GT vs MI: ମହଙ୍ଗା ପଡିଲା ୩୦ ରନରେ ଗିଲଙ୍କ କ୍ୟାଚ୍ ଛାଡିବା; ବିସ୍ଫୋରକ ଇନିଂସ୍ ଖେଳି ନିଜ ଟିମକୁ ଫାଇନାଲରେ ପହଞ୍ଚାଇ ଦେଲେ ଶୁଭମନ
Advertisement

GT vs MI: ମହଙ୍ଗା ପଡିଲା ୩୦ ରନରେ ଗିଲଙ୍କ କ୍ୟାଚ୍ ଛାଡିବା; ବିସ୍ଫୋରକ ଇନିଂସ୍ ଖେଳି ନିଜ ଟିମକୁ ଫାଇନାଲରେ ପହଞ୍ଚାଇ ଦେଲେ ଶୁଭମନ

MI vs GT Qualifier 2: ଗୁଜୁରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଶୁବମନ ଗିଲ ବିସ୍ଫୋରକ ସାତକ ବଳରେ ୨୦ ଓଭରରେ ୩ ୱିକେଟ୍ ହରାଇ ୨୩୩ ରନ୍ ସ୍କୋର କରିଥିଲା । ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ କେବଳ ୧୭୧ ରନ କରିବାରେ ସକ୍ଷମ ହୋଇଥିଲା ।

ସାଙ୍କେତିକ ଫଟୋ

PL 2023: MI vs GT, ମୁମ୍ବାଇ ଇଣ୍ଡିଆନ୍ସକୁ ୬୨ ରନରେ ପରାସ୍ତ କରି ଗୁଜୁରାଟ ଟାଇଟନ୍ସ ଆଇପିଏଲ୍ ୨୦୨୩ ଫାଇନାଲରେ ପହଞ୍ଚିଛି । ଆଇପିଏଲ୍ ୨୦୨୩ ର ଦ୍ୱିତୀୟ ଯୋଗ୍ୟତା ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇ ଥିଲା । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୩୩ ରନ୍ ସ୍କୋର କରିଥିଲା । ଗୁଜୁରାଟ ତରଫରୁ ଶୁବମନ ଗିଲ ସର୍ବାଧିକ ୬୦ ବଲରୁ ୧୨୯ ର ଚମତ୍କାର ଇନିଂସ ଖେଳିଥିଲେ । ସେ ଏହି ଇନିଂସରେ ୭ଟି ଚୌକା ଓ ୧୦ ଛକା ମାରିଥିଲେ । ମୁମ୍ବାଇ ଦଳରୁ ପୀୟୁଷ ଚାୱଲା ଓ ଆକାଶ ମାଧୱାଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଥିଲା ୨୩୪ ରନର ବିଜୟ ଲକ୍ଷ୍ୟ
ଜିତିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ୨୩୪ ରନ୍ ଲକ୍ଷ୍ୟ ଥିଲା, କିନ୍ତୁ ରୋହିତ ଶର୍ମାଙ୍କ ଟିମ୍ ୧୮.୨ ଓଭରରେ ମାତ୍ର ୧୭୧ ରନ୍ କରି ଅଲ ଆଉଟ୍ ହୋଇ ଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସୂର୍ଯ୍ୟକୁମାର ଯାଦବ ଏକ ଚମତ୍କାର ଇନିଂସ ଖେଳିଥିଲେ । ସୁର୍ଯ୍ୟକୁମାର ଯାଦବ ୩୮ ବଲରେ ୬୧ ରନ୍ ସ୍କୋର କରିଥିଲେ । ସେ ନିଜ ଇନିଂସରେ ୭ ଚୌକା ଓ ୨ଟି ଛକା ମାରିଥିଲେ । ତିଲକ ଭର୍ମା ୧୪ ବଲରେ ୪୩ ରନ୍ ସ୍କୋର କରିଥିଲେ । ସେ ନିଜ ଇନିଂସରେ ୫ଟି ଚୌକା ଓ ୩ଟି ଛକା ମାରିଥିଲେ । ଏହା ବ୍ୟତୀତ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ୨୦ ବଲରେ ୩୦ ରନ୍ ସ୍କୋର କରିଥିଲେ ।

ଶୁବମନ ଗିଲ ମାରିଥିଲେ ବିସ୍ଫୋରକ ଇନିଂସ
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଗିଲ ୧୨୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ନିଜ ଇନିଂସ ସମୟରେ ଶୁଭମନ ଗିଲ ୬୦ ବଲରେ ସମ୍ମୁଖୀନ ହୋଇଥିଲେ ଓ ସାତଟି ଚୌକା ଏବଂ ୧୦ଟି ଛକା ମାରିଥିଲେ । ଏହି ସିଜିନରେ ଏହା ଗିଲଙ୍କର ତୃତୀୟ ଶତକ ଓ ଆଇପିଏଲ କ୍ୟାରିୟରର ସର୍ବାଧିକ ସ୍କୋର ଅଟେ । ଏହା ସହିତ, ଆଇପିଏଲ୍ ପ୍ଲେ ଅଫ୍ ରେ କୌଣସି ବ୍ୟାଟ୍ସମ୍ୟାନଙ୍କ  ଦ୍ୱାରା ଏହା ସର୍ବାଧିକ ସ୍କୋର ଅଟେ ।

କ୍ୱାଲିଫାୟର୍-୨ ମ୍ୟାଚ୍ ପୂର୍ବରୁ ଶୁବମନ ଗିଲ ହାରାହାରି ୫୫.୫୪ ରେ ୧୫ଟି ଇନିଂସରେ ୭୨୨ ରନ୍ ସ୍କୋର କରିଥିଲେ । ଏହି ମ୍ୟାଚ୍ ପୂର୍ବରୁ ଗିଲ୍ ଓ ଡୁ ପ୍ଲେସିସ୍ ମଧ୍ୟରେ ପାର୍ଥକ୍ୟ ମାତ୍ର ୮ ରନ୍ ଥିଲା । ଚଳିତ ସିଜନରେ ଶେଷ ୪ଟି ମ୍ୟାଚ୍‌ରେ ଏପର୍ଯ୍ୟନ୍ତ ଗିଲଙ୍କ ବ୍ୟାଟରୁ ୩ଟି ଶତକ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ: Shubman Gill Century: ଶୁବମନ ଗିଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମାରିଲେ ତୂଫାନୀ ଶତକ; ଭାଙ୍ଗିଲେ ଅନେକ ବଡ଼ ରେକର୍ଡ

ଏହା ବି ପଢନ୍ତୁ: WTC Final 2023: ନିଜ ଗୋଡରେ କୁରାଢ଼ୀ ମାରିଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଛାଡିବ ନାହିଁ ଅଷ୍ଟ୍ରେଲିଆ, ଫାଇନାଲ ଜିତିବା କଷ୍ଟକର!