IPL 2023, GT vs CSK: ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଆରମ୍ଭ ହୋଇପାରି ନାହିଁ । ଫାଇନାଲ୍ ସମ୍ବନ୍ଧରେ ଏକ ରିଜର୍ଭ ଡେ ନିୟମ ମଧ୍ୟ ଅଛି । ତେବେ ଆସନ୍ତୁ ଜାଣିବା ଯଦି ରିଜର୍ଭ ଡେ'ରେ ମଧ୍ୟ ମ୍ୟାଚ୍ ନହୁଏ ତେବେ କେଉଁ ଦଳ ବିଜେତା ହେବ ।
Trending Photos
CSK vs GT Final: ଆଇପିଏଲ୍ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯିବାର ଥିଲା, କିନ୍ତୁ ଏହି ଟାଇଟଲ୍ ମ୍ୟାଚ୍ ପୂର୍ବରୁ ବର୍ଷା ବାଧକ ସାଜିଛି । ଏହି କାରଣରୁ ଟସ୍ ବିଳମ୍ବ ହୋଇଛି । ଆଜି ରାତି ୯:୪୦ ପର୍ଯ୍ୟନ୍ତ ବର୍ଷା ବନ୍ଦ ହେବାକୁ ଅପେକ୍ଷା କରାଯିବ । ଯଦି ଏହି ସମୟ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୁଏ ତେବେ କୌଣସି ଓଭର ହ୍ରାସ ହେବ ନାହିଁ । ଅର୍ଥାତ୍ ଏକ ପୂରା ୪୦ ଓଭର ଖେଳ ହେବ । ଅନ୍ୟପକ୍ଷରେ, ଯଦି ବର୍ଷା ୧୨ ଟା ମଧ୍ୟରେ ବନ୍ଦ ହୁଏ, ତେବେ ୫ ଓଭର ଲେଖାଁଏ ଖେଳ ହେବ । ଯଦି ବର୍ଷା ୧୨ଟା ପର୍ଯ୍ୟନ୍ତ ବନ୍ଦ ନହୁଏ ତେବେ କଣ ହେବ… ଜାଣନ୍ତୁ ।
ଫାଇନାଲ ପାଇଁ ରଖାଯାଇଛି ରିଜର୍ଭ ଡେ
ବାସ୍ତବରେ, ଆଇପିଏଲ୍ ୨୦୨୩ ର ଫାଇନାଲ୍ ପାଇଁ ଏକ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଯଦି ବର୍ଷା ଯୋଗୁଁ ରବିବାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ନ ହୁଏ, ତେବେ ସୋମବାର ଦିନ ମ୍ୟାଚ୍ ଅନୁଷ୍ଠିତ ହେବ । ମ୍ୟାଚର ଫଳାଫଳ ପାଇଁ ଉଭୟ ଦଳ ଅତି କମରେ ପାଞ୍ଚ ଓଭର ଖେଳିବା ଆବଶ୍ୟକ ହେବ ଓ ସୋମବାର ମ୍ୟାଚ୍ ନ ହେଲେ କଣ ହେବ? ନିମ୍ନରେ ସହଜ ଭାଷାରେ ଜାଣନ୍ତୁ…
The rain returns
The covers are back
The wait continues
Follow the match ▶️ https://t.co/IUkeFQS4Il#TATAIPL | #Final | #CSKvGT pic.twitter.com/rGesIuwWJu
— IndianPremierLeague (@IPL) May 28, 2023
CSK ବନାମ GT ହେଡ୍ ଟୁ ହେଡ୍ ରେକର୍ଡ
ହେଡ-ଟୁ-ହେଡ ରେକର୍ଡ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ଚାରିଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଗୁଜରାଟ ଥରେ ଓ ଚେନ୍ନାଇ ତିନିଥର ମ୍ୟାଚ୍ ଜିତିଛି ।
ଏହା ବି ପଢନ୍ତୁ: ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ, ଫଟୋ ମାଧ୍ୟମରେ ଦେଖନ୍ତୁ ତାଙ୍କର କିପରି ଥିଲା ରେକର୍ଡ
ଏହା ବି ପଢନ୍ତୁ: WTC Final: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହେଲେ ଯଶସ୍ୱୀ, ବାଦ ପଡିଲେ ଏହି ଖେଳାଳି