KKR vs LSG: ରିଙ୍କୁ ସିଂ ଜିତିଲେ ଦର୍ଶକଙ୍କ ହୃଦୟ, ୧ ରନରେ ମ୍ୟାଚ୍ ଜିତି ନେଲା ଲକ୍ଷ୍ନୌ
Advertisement

KKR vs LSG: ରିଙ୍କୁ ସିଂ ଜିତିଲେ ଦର୍ଶକଙ୍କ ହୃଦୟ, ୧ ରନରେ ମ୍ୟାଚ୍ ଜିତି ନେଲା ଲକ୍ଷ୍ନୌ

KKR vs LSG: ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏକ ରୋମାଞ୍ଚକର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୧ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଲକ୍ଷ୍ନୌ ପ୍ଲେ ଅଫରେ ପହଞ୍ଚି ପାରିଛି ।

ସୌ: ସୋସିଆଲ ମିଡିଆ

IPL 2023KKR vs LSG, ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଆଇପିଏଲ୍ ୨୦୨୩ ର ୬୮ ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଗୋଟିଏ ରନରେ ପରାସ୍ତ କରିଛି । ଏହି ବିଜୟ ସହିତ ଲକ୍ଷ୍ନୌ ଦଳ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିଥିବା ତୃତୀୟ ଦଳ ହୋଇପାରିଛି । ଏହାପୂର୍ବରୁ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି ।ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ ନିକୋଲାସ ପୁରାନଙ୍କ ଅର୍ଦ୍ଧଶତକ ବଳରେ ସିମିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୬ ରନ୍ ସଂଗ୍ରହ କରିଥିଲା । ଲକ୍ଷ୍ନୌପାଇଁ ନିକୋଲାସ୍ ପୁରାନ୍ ୫୮ ରନର ଇନିଂସ ଖେଳିଥିଲେ । କୋଲକାତା ପାଇଁ ବୌଭବ, ସୁନୀଲ ଓ ଶାର୍ଦ୍ଦୁଲ ଠାକୁର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଭଲ ଆରମ୍ଭ କରି ପାରି ନଥିଲା । ତୃତୀୟ ଓଭରରେ କରଣ ଶର୍ମା ତିନି ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ । ଏହା ପରେ ଡି କକ୍ ଓ ମାକଣ୍ଡ ମଧ୍ୟରେ ଏକ ଭଲ ପାର୍ଟନରସିପ ହୋଇଥିଲା । କିନ୍ତୁ ମାକଣ୍ଡ ୨୬ ର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ । ଏହା ପରେ ଲକ୍ଷ୍ନୌ ଲଗାତାର ବ୍ୟବଧାନରେ ୱିକେଟ୍ ହରାଇଥିଲା । ମାର୍କସ୍ ଷ୍ଟୋନିସ୍ ଖାତା ନ ଖୋଲି ଆଉଟ୍ ହୋଇ ଯାଇଥିଲେ । କ୍ୟାପଟେନ କ୍ରୁନାଲ କେବଳ ୯ ରନ୍ ସ୍କୋର କରିପାରିଥିଲେ । ଆୟୁଷ ବଦୋନି ୨୧ ବଲରେ ୨୫ ରନ୍ ସ୍କୋର କରିଥିଲେ । ନିକୋଲାସ ପୁରାନ୍ ୩୦ଟି ବଲରେ ୫୮ ରନ୍ ସଂଗ୍ରହ କରିଥିଲେ । ତାଙ୍କ ଇନିଂସରେ ସେ ୫ଟି ଛକା ଓ ଚାରିଟି ଚୌକା ମାରିଥିଲେ । କହିରଖୁଛୁ ଯେ ଆଇପିଏଲ୍ ୨୦୨୩ ପ୍ଲେ ଅଫ୍ ରେ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ଯୋଗ୍ୟତା ଅର୍ଜନ କରି ସାରିଛି ।

କୋଲକାତା ନାଇଟ୍ ରାଇଡର୍ସ ପାଇଁ ଓପନର୍ ଜେସନ୍ ରୟ ୨୮ ବଲରୁ ୪୫ ରନ୍ ସଂଗ୍ରହ କରିଥିଲେ । ସେ ନିଜ ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଏହା ବ୍ୟତୀତ ରିଙ୍କୁ ସିଂ ୩୩ ବଲରୁ ଅପରାଜିତ ୬୭ ରନ୍ କରିଥିଲେ । ରିଙ୍କୁ ସିଂ ତାଙ୍କର ଏହି ଇନିଂସରେ ୬ଟି ଚୌକା ଓ ୪ଟି ଛକା ମାରିଥିଲେ । କିନ୍ତୁ ବାକି କୋଲକାତା ନାଇଟ୍ ରାଇଡର୍ସର କୌଣସି ବ୍ୟାଟ୍ସମ୍ୟାନ ମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିନଥିଲେ । ଫଳସ୍ୱରୂପ, କୋଲକାତା ନାଇଟ୍ ରାଇଡର୍ସ ଟାର୍ଗେଟ ହାସଲ କରିବାରେ ବଞ୍ଚିତ ହୋଇଥିଲା ।

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଜିତିବା ପାଇଁ ୧୭୭ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ୨୦ ଓଭରରେ ୮ ୱିକେଟ୍ ପାଇଁ ୧୭୬ ରନ୍ ସଂଗ୍ରହ କରିଥିଲା । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ନିକୋଲାସ୍ ପୁରନ୍ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ନିକୋଲାସ୍ ପୁରାନ୍ ୩୦ଟି ବଲରେ ୫୮ ରନ୍ ସଂଗ୍ରହ କରିଥିଲେ । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ଓପନର୍ କ୍ୱିଣ୍ଟନ୍ ଡି କକ୍ ୨୭ ବଲରୁ ୨୮ ରନ୍ ସଂଗ୍ରହ କରିଥିଲେ । ପ୍ରରେକ ମାକଣ୍ଡ ଓ ଆୟୁଷ ବଦୋନି ଯଥାକ୍ରମେ ୨୬ ଓ ୨୫ ରନ୍ ସ୍କୋର କରିଥିଲେ ।

ଏହା ବି ପଢନ୍ତୁ: ODI World Cup 2023: ଭାରତକୁ ବିଶ୍ୱକପ୍ ଖେଳିବା ପାଇଁ ଆସିବ କି ନାହିଁ ପାକିସ୍ତାନ ଟିମ୍? ଆଇସିସି ଦେଲା ଏହି ଜବାବ

ଏହା ବି ପଢନ୍ତୁ: WTC Final 2023: ନିଜ ଗୋଡରେ କୁରାଢ଼ୀ ମାରିଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଛାଡିବ ନାହିଁ ଅଷ୍ଟ୍ରେଲିଆ, ଫାଇନାଲ ଜିତିବା କଷ୍ଟକର!