହିତ ମୈଦାନରେ ପ୍ରଦର୍ଶନ କରିବାକୁ ହେବ। ଦୀର୍ଘ ସମୟ ଧରି ମୈଦାନରେ ସଂଘର୍ଷ କରିବାକୁ ପଡ଼ୁଛି। ଯଦି ଏଭଳି ଚାଲିବ ତେବେ ତାଙ୍କୁ ଦଳରୁ ବାହାର ହେବାକୁ ପଡ଼ିବ। ଯାହା ଋତୁରାଜ ଗାୟକ୍ୱାଡ଼ ଓ ପୃଥ୍ୱୀ ଶ'ଙ୍କ ଭଳି ଖେଳାଳିଙ୍କୁ ଦଳରେ ସାମିଲହେବାକୁ ବେଶି ସମୟ ଲାଗିବନି।