IPL 2023: ଆଇପିଏଲ୍ ଇତିହାସରେ ଦଶମ ୱିକେଟ୍ ପାଇଁ ସର୍ବାଧିକ ପାର୍ଟନରସିପର ରେକର୍ଡ କଲା ପଞ୍ଜାବ କିଙ୍ଗ୍ସ
Advertisement
Article Detail0/zeeodisha/odisha1645762

IPL 2023: ଆଇପିଏଲ୍ ଇତିହାସରେ ଦଶମ ୱିକେଟ୍ ପାଇଁ ସର୍ବାଧିକ ପାର୍ଟନରସିପର ରେକର୍ଡ କଲା ପଞ୍ଜାବ କିଙ୍ଗ୍ସ

IPL 2023 Highest 10th wicket partnership: ଶେଷ ୱିକେଟ୍ ପାଇଁ ଶିଖର ଧାୱନ ଓ ମୋହିତ ରଥୀଙ୍କର ୫୫ ରନର ରେକର୍ଡ ପାର୍ଟନସିପି କରିଥିଲେ, ଯାହା ଆଇପିଏଲ୍ ଇତିହାସରେ ଦଶମ ୱିକେଟ୍ ପାଇଁ ସର୍ବାଧିକ ପାର୍ଟନରସିପ୍ ଅଟେ ।

ସାଙ୍କେତିକ ଛବି

IPL 2023: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଓ ପଞ୍ଜାବ କିଙ୍ଗ୍ସ (Punjab Kings) ମଧ୍ୟରେ ଆଇପିଏଲ୍ (IPL 2023) ର ୧୪ ତମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚର ପ୍ରଥମ ଇନିଂସରେ ପଞ୍ଜାବ କିଙ୍ଗ୍ସର ସମସ୍ତ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ହୋଇଥିଲେ କିନ୍ତୁ ଅଧିନାୟକ ଶିଖର ଧାୱନ ଗୋଟିଏ ପଟେ ଦୃଢ଼ ଭାବରେ ଠିଆ ହୋଇଥିଲେ ଓ ସେ ନିଜ ଦଳକୁ ସମ୍ମାନଜନକ ସ୍କୋରକୁ ନେଇଥିଲେ । ଶିଖର ଧାୱନ (Shikhar Dhawan) ୯୯ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ କିନ୍ତୁ ତାଙ୍କ ଇନିଂସ ସମୟରେ ସେ ମୋହିତ ରାଠୀଙ୍କ (Mohit Rathee) ସହ ଏକ ବଡ଼ ଆଇପିଏଲ ରେକର୍ଡ ସୃଷ୍ଟି କରିଥିଲେ । ଶେଷ ୱିକେଟ୍ ପାଇଁ ଶିଖର ଧାୱନ ଓ ମୋହିତ ରଥୀଙ୍କର ୫୫ ରନର ରେକର୍ଡ ପାର୍ଟନସିପି କରିଥିଲେ, ଯାହା ଆଇପିଏଲ୍ ଇତିହାସରେ ଦଶମ ୱିକେଟ୍ ପାଇଁ ସର୍ବାଧିକ ପାର୍ଟନରସିପ୍ ଅଟେ ।

ଏକ ସମୟରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳିମାନେ ପଞ୍ଜାବ କିଙ୍ଗ୍ସବିପକ୍ଷରେ ୮୮ ରନ କରି ୯ ୱିକେଟ୍ ହରାଇଦେଇଥିଲେ କିନ୍ତୁ ଏଠାରୁ ଶିଖର ଧାୱନ ମୋହିତ ରଥୀଙ୍କ ସହ ୫୫ ରନ୍ ପାର୍ଟନରସିପ କରିଥିଲେ । ଏହି ସହଭାଗୀତାରେ ମୋହିତ ରଥୀ ମାତ୍ର ୨ ବଲ ଖେଳି ୧ ରନ୍ ସ୍କୋର କରିଥିବାବେଳେ ଶିଖର ଧାୱନ ୨୮ଟି ବଲରେ ୫୨ ରନ୍ ସଂଗ୍ରହ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପୂର୍ବରୁ ଆଇପିଏଲରେ ଏହି ରେକର୍ଡ ଟମ୍ କରନ ଓ ଅଙ୍କିତ ରାଜପୁତଙ୍କ ନାମରେ ଥିଲା । ଯିଏ ଆଇପିଏଲ୍ ୨୦୨୦ ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବାବେଳେ ୩୧ ରନର ଅପରାଜିତ ଭାଗିଦାରୀ କରିଥିଲେ । ସେହି ମ୍ୟାଚରେ ଟମ୍ କରନ ଅର୍ଦ୍ଧଶତକ ହାସଲ କରିଥିଲେ ।

fallback

ଶିଖର ଧାୱନଙ୍କ ଅର୍ଦ୍ଧ ଶତକ ଯୋଗୁଁ ପଞ୍ଜାବ କିଙ୍ଗସ ଏକ ସମ୍ମାନଜନକ ସ୍କୋର ହାସଲ କରିପାରିଥିଲା । ପଞ୍ଜାବ କିଙ୍ଗସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୦ ଓଭରରେ ୧୪୩/୯ ସ୍କୋର କରିଥିଲା । ପଞ୍ଜାବ ପାଇଁ ଶିଖର ଧାୱନ ୬୬ଟି ବଲରେ ୯୯ ରନର ଇନିଂସ ଖେଳିଥିଲେ, ଯେଉଁଥିରେ ୧୨ ଚୌକା ଓ ୫ଟି ଛକା ସାମିଲ ଥିଲା । ସାମ କରନ ପଞ୍ଜାବ ପାଇଁ ଦ୍ୱିତୀୟ ସର୍ବାଧିକ ୨୨ ରନ ସ୍କୋର କରିଥିଲେ ।

ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୮ ୱିକେଟରେ ପରାସ୍ତ କରି ଆଇପିଏଲ୍ ୨୦୨୩ ରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମ ବିଜୟ ପଞ୍ଜିକରଣ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ହାଇଦ୍ରାବାଦକୁ ୧୪୪ ରନ୍‌ର ଟାର୍ଗେଟ ଦେଇଥିଲା, ଯାହାକୁ ହାଇଦ୍ରାବାଦ ୧୭ ବଲ ପୂର୍ବରୁ ଦୁଇଟି ୱିକେଟ୍ ହରାଇ ହାସଲ କରି ନେଇଥିଲା । ରାହୁଲ ତ୍ରିପାଠୀ ୭୪ ରେ ଓ ଆଡେନ ମାର୍କ୍ରାମ ୩୭ ରନ କରି ଅପରାଜିତ ରହିଥିଲେ ।

ଏହା ବି ପଢ଼ନ୍ତୁ: IPL 2023: ତୃତୀୟ ଥର ପାଇଁ ଶତକରୁ ବଞ୍ଚିତ ହେଲେ ଶିଖର ଧାୱନ; ୨୫୫ ରନ୍ କରି ଅରେଞ୍ଜ କପ୍ ରେସର ସବୁଠୁ ଆଗରେ

ଏହା ବି ପଢ଼ନ୍ତୁ: IPL ଇତିହାସରେ ଶୁଭମନ ଗିଲ ହାସଲ କଲେ ବଡ ସଫଳତା; ପଛରେ ରହିଗଲେ ବିରାଟ, ରାଇନା ଓ ସଞ୍ଜୁ ସାମସନ

ଏହା ବି ପଢ଼ନ୍ତୁ: GT vs KKR: ଲଗାତାର ୫ଟି ଛକା ମାରି କୋଲକାତାକୁ ମ୍ୟାଚ୍ ଜିତାଇଲେ ରିଙ୍କୁ ସିଂ, କାମ ଦେଲାନି ରସିଦ୍ ଖାନଙ୍କ ହ୍ୟାଟ୍ରିକ୍