IPL 2023: 'ତାଙ୍କ ପରି ଅଧିନାୟକ ନା କେହି ଥିଲେ, ନା କେହି ଭବିଷ୍ୟତରେ ହେବେ' ଗାଭାସ୍କର ଏହି ଖେଳାଳିଙ୍କୁ ନେଇ ଦେଲେ ବଡ଼ ବୟାନ
Advertisement

IPL 2023: 'ତାଙ୍କ ପରି ଅଧିନାୟକ ନା କେହି ଥିଲେ, ନା କେହି ଭବିଷ୍ୟତରେ ହେବେ' ଗାଭାସ୍କର ଏହି ଖେଳାଳିଙ୍କୁ ନେଇ ଦେଲେ ବଡ଼ ବୟାନ

Sunil Gavaskar On MS Dhoni: ଭାରତର ଲିଟିଲ୍ ମାଷ୍ଟର କୁହାଯାଉଥିବା ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଭାରତୀୟ ପ୍ରିମିୟର ଲିଗର ଇତିହାସର ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି । 

ସାଙ୍କେତିକ ଛବି

Sports News In Odia: ଆଇପିଏଲ୍ ୨୦୨୩ (IPL 2023) ର ୨୪ ତମ ମ୍ୟାଚ୍ ଆଜି ଅର୍ଥାତ ୧୭ ଏପ୍ରିଲରେ ବେଙ୍ଗାଲୁରୁରେ ଖେଳାଯିବ । ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (Gujarat Titans vs Rajasthan Royals) ଦଳ ମୁହାଁମୁହିଁ ହେବେ । ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର (Team India) ପୂର୍ବତନ ଭେଟେରାନ୍ ଖେଳାଳି ସୁନୀଲ ଗାଭାସ୍କର (Sunil Gavaskar) ଏମଏସ ଧୋନିଙ୍କୁ (MS Dhoni) ନେଇ ଏକ ବଡ଼ ବୟାନ ଦେଇଛନ୍ତି ।

ଭାରତୀୟ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନିଙ୍କୁ ଆଇପିଏଲ ଇତିହାସର ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି । ସେ କହିଛନ୍ତି ଯେ 'ତାଙ୍କ ଭଳି କ୍ୟାପଟେନ ନା କେବେ କେହି ହୋଇଛନ୍ତି ନା ଭବିଷ୍ୟତରେ କେହି ହେବେ'।

କ’ଣ କହିଛନ୍ତି ସୁନୀଲ ଗାଭାସ୍କର?
ପୂର୍ବତନ ଭାରତୀୟ ଅଧିନାୟକ ଗାଭାସ୍କର ନିଜ ବୟାନରେ କହିଛନ୍ତି ଯେ 'ଚେନ୍ନାଇ ସୁପର କିଙ୍ଗ୍ସ ଜାଣିଛି ଯେ କଠିନ ପରିସ୍ଥିତିରୁ କିପରି ବାହାରକୁ ଆସିବେ । କେବଳ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱ ଯୋଗୁଁ ଏହା ସମ୍ଭବ ହୋଇଛି । ୨୦୦ ମ୍ୟାଚରେ କ୍ୟାପଟେନ୍ କରିବା ଅତ୍ୟନ୍ତ କଷ୍ଟକର । ଏତେ ମ୍ୟାଚରେ କ୍ୟାପଟେନ କରିବା ଏକ ବୋଝ ଓ ଏହା ତାଙ୍କ ପ୍ରଦର୍ଶନ ଉପରେ ମଧ୍ୟ ପ୍ରଭାବିତ ହୋଇପାରେ ।'

fallback

ଏମଏସ ଧୋନି କଲେ ଏହି ରେକର୍ଡ
କହି ରଖୁଛୁ ଯେ, ୧୨ ଏପ୍ରିଲରେ, ଚେନ୍ନାଇରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ହାଜର ହୋଇ ଏମଏସ ଧୋନି ୨୦୦ ମ୍ୟାଚରେ CSK ଅଧିନାୟକତ୍ୱ କରିବାର ରେକର୍ଡ କରିଥିଲେ । ୪୧ ବର୍ଷୀୟ ଧୋନି ଇତିହାସର ପ୍ରଥମ ଖେଳାଳି ଯିଏକି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ମହେନ୍ଦ୍ର ସିଂ ଧୋନି ଭାରତୀୟ ଦଳ ଓ ଆଇପିଏଲର ସବୁଠାରୁ ସଫଳ ଅଧିନାୟକ । ସେ CSK ପାଇଁ ଚାରିଥର ଟ୍ରଫି ଜିତିଛନ୍ତି ।

ଏମଏସ ଧୋନିଙ୍କ କ୍ରିକେଟ୍ କ୍ୟାରିୟର
ଏମ୍ଏସ୍ ଧୋନି ୨୦୦୭ ଟି-୨୦ ବିଶ୍ୱକପ୍ ଓ ଟିମ୍ ଇଣ୍ଡିଆ ପାଇଁ ୨୦୧୧ ଦିନିକିଆ ବିଶ୍ୱକପ୍ ଜିତାଇଛନ୍ତି । ସେ ୯୦ ଟି ଟେଷ୍ଟରେ ୪୮୭୬ ରନ୍ ସ୍କୋର କରିଛନ୍ତି । ଧୋନି ୩୫୦ ଟି ଦିନିକିଆରେ ୧୦୭୭୩ ରନ୍ ସଂଗ୍ରହ କରିଥିବାବେଳେ ୯୮ଟି ଟି-୨୦ ରେ ୧୬୧୭ ରନ୍ କରିଛନ୍ତି । ଏହି ସମୟରେ, ଆଇପିଏଲ୍ ର ୨୩୮ ମ୍ୟାଚରେ ୫୦୩୬ ରନ୍ କରିଛନ୍ତି । ଧୋନି ମଧ୍ୟ ଦିନିକିଆରେ ଗୋଟିଏ ୱିକେଟ୍ ନେଇଛନ୍ତି ।

ଏହା ବି ପଢ଼ନ୍ତୁ: Jasprit Bumrah and Shreyas Iyer: ଟିମ୍ ଇଣ୍ଡିଆ ପାଇଁ ଆସିଲା ଏକ ଖୁସି ଖବର! ବୁମ୍ରା ଓ ଶ୍ରେୟାସଙ୍କ ଆଘାତ ଉପରେ ଆସିଲା ଏହି ବଡ଼ ଅପଡେଟ୍

ଏହା ବି ପଢ଼ନ୍ତୁ: Prithvi Shaw Selfie Row: ଆଇପିଏଲ୍-୨୦୨୩ ମଝିରେ ପୃଥ୍ୱୀ ଶ'ଙ୍କୁ ନୋଟିସ୍ ପଠାଇଲେ ହାଇକୋର୍ଟ, ଜାଣନ୍ତୁ ପୂରା ମାମଲା