IPL 2023: କେକେଆର ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର, ଏହି କାରଣରୁ ଆଇପିଏଲରୁ ବାଦ ପଡ଼ିଲେ ଅଧିନାୟକ ଶ୍ରେୟସ ଆୟର
Advertisement

IPL 2023: କେକେଆର ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର, ଏହି କାରଣରୁ ଆଇପିଏଲରୁ ବାଦ ପଡ଼ିଲେ ଅଧିନାୟକ ଶ୍ରେୟସ ଆୟର

Sports News in Odia: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇପିଏଲ ସିଜନ ୧୬ । ଆଇପିଏଲ ଆରମ୍ଭ ହେବା ପୂର୍ବରୁ କେକେଆର ଫ୍ୟାନ୍ସଙ୍କ ପାଇଁ ଆସିଛି ଦୁଃଖଦ ଖବର । ଚଳିତ ଆଇପିଏଲରୁ ବାଦ ପଡ଼ିଛନ୍ତି କୋଲକତା ଅଧିନାୟକ ଶ୍ରେୟସ ଆୟର।

ସୌ(ସୋସିଆଲ ମିଡିଆ)

Sports News in Odia: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇପିଏଲ ସିଜନ ୧୬(ipl season 16)। ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ କେକେଆର ଫ୍ୟାନ୍ସଙ୍କ ପାଇଁ ଆସିଛି ଦୁଃଖଦ ଖବର । ଚଳିତ ଆଇପିଏଲରୁ ବାଦ ପଡ଼ିଛନ୍ତି କୋଲକତା ଅଧିନାୟକ ଶ୍ରେୟସ ଆୟର(Shreyas Iyer) । ପିଠି ଯନ୍ତ୍ରଣା(Back injury) ଯୋଗୁଁ ଏହି ସିଜନରୁ ବାଦ ପଡ଼ିଛନ୍ତି ଏହି ଯୁବ କ୍ରିକେଟର ।

ଚଳିତ ବର୍ଷ ଆଇପିଏଲ ୨୦୨୩ ମାର୍ଚ୍ଚ ୩୧ ତାରିଖ ଦିନ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ(Gujarat Titans) ଓ ଚେନ୍ନାଇ ସୁପରକିଙ୍ଗ(CSK)।  କିନ୍ତୁ ଏହି ସିଜନ କେକେଆର ଫ୍ୟାନ୍ସଙ୍କ ଏକ ଖରାପ ଖବର ଆଣିଦେଇଛି । ପିଠି ଯନ୍ତ୍ରଣା ଯୋଗୁଁ ଏହି ସିଜନରୁ ବାଦ ପଡି଼ପାରନ୍ତି ଅଧିନାୟକ ଶ୍ରେୟସ ଆୟର । ଖାଲି ଆଇପିଏଲ(IPL 2023) ନୁହେଁ ୱାର୍ଲଡ଼ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚକୁ ମଧ୍ୟ ମିସ୍ କରିବେ ଶ୍ରେୟସ ଆୟର । ନିଜର ପିଠି ଯନ୍ତ୍ରଣା ଯୋଗୁଁ ଶ୍ରେୟସଙ୍କୁ ସର୍ଜରୀ(surgery) କରିବାକୁ ପଡ଼ିପାରେ ତେଣୁ କୋଲକତା ଅଧିନାୟକ(kolkata knight riders captain) ପାଖାପାଖି ୫ ମାସ ଧରି କ୍ରିକେଟଠାରୁ ଦୂରରେ ରହିପାରନ୍ତି । ଅଷ୍ଟ୍ରେଲିଆ ସହ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ବେଳେ ଆୟର ନିଜର ପିଠି ଯନ୍ତ୍ରଣା ନେଇ ସୂଚନା ଦେଇଥିଲେ ।

ସୂଚନାଥାଉ କି, ଶ୍ରେୟସ୍ ଆୟରଙ୍କୁ ଆଇପିଏଲ୍ ୨୦୨୨ରେ କୋଲକାତା ନାଇଟ୍ ରାଇଡର୍ସର(Kolkata Knight Riders) ଅଧିନାୟକ ଦାୟିତ୍ବ ମିଳିଥିଲା । ଏଭଳି ପରିସ୍ଥିତିରେ, କିଏ ଆଇପିଏଲର ୧୬ତମ ସିଜନରେ ଆୟରଙ୍କ ସ୍ଥାନରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ, ତାହା ନେଇ ସୂଚନା ମିଳିନାହିଁ । ଗତ ସିଜନରେ, ଆୟରଙ୍କ ଅଧିନାୟକତ୍ୱରେ, କେକେଆର ୧୪ଟି ମ୍ୟାଚ ମଧ୍ୟରୁ ୬ଟିରେ ବିଜୟୀ ହୋଇଥିବା ବେଳେ ୮ଟି ମ୍ୟାଚରେ ଦଳ ପରାଜୟ ବରଣ କରିଥିଲା । ଏଥି ସହିତ ଦଳ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲରେ(Point Table) ସପ୍ତମ ସ୍ଥାନରେ ରହିଥିଲା ​​।

ସୂଚନା ମୁତାବିକ, ଶ୍ରେୟସ ଆୟରଙ୍କୁ ତାଙ୍କ ପିଠିର ଯନ୍ତ୍ରଣା ଲାଗି ସର୍ଜରୀ କରିବାକୁ ପଡ଼ିପାରେ । ତେବେ ଏଥିପାଇଁ ଶ୍ରେୟସ ଦୀର୍ଘ ସମୟ ଧରି କ୍ରିକେଟ ଠାରୁ ଦୂରରେ ରହିପାରନ୍ତି । ଏହି ଯୁବ କ୍ରିକେଟର ଜୁନ୍ ମାସ ୭ ତାରିଖରେ ଓବଲରେ ଖେଳା ଯିବାକୁ ଥିବା ୱାର୍ଲଡ଼ ଟେଷ୍ଟ ଚାମ୍ପିୟନସିପରୁ(World Test Championship) ମଧ୍ୟ ବାଦ ପଡ଼ିପାରନ୍ତି । ସୂତ୍ରରୁ ପ୍ରକାଶ, ଆୟର ମୁମ୍ବାଇର ଏକ ଡାକ୍ତରଙ୍କ ସହ ସାକ୍ଷାତ କରିବା ପରେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ। ଏହି କାରଣରୁ, ସେ ଆଇପିଏଲ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରୁ ବଞ୍ଚିତ ହୋଇପାରନ୍ତି । ପ୍ରକାଶ ଥାଉ, ଆୟର ଲଣ୍ଡନରେ ଅସ୍ତ୍ରୋପଚାର କରିବାକୁ ଚାହୁଁଥିବା ବେଳେ ବିସିସିଆଇ(Board of Control for Cricket in India) ପକ୍ଷରୁ ଏପର୍ଯ୍ୟନ୍ତ ଅପରେସନ୍ ନେଇ ସ୍ଥାନ ଚୂଡ଼ାନ୍ତ କରିଯାଇ ନାହିଁ। ତେବେ ଭାରତରେ ଏହି ଅସ୍ତ୍ରୋପଚାର କରାଯାଇପାରେ ବୋଲି ସମ୍ଭାବନା ରହିଛି।

Also Read- IPL 2023: ପଞ୍ଜାବ ଦଳକୁ ଲାଗିଲା ବଡ଼ ଝଟକା, ଆଇପିଏଲରୁ ବାହାର ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍!