IPL 2023 Points Table: ପ୍ଲେ ଅଫ୍ ନିକଟତର ହେଲା ଗୁଜୁରାଟ, ଟପ୍-4 ରୁ ବାଦ ପଡିପାରେ ରାଜସ୍ଥାନ, ଦେଖନ୍ତୁ ବର୍ତ୍ତମାନ ପଏଣ୍ଟ ଟେବୁଲର ସ୍ଥିତି
Advertisement

IPL 2023 Points Table: ପ୍ଲେ ଅଫ୍ ନିକଟତର ହେଲା ଗୁଜୁରାଟ, ଟପ୍-4 ରୁ ବାଦ ପଡିପାରେ ରାଜସ୍ଥାନ, ଦେଖନ୍ତୁ ବର୍ତ୍ତମାନ ପଏଣ୍ଟ ଟେବୁଲର ସ୍ଥିତି

IPL 2023 Points Table: ଆଇପିଏଲ୍ ୨୦୨୩ ର ୪୮ ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଏକ ବଡ଼ ବିଜୟ ପଞ୍ଜିକରଣ କରିଥିଲା । ଏହାପରେ ଆଇପିଏଲ ପଏଣ୍ଟ ଟେବୁଲରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ସୌ: ସୋସିଆଲ ମିଡିଆ

IPL 2023: ଆଇପିଏଲ ୨୦୨୩ ର ୪୮ ତମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ (Gujarat Titans) ଜୟପୁରରେ ରାଜସ୍ଥାନ ରୟାଲ୍ସ (Rajasthan Royals) ବିପକ୍ଷରେ ଏକ ବଡ଼ ବିଜୟ ପଞ୍ଜିକରଣ କରିଛି । ଟାଇଟାନ୍ସ ୩୭ଟି ବଲ ଓ ୯ ୱିକେଟ୍ ବାକି ଥାଇ ଏହି ମ୍ୟାଚକୁ ଜିତି ନେଇଥିଲା । ଏହି ବିଜୟ ପରେ ଗୁଜୁରାଟ ଟାଇଟାନ୍ସ ନିଜ ଆକାଉଣ୍ଟରେ ୨ ପଏଣ୍ଟ ଯୋଡିଛି ଓ ୧୪ ପଏଣ୍ଟ ସହ ଦଳ ବର୍ତ୍ତମାନ ପ୍ଲେ ଅଫ୍ ପହଞ୍ଚିବାର ନିକଟତର ହୋଇଛି ।

ଟପ୍-4 ରୁ ବାଦ ପଡିପାରେ ରାଜସ୍ଥାନ
ଏହି ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ରୟାଲ୍ସ ଦଳର ଏହା ପଞ୍ଚମ ପରାଜୟ ଥିଲା । ଏହି ପରାଜୟ ଦଳର ନେଟ୍ ରନ୍ ରେଟ୍ ଉପରେ ମଧ୍ୟ ପ୍ରଭାବ ପକାଇଛି । ଯଦିଓ ଦଳ ଟପ୍ -୪ ରେ ବର୍ତ୍ତମାନ ରହିଛି । ରାଜସ୍ଥାନ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ପାଖରେ ମଧ୍ୟ ୧୦ ପଏଣ୍ଟ ଲେଖାଏଁ ରହିଛି । ଯଦି ଏହି ଦୁଇଟି ଦଳ ମଧ୍ୟରୁ କେହି ଗୋଟିଏ ମ୍ୟାଚ୍ ଜିତେ ତେବେ ରାଜସ୍ଥାନ ଟପ୍-4 ରୁ ବାଦ ପଡି଼ବ ।

fallback

ଏଗୁଡ଼ିକ ହେଉଛି ଆଇପିଏଲର ଟପ୍-4 ଟିମ୍
ଆଇପିଏଲ୍ ୨୦୨୩ ର ପଏଣ୍ଟ୍ ଟେବୁଲ୍ ବର୍ତ୍ତମାନ ଗୁଜୁରାଟ ଟାଇଟାନ୍ସ ଶୀର୍ଷରେ ରହିଛି, ଏହି ଦଳ ୧୦ ଟି ମ୍ୟାଚ୍ ମଧ୍ୟରୁ ୭ ଟି ଜିତିଛି । ଗୁଜୁରାଟ ପକଗର ୧୪ ପଏଣ୍ଟ ରହିଛି । ଏଥି ସହିତ ପଏଣ୍ଟ ଟେବୁଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦୁଇ ନମ୍ବର ଓ ଚେନ୍ନାଇ ସୁପର କିଙ୍ଗ୍ସ ତିନି ନମ୍ବରରେ ରହିଛି । ଏହି ଉଭୟ ଦଳ ୧୧ ପଏଣ୍ଟ ରହିଛି । ପଏଣ୍ଟ ଟେବୁଲରେ ୧୦ ପଏଣ୍ଟ ସହ ରାଜସ୍ଥାନ ରୟାଲ୍ସ ଚତୁର୍ଥ ସ୍ଥାନରେ ରହିଛି । ଏହା ବ୍ୟତୀତ ଆରସିବି, ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟ 10 ପଏଣ୍ଟ ଲେଖାଏଁ ପାଇ ନିମ୍ନରେ ରହିଛନ୍ତି ।

ଆଇପିଏଲର ୧୬ ତମ ସିଜନର ୪୮ ତମ ଲିଗ୍ ମ୍ୟାଚ୍ ସଂପୂର୍ଣ୍ଣ ଭାବେ ଏକପାଖିଆ ଥିଲା । ରାଜସ୍ଥାନ ରୟାଲ୍ସ ବିପକ୍ଷ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଗୁଜୁରାଟ ଟାଇଟାନ୍ସ  ଏହି ମ୍ୟାଚକୁ ୯ ୱିକେଟରେ ଜିତି ନେଇଥିଲା । ଏହି ମ୍ୟାଚ୍‌ରେ ଗୁଜୁରାଟ ମାତ୍ର ୧୧୯ ରନ୍‌ର ଲକ୍ଷ୍ୟ ସହଜରେ ହାସଲ କରିନେଇଥିଲା । ଶୁଭମନ ଗିଲ ଓ ରିଦ୍ଧିମାନ ସାହାଙ୍କ ଚମତ୍କାର ଓପନିଂ ଯୋଗୁଁ ଗୁଜୁରାଟ ଦଳ ୧୩.୫ ଓଭରରେ ୧ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଚଳିତ ସିଜନରେ ଏହା ଗୁଜୁରାଟର ସପ୍ତମ ବିଜୟ ଥିଲା ।

ଗୁଜୁରାଟ ଟାଇଟାନ୍ସ ତରଫରୁରୁ ୩ ନମ୍ବର ବ୍ୟାଟିଂ କରିବାକୁ ଆସି କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ବ୍ୟାଟିଂ କରିଥିଲେ । ସେ ପଡ଼ିଆକୁ ଆସିବା ମାତ୍ରେ ନିଜ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ । ହାର୍ଦ୍ଦିକ ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ ଓ ମ୍ୟାଚରେ ଗୁଜୁରାଟର ବିଜୟକୁ ସମ୍ପୂର୍ଣ୍ଣ ରୂପେ ସୁନିଶ୍ଚିତ କରିଥିଲେ । ଏହି ମ୍ୟାଚରେ ହାର୍ଦ୍ଦିକ ମାତ୍ର ୧୫ ଟି ବଲରେ ୩୯ ରନ୍ ସଂଗ୍ରହ କରିଥିଲେ।  ଏହି ମ୍ୟାଚରେ ରିଦ୍ଧିମାନ ସାହା ୪୧ ରନର ଅପରାଜିତ ଇନିଂସ ଖେଳିଥିଲେ । ୧ ୱିକେଟ୍ ହରାଇ ୧୩.୫ ଓଭରରେ ଗୁଜୁରାଟ ୧୧୯ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।