KKR Vs RR: ପ୍ଲେ ଅଫ ପାଇଁ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ-କୋଲକତା, ଜାଣନ୍ତୁ କାହାର ରହିଛି ପଲା ଭାରି
Advertisement

KKR Vs RR: ପ୍ଲେ ଅଫ ପାଇଁ ଆଜି ମୁହାଁମୁହିଁ ହେବେ ରାଜସ୍ଥାନ-କୋଲକତା, ଜାଣନ୍ତୁ କାହାର ରହିଛି ପଲା ଭାରି

KKR Vs RR: ଆଇପିଏଲ ୨୦୨୩ ଆଜି ଅର୍ଥାତ୍ ଗୁରୁବାର ଦିନ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡ଼ର୍ସ ଓ ରାଜସ୍ଥାନ ରୟାଲ୍ସ  । କୋଲକତାର ଇଡ଼େନ ଗାର୍ଡ଼େନରେ ପରସ୍ପରକୁ ଭେଟିବେ ଉଭୟ ଦଳ । କୋଲକତା ନାଇଟ ରାଇଡ଼ର୍ସ ବର୍ତ୍ତମାନ ପଏଣ୍ଟ ଟେବୁଲ ଷଷ୍ଠ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ୫ମ ସ୍ଥାନରେ ରହିଛି ।

ସୌ(ସୋସିଆଲ ମିଡିଆ)

IPL 2023: KKR Vs RR: ଆଇପିଏଲ ୨୦୨୩ ଆଜି ଅର୍ଥାତ୍ ଗୁରୁବାର ଦିନ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡ଼ର୍ସ (Kolkata knight riders) ଓ ରାଜସ୍ଥାନ ରୟାଲ୍ସ (Rajasthan royals) । କୋଲକତାର ଇଡ଼େନ ଗାର୍ଡ଼େନରେ (Eden gardens) ପରସ୍ପରକୁ ଭେଟିବେ ଉଭୟ ଦଳ । କୋଲକତା ନାଇଟ ରାଇଡ଼ର୍ସ ବର୍ତ୍ତମାନ ପଏଣ୍ଟ ଟେବୁଲ ଷଷ୍ଠ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ୫ମ ସ୍ଥାନରେ ରହିଛି ।

ଚଳିତ ଆଇପିଏଲରେ କେମିତି ରହିଛି କେକେଆର ପ୍ରଦର୍ଶନ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ୨୦୨୩ (IPL 2023) କେକେଆର୍ (KKR) ବର୍ତ୍ତମାନ ସୁଦ୍ଧା ୧୧ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିମଧ୍ଯରୁ କେବଳ ୫ଟିରେ ବିଜୟ ହାସଲ କରିଛି । ଦଳ ଶେଷ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଥିଲା । ରିଙ୍କୁ ସିଂ ଓ ଆନ୍ଦ୍ରେ ରସେଲଙ୍କ ଚମତ୍କାର ପ୍ରଦର୍ଶନ ଫଳରେ ପଞ୍ଜାବର ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା ଦଳ। ରିଙ୍କୁ ସିଂ (Rinku Singh) ମାତ୍ର ୧୦ ବଲରେ ୨୧ ରନ୍ ସଂଗ୍ରହ କରି ଶେଷ ବଲରେ ଚାରିଟି ଚୌକା ସହ ଦଳକୁ ଜିତି ନେଇଥିଲେ। ପ୍ରକାଶଥାଉ କି, ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦଳର ଶ୍ରେଷ୍ଠ ଅଲରାଉଣ୍ଡର ଆନ୍ଦ୍ରେ ରସେଲ (Andre Russell) ଫର୍ମକୁ ଫେରିଥିଲେ। ମାତ୍ର ୨୩ ବଲରେ ୪୩ ରନ୍ ସଂଗ୍ରହ କରିଥିଲେ ରସେଲ । ମ୍ୟାଚ୍ ପରେ ଏନେଇ ସେ କହିଥିଲେ ଯେ, 'ଆମେ ଏହା ବିଷୟରେ ପୂର୍ବରୁ ଚିନ୍ତା କରିସାରିଥିଲୁ, ବଲ୍ ଗ୍ରୀପ କରୁଥିଲା।​​ ତେଣୁ ଆମେ ଏହାକୁ ଷ୍ଟିକ ଆଉଟ କରିବାକୁ ଚାହୁଁଥିଲୁ। ଗତ ଦୁଇଟି ଓଭରରେ ୩୦ ରନ୍ ଆବଶ୍ୟକ ଥିଲା, ଯାହା ହୋଇପାରିଥାନ୍ତା। ମୁଁ ଏକ ସଟ୍କୁ ଫ୍ଲିକ୍ କଲି ଓ ତା’ପରେ ଏକ ଛକା ମାରିଲି ଯାହା ଏହାକୁ ଆହୁରି ସହଜ କଲା। ଏଥି ସହିତ ରସେଲ ରିଙ୍କୁ ସିଂଙ୍କୁ ପ୍ରଶଂସା କରିଥିଲେ।

KKR ଶ୍ରେଷ୍ଠ ପ୍ରଦର୍ଶନକାରୀ

ଚଳିତ ସିଜନରେ କୋଲକାତା ନାଇଟ୍ ରାଇଡର୍ସ (Kolkata knight riders) ପାଇଁ ରିଙ୍କୁ ସିଂ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ସେ  ୧୧ଟି ମ୍ୟାଚ୍ ଖେଳି ୩୩୭ ରନ୍ ସଂଗ୍ରହ କରିଛନ୍ତି। ଯଦି ବୋଲିଂ କଥା କହିବା ତାହାଲେ ବରୁଣ ଚକ୍ରବର୍ତ୍ତୀ (Varun chakravarthy) ଚଳିତ ସିଜନରେ ସର୍ବାଧିକ ୧୭ଟି ୱିକେଟ୍ ନେଇଛନ୍ତି। ଏହା ବ୍ୟତୀତ ଜେସନ୍ ରୟ (Jason Roy) ମଧ୍ୟ ଭଲ ଫର୍ମରେ ଅଛନ୍ତି ।

ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ

ସେପଟେ ଚଳିତ ସିଜନରେ ରାଜସ୍ଥାନ ୧୧ଟି ମ୍ୟାଚ୍ ମଧ୍ଯରୁ ୫ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ତେବେ ପୂର୍ବ ମ୍ୟାଚରେ ସନରାଇଜର ହାଇଦ୍ରାବାଦଠାରୁ ପରାଜୟ ବରଣ କରିଥିଲା ଦଳ । ରାଜସ୍ଥାନ ରୟାଲ୍ସ (Rajasthan royals) ପାଇଁ ଯଶସ୍ୱୀ ଜୟସୱାଲ (yashasvi jaiswal) ସର୍ବାଧିକ ୪୭୭ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ଏକ ଶତକ ମଧ୍ଯ ରହିଛି । ସେହିପରି ବୋଲିଂରେ ଚହଲ (Yuzvendra Chahal) ସର୍ବାଧିକ ୧୭ଟି ୱିକେଟ୍ ନେଇଛନ୍ତି।

ଇଡେନ୍ ଗାର୍ଡେନ୍ସରେ (Eden gardens) ବ୍ୟାଟ୍ସମ୍ୟାନ୍ ଅନେକ ସୁବିଧା ପାଇବା ସହ ଭଲ ରନ୍ ସ୍କୋର ମଧ୍ଯ କରିଥାଆନ୍ତି । ସେପଟେ ସ୍ପିନରଙ୍କ ଲାଗି ମଧ୍ୟ ଏହି ପିଚ୍ ବେଶ ସହାୟକ ହୋଇଥାଏ। ଫଳରେ ସେମାନେ ଅଧିକରୁ ଅଧିକ ୱେକଟ୍ ହାସଲ କରିଥାଆନ୍ତି । ଏହି ଗ୍ରାଉଣ୍ଡରେ ଟସ୍ ଜିତିବା ପରେ ସମସ୍ତ ଟିମ୍ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥାଆନ୍ତି।

ସୂଚନା ଥାଉ କି, ବୁଧବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସଠାରୁ (Chennai super kings) ହାରିଛି ଦିଲ୍ଲୀ କ୍ୟାପିଟାଲ୍ସ (Delhi capitals) । ଚେନ୍ନାଇ ଏମଏସ୍ ଧୋନିଙ୍କ (MS Dhoni) ଅଧିନାୟକତ୍ୱ ଓ ଦୀପକ ଚହରଙ୍କ ଚତ୍ମକାର ଖେଳ ପାଇଁ ଦଳ ଚଳିତ ସିଜନରେ ସପ୍ତମ ବିଜୟ ହାସଲ କରିଛି । ସେପଟେ ପରାଜୟ ପରେ ମଉଳିଛି ଦିଲ୍ଲୀର ପ୍ଲେ ଅଫ (Play Off) ଆଶା । ୨୦୧୦ରେ ଦିଲ୍ଲୀ ଶେଷ ଥର ପାଇଁ ଏହି ଷ୍ଟାଡ଼ିୟମରେ ଚେନ୍ନାଇକୁ ପରାସ୍ତ କରିଥିଲା ।