IPL 2023 Final: ଗୁଜୁରାଟ ଟାଇଟାନ୍ସ ହାରିବା ନେଇ ସାରାଙ୍କୁ ଦାୟୀ କଲେ ଫ୍ୟାନ୍ସ,, କହିଲେ…
Advertisement

IPL 2023 Final: ଗୁଜୁରାଟ ଟାଇଟାନ୍ସ ହାରିବା ନେଇ ସାରାଙ୍କୁ ଦାୟୀ କଲେ ଫ୍ୟାନ୍ସ,, କହିଲେ…

IPL 2023 Final: ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ  ମାତ ଦେଇ ପଞ୍ଚମ ଥର ପାଇଁ ଟାଇଟେଲ ହାତେଇଛି ଚେନ୍ନାଇ ସୁପର କିଙ୍ଗସ, ସେପଟେ ଗୁଜୁରାଟ ହାରିବା ପାଇଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଦାୟୀ କରିଛନ୍ତି ଫ୍ୟାନ୍ସ । 

ସୌ(ସୋସିଆଲ ମିଡିଆ)

IPL 2023 Final: ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ (Gujarat Titans) ମାତ ଦେଇ ପଞ୍ଚମ ଥର ପାଇଁ ଟାଇଟେଲ ହାତେଇଛି ଚେନ୍ନାଇ ସୁପର କିଙ୍ଗସ (chennai super kings) । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra modi stadium) ଖେଳା ଯାଉଥିବା ଆଇପିଏଲ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ ଟାଇଟାନ୍ସ । ଦଳ ୪ ୱିକେଟ୍ ହରାଇ ୨୧୪ ରନ୍ ସଂଗ୍ରହ କରିଥିଲା । ବର୍ଷା ଯୋଗୁଁ ମ୍ୟାଚ ଦୀର୍ଘ ସମୟ ବନ୍ଦ ରହିବା ପରେ ଚେନ୍ନାଇକୁ ୧୫ ଓଭରରେ ୧୭୧ ରନ୍‌ର ଟାର୍ଗେଟ ମିଳିଥିଲା । ଶେଷ ଓଭରରେ ଦଳ ଜିତିବା ପାଇଁ ୧୩ ରନ୍ ଆବଶ୍ୟକ କରିଥିଲା । ଏହି ସମୟରେ ମୋହିତ ଶର୍ମାଙ୍କୁ ମିଳିଥିଲା ବୋଲିଂ ଦାୟିତ୍ୱ । ରବିନ୍ଦ୍ର ଜାଡେଜା (ravindra jadeja) ଚମତ୍କାର ଇନିଂସ ଫଳରେ ଶେଷ ବଲରେ ୪ ରନ୍ ସଂଗ୍ରହ କରି ଗୁଜୁରାଟକୁ ପାଞ୍ଚ ୱିକେଟରେ ପରାସ୍ତ ଟାଇଟେଲ ଛଡ଼ାଇ ନେଇଥିଲା ଧୋନୀ ବାହିନୀ । ଜାଡେଜା ୬ଟି ବଲରେ ୧୫ ରନ କରି ଅପରାଜିତ ଇନିଂସ ଖେଳିଥିଲେ ।

ସେପଟେ ଗୁଜୁରାଟ ହାରିବା ପରେ ଟ୍ରେଲର ଶିକାର ହୋଇଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ (Sara ali khan) । ପ୍ରକାଶ ଥାଉ କି, ଆଇପିଏଲ ଫାଇନାଲ ମ୍ୟାଚ୍ ଦେଖିବା ଲାଗି ଅଭିନେତା ଭିକି କୌଶଲ (Vicky Kaushal) ଓ ଅଭିନେତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଁଞ୍ଚିଥିଲେ । ଏଠାରେ ଦୁହେଁ ନିଜର ଅପକମିଙ୍ଗ ଫିଲ୍ମ “ଜରା ହଟକେ ଜରା ବଚକେ” (zara hatke zara bachke) ର ପ୍ରମୋସନ କରିବା ଲାଗି  ଷ୍ଟାଡିୟମରେ ପହଁଞ୍ଚିଥିଲେ । ଷ୍ଟାଡିୟମରେ ସାରାଙ୍କୁ ଦେଖି ଟ୍ରୋଲର୍ସ ମାନେ ଶୁଭମନ ଗିଲଙ୍କ ସହ ତାଙ୍କୁ ଯୋଡ଼ି ଚର୍ଚ୍ଚା ଆରମ୍ଭ କରିଥିଲେ । କୁଆଡ଼େ ସାରାଙ୍କୁ ଦେଖି ଶୁଭମନ ଗିଲଙ୍କ (shubman gill) ଆଉଟ ହୋଇଗଲେ ବୋଲି ଚର୍ଚ୍ଚା ହେଉଛି । ମ୍ୟାଚ ପରେ ଏକ ଭିଡ଼ିଓରେ ସାରା ଓ ଭିକି ଚେନ୍ନାଇ ସୁପର ଜିତିବା ନେଇ ଖୁସି ମନାଇଥିବା ଦେଖିବାକୁ ମିଳିଥିଲା । ହେଲେ ସାରାଙ୍କୁ ଖୁସି ଦେଖି ଲୋକେ ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି । ଏମିତିକି ଲୋକେ ସାରାଙ୍କ ଓଭରଆକ୍ଟିଂ ପସନ୍ଦ ଆସେନାହିଁ ବୋଲି କହିଛନ୍ତି । ଏହି ଭିଡ଼ିଓରେ କମେଣ୍ଟ କରି ଜଣେ ୟୁଜର୍ସ ଲେଖିଛନ୍ତି ଯେ, “ସାରା ଦିଦି ପ୍ରତାରକ”, ଅନ୍ୟ ଜଣେ ଲେଖିଛନ୍ତି “ପ୍ରଥମରୁ ଗୁଜୁରାଟ ଟାଇଟାନ୍ସକୁ ସମର୍ଥନ କରୁଥିଲେ, ପୁଣି ସିଏସକେ ଜିତିବା ପରେ ତାହା ପାଇଁ ଚିୟରଅପ୍” କରୁଛନ୍ତି ।

Also Read- IPL 2023 Awards: ମ୍ୟାଚ ହାରିଲେ, କିନ୍ତୁ ପୁରସ୍କାର ଜିତିଲେ

Also Read- IPL Final: ଚେନ୍ନାଇ ବିଜୟରେ ସାମିଲ ୫ ବଡ଼ ଖେଳାଳି, ବୟସ ୩୦ ଛୁଇଁଥିଲେ ବି ଖେଳିଥିଲେ ବଡ଼ ଇନିଂସ

ପ୍ରକାଶ ଥାଉ କି, ନିକଟରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ (Sara ali khan) ଓ ଯୁବ କ୍ରିକେଟର ଶୁଭମନ ଗିଲ (shubman gill) ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଲାଗି ରହିଥିଲା । ଦୁହେଁକୁ ଅନେକ ସମୟରେ ଏକାଠି ସ୍ପଟ୍ ମଧ୍ଯ କରାଯାଇଥିଲା । କିନ୍ତୁ ନିକଟରେ ଉଭୟ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଦେଇଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସାରା ଓ ଶୁଭମନଙ୍କ ବ୍ରେକଅଫ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏହା ସହ ତେନ୍ଦୁକରଙ୍କ ଝିଅଙ୍କୁ ଶୁଭମନ ଗିଲ୍ ଡ଼େଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Also Read-IPL 2023: ଶେଷ ମ୍ୟାଚରେ ସୃଷ୍ଟି ହେଲା ବହୁତ ବଡ଼ ରେକର୍ଡ, ଜାଣନ୍ତୁ କଣ