IPL 2023: ୟୁଜବେନ୍ଦ୍ର ଚହଲ ରଚିଲେ ଇତିହାସ, ବ୍ରାଭୋଙ୍କ ରେକର୍ଡ ଭାଙ୍ଗି ଆଇପିଏଲର ହେଲେ ନମ୍ବର -1 ବୋଲର
Advertisement

IPL 2023: ୟୁଜବେନ୍ଦ୍ର ଚହଲ ରଚିଲେ ଇତିହାସ, ବ୍ରାଭୋଙ୍କ ରେକର୍ଡ ଭାଙ୍ଗି ଆଇପିଏଲର ହେଲେ ନମ୍ବର -1 ବୋଲର

IPL 2023: ଗୁରୁବାର କେକେଆର ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ନିଜର ପ୍ରଥମ ୱିକେଟ୍ ନେବା ସହ ୟୁଜବେନ୍ଦ୍ର ଚହଲ (Yuzvendra Chahal) ଆଇପିଏଲର ନମ୍ବର-1 ବୋଲର ହୋଇଯାଇଛନ୍ତି ।

ସୌ: ସୋସିଆଲ ମିଡିଆ

IPL 2023: Yuzvendra Chahal, ଆଇପିଏଲରେ ରାଜସ୍ଥାନ ରୟାଲ୍ସ (Rajasthan Royals) ପାଇଁ ଖେଳୁଥିବା ସ୍ପିନର ୟୁଜଭେନ୍ଦ୍ର ଚହଲ ଇତିହାସ ସୃଷ୍ଟି କରିଛନ୍ତି । ଗୁରୁବାର ଦିନ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚହଲ ଗୋଟିଏ ୱିକେଟ୍ ନେବା ମାତ୍ରେ ଆଇପିଏଲର ନମ୍ବର-1 ବୋଲର (Most wickets in IPL) ହୋଇଯାଇଥିଲେ । ସେ ୱେଷ୍ଟଇଣ୍ଡିଜ୍ ଭେଟେରାନ୍ ବୋଲର ଡୱେନ ବ୍ରାଭୋଙ୍କ (Dwayne Bravo) ରେକର୍ଡ ଭାଙ୍ଗିଛନ୍ତି । ଯିଏ ୧୬୧ ମ୍ୟାଚରେ ୧୮୩ ୱିକେଟ୍ ନେଇଥିଲେ । ଗୋଟିଏ ୱିକେଟ୍ ନେବା ପରେ ଚହଲ ନିଜର ୧୮୪ ୱିକେଟ୍ ଅତିକ୍ରମ କରି ନମ୍ବର ୱାନ ବୋଲର ହୋଇଥିଲେ । ସେ ୧୪୩ ଟି ମ୍ୟାଚରେ ଏହି ରେକର୍ଡ କରିଛନ୍ତି ।

ନୀତୀଶ ରାଣା ୱିକେଟ୍ ନେବା ମାତ୍ରେ ରଚିଥିଲେ ଇତିହାସ
ଆଇପିଏଲ୍ ଇତିହାସର ଜଣେ ଶ୍ରେଷ୍ଠ ବୋଲର ଓ ସ୍ପିନ୍ ଯାଦୁଗର ଚହଲ୍ ଆଇପିଏଲ୍ ୨୦୨୩ ର ୫୬ ତମ ମ୍ୟାଚ୍ ସମୟରେ ଏହି ରେକର୍ଡ ସ୍ଥାପନ କରିଛନ୍ତି । ଚାହଲ ଏହା ପୂର୍ବରୁ ସାୱାଇ ମାନସିଂହ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ବ୍ରାଭୋଙ୍କ ରେକର୍ଡକୁ ସମାନ କରିଥିଲେ । କେକେଆର ବିପକ୍ଷ ମ୍ୟାଚରେ ଚାହଲ କେକେଆର ଅଧିନାୟକ ନୀତୀଶ ରାଣାଙ୍କୁ ଆଉଟ୍ କରି ବ୍ରାଭୋଙ୍କ ରେକର୍ଡ ଭାଙ୍ଗିଥିଲେ । ଚାହଲ ହାରାହାରି ୨୧.୫୯ ଓ ୨.୫୫ ଇକୋନମିରେ ବୋଲିଂ କରି ଏହି ୱିକେଟ୍ ନେଇଛନ୍ତି ।

ଆଇପିଏଲରେ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି
୧୮୭ - ୟୁଜବେନ୍ଦ୍ର ଚହଲ 
୧୮୩ - ଡୱେନ ବ୍ରାଭୋ 
୧୭୪ - ପୀୟୁଷ ଚାୱଲା 
୧୭୨- ଅମିତ ମିଶ୍ର 
୧୭୧- ରବିଚନ୍ଦ୍ରନ୍ ଅଶ୍ୱିନ୍ 

ଚହଲଙ୍କ ଘାତକ ବୋଲିଂ
ଚାହଲ କେବଳ ଏହି ମ୍ୟାଚରେ ନମ୍ବର -୧ ମୁକୁଟ ପିନ୍ଧି ନାହାଁନ୍ତି, ବରଂ ଚମତ୍କାର ବୋଲିଂ କରି କେକେଆର ଦଳକୁ ଅଧିକ ରନ ସ୍କୋର କରିବାକି ମଧ୍ୟ ଦେଇନଥିଲେ । ସେ ୪ ଓଭରରେ ମାତ୍ର ୨୪ ରନ୍ ଦେଇ ୪ ୱିକେଟ୍ ନେଇଥିଲେ । ଚହଲ ଭେଙ୍କଟେଶ ଆୟର, ନୀତୀଶ ରାଣା, ରିଙ୍କୁ ସିଂ ଓ ଶାର୍ଦ୍ଦୁଲ ଠାକୁରଙ୍କ ୱିକେଟ୍ ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ KKR ଏକ ସ୍ଲୋ ଆରମ୍ଭ କରିଥିଲା । ପାୱାରପ୍ଲେରେ ଦଳ ଦୁଇଟି ୱିକେଟ୍ ହରାଇଥିଲା । ଟ୍ରେଣ୍ଟ ବୋଲ୍ଟ ଓପନର୍ ଜେସନ୍ ରୟଙ୍କୁ ୧୦ ରନ୍ ଓ ରହମାନୁଲ୍ଲା ଗୁରୁବାଜଙ୍କୁ ୧୮ ରନରେ ଆଉଟ୍ କରି ପାଭିଲିୟନକୁ ପଠାଇ ଦେଇଥିଲେ । ଏହା ପରେ ଅଧିନାୟକ ନୀତୀଶ ରାଣା ୨୨ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । କେକେଆର୍ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲା । କେକେଆର ତରଫରୁ ଭେଙ୍କଟେଶ ଆୟର ଓ ରିଙ୍କୁ ସିଂ ଭଲ ବ୍ୟାଟିଂ କରିଥିଲେ ।

ଏହା ବି ପଢ଼ନ୍ତୁ: ICC ODI Rankings: ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ୍ ଇଣ୍ଡିଆକୁ ଝଟକା, ଉପରକୁ ଉଠିଲା ପାକିସ୍ତାନ, ଦେଖନ୍ତୁ କିଏ ରହିଛି ନମ୍ବର ୱାନ?

ଏହା ବି ପଢ଼ନ୍ତୁ: CSK ର ଜବରଦସ୍ତ ପ୍ରଦର୍ଶନ ପଛରେ ରବି ଶାସ୍ତ୍ରୀ ଦେଲେ ଏକ ବଡ଼ କାରଣ, ଧୋନିଙ୍କୁ ନେଇ କହିଦେଲେ ଏହି ବଡ଼କଥା