IPL 2023: ଡେଭିଡ ୱାର୍ଣ୍ଣର ନିଜ ଦଳର ଖେଳାଳିଙ୍କୁ ଏପରି କ’ଣ ପାଇଁ କହିଲେ? ବିନା ଟେଲେଣ୍ଟରେ ମିଳୁଛି କୋଟି କୋଟି ଟଙ୍କା!
Advertisement
Article Detail0/zeeodisha/odisha1662218

IPL 2023: ଡେଭିଡ ୱାର୍ଣ୍ଣର ନିଜ ଦଳର ଖେଳାଳିଙ୍କୁ ଏପରି କ’ଣ ପାଇଁ କହିଲେ? ବିନା ଟେଲେଣ୍ଟରେ ମିଳୁଛି କୋଟି କୋଟି ଟଙ୍କା!

DC VS KKR: ଡେଭିଡ ୱାର୍ନରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ସିଜିନର ଷଷ୍ଠ ମ୍ୟାଚରେ ନିଜର ପ୍ରଥମ ବିଜୟ ହାସଲ କରିଛି । ପୁନର୍ବାର ଦିଲ୍ଲୀ ଅଧିନାୟକଙ୍କ ବ୍ୟାଟରୁ ଏକ ଭଲ ଇନିଂସ ବାହାରିଥିଲା, କିନ୍ତୁ ଏହା ପରେ ଅଧିନାୟକ ନିଜ ଖେଳାଳିଙ୍କ ଟେଲେଣ୍ଟ ଉପରେ ପ୍ରଶ୍ନ ଉଠାଇଥିଲେ ।

ସାଙ୍କେତିକ ଛବି

IPL 2023: ଆଇପିଏଲ୍ ୨୦୨୩ ରେ, ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ଶେଷରେ ବିଜୟ ହାସଲ କରିଛି । ଗୁରୁବାର ଦିନ ଦିଲ୍ଲୀ ନିଜ ଘରେ କୋଲକାତାକୁ (KKR) ୪ ୱିକେଟରେ ପରାସ୍ତ କରିଛି । ଦିଲ୍ଲୀର ଏହି ବିଜୟରେ କ୍ୟାପଟେନ ଡେଭିଡ ୱାର୍ନରଙ୍କର (David Warner) ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୪୧ ଟି ବଲରେ ୫୭ ରନ୍ ସ୍କୋର କରି ଦଳକୁ ବିଜୟ ଲକ୍ଷ୍ୟର ନିକଟତର କରାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ମ୍ୟାଚ୍ ପରେ ଡେଭିଡ ୱାର୍ଣ୍ଣର ନିଜ ଦଳର ବ୍ୟାଟ୍ସମ୍ୟାନ୍ଙ୍କୁ ଉପରେ ପ୍ରଶ୍ନ ଉଠାଇଛନ୍ତି । ଡେଭିଡ ୱାର୍ଣ୍ଣର ଇସାରା ଇସାରାରେ ଏହା କହିଦେଇଥିଲେ ଯେ ଦିଲ୍ଲୀରେ ଖେଳୁଥିବା ଭାରତୀୟ ବ୍ୟାଟ୍ସମ୍ୟାନମାନେ ଏକ୍ସପ୍ରେସ ଫାଷ୍ଟ ବୋଲରଙ୍କ ସମ୍ମୁଖରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଡେଭିଡ ୱାର୍ନର କହିଛନ୍ତି ଯେ ଯଦି ଆପଣ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବୋଲ କରୁଥିବା ବୋଲରମାନଙ୍କୁ ଖେଳିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଖେଳିବା ପାଇଁ ଆପଣଙ୍କ ପାଖରେ କୌଶଳ ଥିବା ଆବଶ୍ୟକ । ୱାର୍ଣ୍ଣରଙ୍କ ଅନୁଯାୟୀ, ଆପଣଙ୍କୁ ଅଧିକ ଦ୍ରୁତ ବୋଲରଙ୍କ ବିପକ୍ଷରେ ରନ୍ ସ୍କୋର କରିବାର ଏକ ଉପାୟ ଖୋଜିବାକୁ ପଡିବ ।

ଡେଭିଡ ୱାର୍ଣ୍ଣର ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀର ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ବୋଧହୁଏ ବରୁଣ ଚକ୍ରବର୍ତ୍ତୀଙ୍କ ବଲ ବୁଝିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ ଲଗାତାର ବ୍ୟାକଫୁଟରେ ବରୁଣଙ୍କ ବୋଲକୁ ଖେଳୁଛନ୍ତି । ୱାର୍ଣ୍ଣର ବରୁଣଙ୍କ ବଲକୁ ହାତରୁ ପଢି ନିଅନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦିଲ୍ଲୀର ଭାରତୀୟ ବ୍ୟାଟ୍ସମ୍ୟାନ୍ ଆଦୌ ଲୟରେ ନାହାଁନ୍ତି । ପୃଥ୍ଵୀ ଶ', ୟସ ଧୁଲ, ଅମାନ ଖାନ, ଅଭିଷେକ ପୋରେଲ ଫର୍ମରେ ନାହାଁନ୍ତି । କିନ୍ତୁ ୱାର୍ଣ୍ଣର ତାଙ୍କ ସହଯୋଗୀ ମିଚେଲ ମାର୍ଶଙ୍କ ଫର୍ମ ଉପରେ ମଧ୍ୟ ନଜର ପକାଇବା ଉଚିତ୍ ଥିଲା କାରଣ ସେ ମଧ୍ୟ ଫର୍ମରେ ନାହାଁନ୍ତି ।

ମିଚେଲ ମାର୍ଶଙ୍କ ଫର୍ମକୁ କ'ଣ ହୋଇଛି?
ଡେଭିଡ ୱାର୍ନର ଇସାରାରେ ନିଜ ଦଳର ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି, କିନ୍ତୁ ଯଦି ସେ ମିଚେଲ ମାର୍ଶଙ୍କୁ ମଧ୍ୟ ଦେଖନ୍ତି, ତେବେ ହୁଏତ ଏହା ଭଲ ହୋଇଥାନ୍ତା । ଏହି ସିଜନରେ ମିଚେଲ ମାର୍ଶଙ୍କୁ ଦିଲ୍ଲୀ ୬.୫୦ କୋଟି ଟଙ୍କା ଦେଇଛି, କିନ୍ତୁ ଏହି ଖେଳାଳି ୪ଟି ମ୍ୟାଚରେ ମାତ୍ର ୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ମିଚେଲ ମାର୍ଶ କ'ଣ ଦ୍ରୁତ ବୋଲିଂ ଖେଳି ଜାଣନ୍ତି ନାହିଁ? କହିରଖୁଛୁ ଯେ, ମିଚେଲ ମାର୍ଶଙ୍କ ଫର୍ମ ପ୍ରସଙ୍ଗଟି ବୋଧହୁଏ ଦିଲ୍ଲୀର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସହ ମଧ୍ୟ ସମାନ ରହିଛି ।

ଏହା ବି ପଢ଼ନ୍ତୁ: IPL 2023: KKRର ପରାଜୟ ପରେ ନୀତିଶ ରାଣାଙ୍କ ବଡ଼ ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!

ଏହା ବି ପଢ଼ନ୍ତୁ: Arjun Tendulkar: ଉମ୍ରାନ୍ ମଲିକଙ୍କ ଅପେକ୍ଷା ଅଧିକ ବିପଜ୍ଜନକ ଅର୍ଜୁନ ତେନ୍ଦୁଲକର, ଜାଣନ୍ତୁ କାହିଁକି?