RR vs GT: ରୋମାଞ୍ଚକର ମ୍ୟାଚରେ ଗୁଜୁରାଟକୁ ପରାସ୍ତ କଲା ରାଜସ୍ଥାନ, ହେଟମାୟର ତୂଫାନି ବ୍ୟାଟିଂ ଆଗରେ ହାର୍ଦ୍ଦିକ ହେଲେ ଫେଲ୍
Advertisement

RR vs GT: ରୋମାଞ୍ଚକର ମ୍ୟାଚରେ ଗୁଜୁରାଟକୁ ପରାସ୍ତ କଲା ରାଜସ୍ଥାନ, ହେଟମାୟର ତୂଫାନି ବ୍ୟାଟିଂ ଆଗରେ ହାର୍ଦ୍ଦିକ ହେଲେ ଫେଲ୍

GT vs RR Match Highlights: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଗୁଜୁରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା । ଏଠାରେ ରାଜସ୍ଥାନ ରୟାଲ୍ସ ୩ ୱିକେଟ୍ ନେଇ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରିଛି ।

ସୌ: ସୋସିଆଲ ମିଡିଆ

IPL 2023: RR vs GT, ରବିବାର ଦିନ ଅର୍ଥାତ ୧୬ ଏପ୍ରିଲରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବନାମ ଗୁଜୁରାଟ ଟାଇଟାନ୍ସ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ରହିଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଗୁଜୁରାଟ ଟାଇଟାନ୍ସକୁ ତିନି ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ କିଏ ଜିତିବା ତାହା ଖେଳ ଶେଷ ହେବା ଯାଏଁ ସସପେନ୍ସ ଥିଲା । ଏହି ମ୍ୟାଚରେ କେତେବେଳେ ଗୁଜୁରାଟର ଦଳ ଏହି ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଓ ଆଉ ବେଳେବେଳେ ରାଜସ୍ଥାନର ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲା । ଶେଷରେ, ରାଜସ୍ଥାନ ରୟାଲ୍ସ ଏହି ରୋମାଞ୍ଚକର ମ୍ୟାଚକୁ ଜିତି ନେଇଛି ।

ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ବାଛିଥିଲା । ରାଜସ୍ଥାନର ବୋଲରମାନେ ପାୱାରପ୍ଲେରେ ଜବରଦସ୍ତ ବୋଲିଂ କରି ପ୍ରଥମ ୫ ଓଭରରେ ମାତ୍ର ୩୨ ରନ୍ କରି ଦୁଇଟି ୱିକେଟ୍ ନେଇଥିଲେ । ପ୍ରଥମ ଓଭରରେ ରିଦ୍ଧିମାନ ସାହା (୪) ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିବାବେଳେ, ସାଇ ସୁଦର୍ଶନ (୨୦) ରନ୍ ଆଉଟ୍ ହେବା ପରେ ପାଭିଲିୟନକୁ ଫେରିଥିଲେ ।

ଦୁଇଟି ଦ୍ରୁତ ୱିକେଟ୍ ଖସିଯିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶୁବମାନ ଗିଲ ୫୯ ରନର ଶୀଘ୍ର ଭାଗିଦାରୀ କରିଥିଲେ । ୧୯ ବଲରୁ ୨୮ ରନ୍ ସ୍କୋର କରି ହାର୍ଦ୍ଦିକ ଚହଲଙ୍କ ଶିକାର ହୋଇଥିଲେ । ଏହା ପରେ ୪୫ ରନ୍ ସ୍କୋର କରିବା ପରେ ଶୁବମାନ ଗିଲଙ୍କୁ ମଧ୍ୟ ଆଉଟ ହୋଇଯାଇଥିଲା । ଏଠାରୁ ଡେଭିଡ ମିଲର ୩୦ ବଲରୁ ୪୬ ସ୍କୋର କରିଥିଲେ ଓ ଅଭିନଭ ମନୋହର ୧୩ ବଲରୁ ୨୭ ସ୍କୋର କରି ଗୁଜରାଟକୁ ୧୭୦ କୁ ନେଇଥିଲେ । ଧାର୍ଯ୍ୟ ଓଭରରେ ଗୁଜୁରାଟ ୧୭୭ ରନ ସଂଗ୍ରହ କରି ୭ ୱିକେଟ୍ ହରାଇଥିଲା । ଏଠାରେ ସନ୍ଦୀପ ଶର୍ମା ରାଜସ୍ଥାନରୁ ଦୁଇଟି ୱିକେଟ୍ ନେଇଥିଲେ ଓ ଚହଲ, ବୋଲ୍ଟ ଓ ଝାମ୍ପା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

୧୭୮ ରନର ଲକ୍ଷ୍ୟକୁ ପିଛାକରି ରାଜସ୍ଥାନର ବହୁତ ଖରାପ ଆରମ୍ଭ କରିଥିଲା । ରାଜସ୍ଥାନ ପ୍ରଥମ ୧୭ ବଲରେ ମୋଟ ୪ ରନ୍ ଯୋଡି ନିଜ ଓପନିଂ ବ୍ୟାଟ୍ସମ୍ୟାକୁ ହରାଇ ଥିଲା । ଜସବସି ଜୌସୱାଲ (୧) ଓ ଜୋସ୍ ବଟଲର (୦) କରି ଆଉଟ୍ ହୋଇଥିଲେ । ଏଠାରୁ ଦେବଦତ୍ତ ପାଡିକାଲ ଓ ସଞ୍ଜୁ ସାମସନ ଇନିଂସ ଆଗକୁ ନେଇଥିଲେ । ପାଡିକଲ ୨୬ ରନ ସ୍କୋର କରି ରସିଦ ଖାନଙ୍କ ଶିକାର ହୋଇଥିଲେ । ତାଙ୍କ ପରେ ରିୟାନ୍ ପାରାଗ (୫) ରନ କରି ଆଉଟ ହୋଇଥିଲେ ।

ଏହା ପରେ ସଞ୍ଜୁ ସାମସନ ଓ ଶିମ୍ରନ୍ ହେଟମିୟର ୨୭ ବଲରୁ ୫୯ ରନ୍ ଯୋଡି ରାଜସ୍ଥାନକୁ ମ୍ୟାଚକୁ ଆଣିଥିଲେ । ୩୨ ବଲରୁ ୬୦ ରନ୍ ସ୍କୋର କରିବା ପରେ ଏଠାରେ ସାମସନ୍ ଆଉଟ୍ ହୋଇଥିଲେ । ତାଙ୍କ ପରେ ଧ୍ରୁଭ ଜୁରେଲ ୧୦ ଟି ବଲରୁ ୧୮ ରନ୍ ସ୍କୋର କରି ଆଉଟ ହୋଇଥିଲେ ଓ ଆର ଅଶ୍ୱିନ ୩ ବଲରୁ ୧୦ ରନର ଏକ କ୍ଷୁଦ୍ର କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଶେଷରେ, ଶିମ୍ରନ୍ ହେଟମିୟର ରାଜସ୍ଥାନକୁ ବିଜୟ ପ୍ରଦାନ କରିଥିଲେ । ସେ ୨୬ ବଲରୁ ୫୬ ରନର ଅପରାଜିତ ଇନିଂସ ଖେଳିଥିଲେ । ରାଜସ୍ଥାନ ଚାରିଟି ୩ ୱିକେଟ୍ ବାକି ଥାଇ ଏହି ମ୍ୟାଚ୍ ଜିତି ନେଇଥିଲା । ଗୁଜୁରାଟ ପାଇଁ ଶାମି ତିନିଟି, ରସିଦ ଦୁଇଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନୁର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ: MI vs KKR: ଭେଙ୍କଟେଶ ଆୟରଙ୍କ ଶତକ ହେଲା ବ୍ୟର୍ଥ, ଏକ ପାଖିଆ ମ୍ୟାଚ୍ ଜିତିନେଲା ମୁମ୍ବାଇ ଇଣ୍ଡିଆନ୍ସ