MS Dhoni: ଶେଷ ଆଇପିଏଲ ସିଜନ୍ ଖେଳୁଛନ୍ତି କି ଧୋନୀ? ଗାଭାସ୍କରଙ୍କ ଅଟୋଗ୍ରାଫ ଦେଲା କିଛି ଏଭଳି ସଙ୍କେତ
Advertisement

MS Dhoni: ଶେଷ ଆଇପିଏଲ ସିଜନ୍ ଖେଳୁଛନ୍ତି କି ଧୋନୀ? ଗାଭାସ୍କରଙ୍କ ଅଟୋଗ୍ରାଫ ଦେଲା କିଛି ଏଭଳି ସଙ୍କେତ

MS Dhoni: କେକେଆର ସହ ମ୍ୟାଚ୍ ପରେ ମହେନ୍ଦ୍ର ସିଂ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହା ପରେ ବି ଧୋନି ପଡ଼ିଆକୁ ଓହ୍ଲାଇଥିଲେ । ୨୦୨୩ ଆଇପିଏଲ ଲିଗ୍ ରେ ନିଜ ଘରୋଇ ଗ୍ରାଉଣ୍ତରେ ଏହା ସିଏସକେର ଶେଷ ମ୍ୟାଚ୍ ଥିଲା ।  ଯଦି ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍ ରେ ପହଞ୍ଚେ, ତେବେ ସେ ପୁଣିଥରେ ଚେପୋକ୍ ଷ୍ଟାଡିୟମରେ ଖେଳିବାର ସୁଯୋଗ ପାଇବ । ଚଳିତ ଆଇପିଏଲ ସିଜନ ଧୋନିଙ୍କ ପାଇଁ ଶେଷ ସିଜନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।  

ସୌ(ସୋସିଆଲ ମିଡିଆ)

Sunil Gavaskar took autograph on his shirt by MS Dhoni: ଚେନ୍ନାଇ ମାଟିରେ ଏମଏସ୍ ଧୋନିଙ୍କୁ (MS Dhoni) କେତେ ଯେ ପସନ୍ଦ କରାଯାଏ ତାହାର ଏକ ଉଦାହରଣ ରବିବାର ଦିନ ପୁଣିଥରେ ଦେଖିବାକୁ ମିଳିଛି । ମ୍ୟାଚ୍ ପରେ ଯେତେବେଳେ ଧୋନି କଥା ହେବା ଲାଗି ଷ୍ଟାଡ଼ିୟମକୁ ଆସିଥିଲେ ସେ ସମୟରେ ଉପସ୍ଥିତ ଦର୍ଶକଙ୍କ ଚିୟରଅଫରେ ଫାଟି ପଡୁଥିଲା ପୂରା ଷ୍ଟାଡ଼ିୟମ୍ । ଯାହା ଫଳରେ ଧୋନିଙ୍କୁ ମାଇକର ସାଉଣ୍ତ ବଢାଇବାକୁ ପଡି଼ଥିଲା। ଏହାପରେ ପୁରା ଷ୍ଟାଡିୟମରେ ବୁଲି ଦର୍ଶକଙ୍କୁ ଧନ୍ୟବାଦ ଦେଇଥିଲେ ଧୋନି। କେବଳ ଏତିକି ନୁହେଁ, କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର (Sunil Gavaskar) ପଡ଼ିଆକୁ ଆସି ନିଜେ ସାର୍ଟରେ ଧୋନିଙ୍କ ଅଟୋଗ୍ରାଫ (Autograph) ମଧ୍ଯ ନେଇଥିଲେ। ସୂଚନା ଥାଉ କି, ଚଳିତ ଆଇପିଲ ସଂସ୍କରଣର ୬୧ ତମ ମ୍ୟାଚ୍ ରେ କୋଲକାତା ନିକଟରୁ ୬ ୱିକେଟ୍ ରେ ପରାସ୍ତ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ (chennai super kings ) ଏହି ବିଜୟ ପରେ କୋଲକତା ନାଇଟ୍ ରାଇଡର୍ସର (kolkata knight riders) ପ୍ଲେ ଅଫ୍ ଯିବା ଆଶା ଉଜ୍ଜୀବିତ ରହିଛି। ରବିବାର ଘରୋଇ ମଇଦାନରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସିଏସକେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଅଧିନାୟକ ନୀତୀଶ ରାଣା (Nitish rana) ଓ ରିଙ୍କୁ ସିଂ (Rinku singh) ଅର୍ଦ୍ଧଶତକ ହାସଲ କରି କେକେଆରର ବିଜୟକୁ ଦେଇଥିଲେ। ଚେନ୍ନାଇ ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

କେକେଆର ସହ ମ୍ୟାଚ୍ ପରେ ମହେନ୍ଦ୍ର ସିଂ ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହା ପରେ ବି ଧୋନି ପଡ଼ିଆକୁ ଓହ୍ଲାଇଥିଲେ । ୨୦୨୩ ଆଇପିଏଲ ଲିଗ୍ ରେ ନିଜ ଘରୋଇ ଗ୍ରାଉଣ୍ତରେ ଏହା ସିଏସକେର ଶେଷ ମ୍ୟାଚ୍ ଥିଲା ।  ଯଦି ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ୍ ରେ ପହଞ୍ଚେ, ତେବେ ସେ ପୁଣିଥରେ ଚେପୋକ୍ ଷ୍ଟାଡିୟମରେ ଖେଳିବାର ସୁଯୋଗ ପାଇବ । ଚଳିତ ଆଇପିଏଲ ସିଜନ ଧୋନିଙ୍କ ପାଇଁ ଶେଷ ସିଜନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।  

ଏହି ତିନୋଟି କାରଣରୁ ଯୋଗୁଁ ଏହା ହୋଇପାରେ ଧୋନିଙ୍କ ଶେଷ ଆଇପିଏଲ ସିଜନ

 

  • ଆଇପିଏଲ୍ ୨୦୨୩ରେ ଏମ୍ଏସ୍ ଧୋନି ଯେଉଁ ଷ୍ଟାଡ଼ିୟମକୁ ମ୍ୟାଚ୍ ଖେଳିବାକୁ ଯାଇଛନ୍ତି ସେଠାରେ ବହୁ ସଂଖ୍ୟାରେ ଦର୍ଶକ ଆସିଥିବା ଦେଖିବାକୁ ମିଳିଛି । କୋଲକାତାର ଇଡେନ୍ ଗାର୍ଡେନ୍ (Eden gardens) ରେ ମ୍ୟାଚ୍ ପରେ ଧୋନି କହିଥିଲେ ଯେ, ତାଙ୍କ ପ୍ରଶଂସକମାନେ ତାଙ୍କୁ ବିଦାୟ ଦେବାକୁ ଆସିଛନ୍ତି। ଅନ୍ୟପଟେ ଆଗାମୀ ସିଜନରେ ପଡ଼ିଆକୁ ଆସିବା ନେଇ ଧୋନିଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଧୋନି ସବୁବେଳେ ହଠାତ୍ ନିଷ୍ପତ୍ତି ନେଇଥାଆନ୍ତି । ପ୍ରକାଶ ଥାଉ କି, ୨୦୧୯ ମସିହାରେ ବିଶ୍ୱକପ ସେମିଫାଇନାଲରେ ପରାଜୟ ପରେ ଧୋନି ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେଇଥିଲେ ।
  • ଅନ୍ୟପଟେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ନିଜ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଏମଏସ୍ ଧୋନିଙ୍କ ଭିଡିଓ ସେୟାର କରିଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଖୁବ କମ୍ ଦେଖିବାକୁ ମିଳିଥାଏ ଯେ, ଜଣେ ଖେଳାଳି ଅବସର ପୂର୍ବରୁ ଷ୍ଟାଡ଼ିୟମରେ ବୁଲି ଦର୍ଶକଙ୍କୁ ଭେଟିଥାଆନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପକ୍ଷରୁ ସେୟାରେ ହୋଇଥିବା ଏହି ଭିଡିଓରେ ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି ଯେ, ଧୋନି ଚେପୋକ୍ (Chepauk Stadium) ରେ ତାଙ୍କର ଶେଷ ଆଇପିଏଲ ମ୍ୟାଚ୍ ଖେଳିଛନ୍ତି।
  • ସେପଟେ ସୁରେଶ ରାଇନା (Suresh raina) ଓ ରବିନ୍ ଉଥାପ୍ପା (Robin uthappa) କହିଥିଲେ ଯେ, ମହେନ୍ଦ୍ର ସିଂ ଧୋନି ଆଇପିଏଲର ଆଉ ଗୋଟିଏ କିମ୍ବା ଦୁଇଟି ସିଜନ ଖେଳିପାରନ୍ତି। କିନ୍ତୁ ସୁନୀଲ ଗାଭାସ୍କର ଯେଉଁ ଭଳି ଭାବେ ପଡ଼ିଆକୁ ଓହ୍ଲାଇ ଧୋନିଙ୍କୁ ଆଲିଙ୍ଗନ କରିବା ସହ ଅଟୋଗ୍ରାଫ ନେଇଥିଲେ ତାହା ଦେଖି ଧୋନୀଙ୍କ ତାଙ୍କ ଜୀବନର ଶେଷ ଆଇପିଏଲ ସିଜିନ ଖେଳୁଥିବା ନେଇ ଆଭାସ ମିଳୁଛି।

Also Read-କଣ ଏହି ଡାଇମଣ୍ଡ ଡକ ? ଡାଇମଣ୍ଡ ଡକ ଓ ଗୋଲ୍ଡେନ ଡକ ଭିତରେ କଣ ରହିଛି ପାର୍ଥକ୍ୟ...