PBKS vs RR: ରୋମାଞ୍ଚକର ମ୍ୟାଚରେ ପଞ୍ଜାବକୁ ୪ ୱିକେଟରେ ପରାସ୍ତ କଲେ ରାଜସ୍ଥାନ
Advertisement

PBKS vs RR: ରୋମାଞ୍ଚକର ମ୍ୟାଚରେ ପଞ୍ଜାବକୁ ୪ ୱିକେଟରେ ପରାସ୍ତ କଲେ ରାଜସ୍ଥାନ

PBKS vs RR: ରାଜସ୍ଥାନ ରୟାଲ୍ସ ଏକ ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି ।

ସୌ: ସୋସିଆଲ ମିଡିଆ

Punjab Kings vs Rajasthan Royals Dharamsala: ଏକ ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପଞ୍ଜାବ କିଙ୍ଗସକୁ ୪ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ପଞ୍ଜାବ ୧୮୭ ରନ୍ ସ୍କୋର କରିଥିଲା । ଏହାର ଜବାବରେ ରାଜସ୍ଥାନ ୧୯.୪ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରି ନେଇଥିଲା । ରାଜସ୍ଥାନ ତରଫରୁ ଓପନର୍ ଯଶସ୍ୱି ଜୌସୱାଲ ଭଲ ବ୍ୟାଟିଂ କରିଥିଲେ । ସେ ୩୬ ବଲ ଖେଳି ୫୦ ରନ୍ ସ୍କୋର କରିଥିଲେ । ଏହି ସମୟରେ ସେ ୮ ଟି ଚୌକା ମାରିଥିଲେ । ଦେବଦତ୍ତ ପାଡିକଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ୩୦ ବଲରେ ୫୧ ରନ୍ ସ୍କୋର କରିଥିଲେ । ଏହି ଇନିଂସରେ ଦେବଦତ୍ତ ୫ ଟି ଚୌକା ଓ ୩ଟି ଛକା ମାରିଥିଲେ । କ୍ୟାପଟେନ ସଞ୍ଜୁ ସାମସନ କିଛି ବିଶେଷ କରିପାରି ନ ଥିଲେ । ସେ ମାତ୍ର ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ଜୋସ୍ ବଟଲର୍ ଶୂନ୍ୟ ରନରେ ଆଉଟ୍ ହୋଇଥିଲେ ।

ସାମ୍ କରନ ଓ ଜିତେଶ କରିଥିଲେ ଉତ୍କୃଷ୍ଟ ପ୍ରଦର୍ଶନ
ଟସ୍ ହରାଇବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍ ସଂଗ୍ରହ କରିଥିଲା । ଏହି ସମୟରେ ସାମ କରନ ଅପରାଜିତ ୪୯ ରନ ସ୍କୋର କରିଥିଲେ । ସେ ୩୧ ବଲରେ ସମ୍ମୁଖୀନ ହୋଇଥିଲେ ଓ ୪ଟି ଚୌକା ଓ ୨ଟି ଛକା ମାରିଥିଲେ । ଜିତେଶ ଶର୍ମା ୨୮ ବଲରେ ୪୪ ରନ୍ ସଂଗ୍ରହ କରିଥିଲେ । ସେ ୩ ଚୌକା ଓ ୩ଟି ଛକା ମାରିଥିଲେ । ଶାହାରୁଖ ଖାନ ୨୩ ବଲରେ ୪୧ ରନ୍ ସଂଗ୍ରହ କରିଥିଲେ । ସେ ୪ ଚୌକା ଓ ୨ ଛକା ମାରିଥିଲେ । ଏହାପୂର୍ବରୁ ଲିଭିଙ୍ଗଷ୍ଟୋନ୍ ୯ ରନ୍ ଏବଂ ଅର୍ଥବ ଟେଡେ ୧୯ ରନ୍ କରି ଆଉଟ ହୋଇଥିଲେ । ୧୭ ରନ୍ ସ୍କୋର କରିବା ପରେ ଶିଖର ଧାୱନ ପାଭିଲିୟନକୁ ଫେରିଥିଲେ । ପ୍ରଭାସୀମନ୍ ସିଂ ମାତ୍ର ୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।

ନବଦୀପ ସାଇନି ନେଇଥିଲେ ୩ ୱିକେଟ୍ 
ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ନବଦୀପ ସାଇନି ୩ ୱିକେଟ୍ ନେଇଥିଲେ । ସେ ୪ ଓଭରରେ ୪ ରନ୍ ଦେଇଥିଲେ । ଟ୍ରେଣ୍ଟ ବୋଲ୍ଟ ୪ ଓଭରରେ ୩୫ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ଆଡାମ ଜାମ୍ପା ୪ ଓଭରରେ ୨୬ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ସନ୍ଦୀପ ଶର୍ମା ୪ ଓଭରରେ ୪୬ ରନ୍ ଦେଇଥିଲେ । ୟୁଜବେନ୍ଦ୍ର ଚହଲ ୪ ଓଭରରେ ୨୦ ରନ୍ ଦେଇଥିଲେ ।

ଏହା ବି ପଢନ୍ତୁ: WTC Final 2023: ନିଜ ଗୋଡରେ କୁରାଢ଼ୀ ମାରିଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଛାଡିବ ନାହିଁ ଅଷ୍ଟ୍ରେଲିଆ, ଫାଇନାଲ ଜିତିବା କଷ୍ଟକର!

ଏହା ବି ପଢନ୍ତୁ: Indian Cricket Team Jersey: ଭାରତୀୟ କ୍ରିକେଟ୍ ଦଳର ଜର୍ସି ସବୁବେଳେ ନୀଳ ରଙ୍ଗରେ କାହିଁକି ହୋଇଥାଏ?