IPL Final 2023: ଫାଇନାଲରେ ଚେନ୍ନାଇ ଓ ଗୁଜୁରାଟ ଟକ୍କର, ଜାଣନ୍ତୁ କେମିତି ଓ କେଉଁଠି ଦେଖିପାରିବେ ଲାଇଭ ମ୍ୟାଚ୍
Advertisement

IPL Final 2023: ଫାଇନାଲରେ ଚେନ୍ନାଇ ଓ ଗୁଜୁରାଟ ଟକ୍କର, ଜାଣନ୍ତୁ କେମିତି ଓ କେଉଁଠି ଦେଖିପାରିବେ ଲାଇଭ ମ୍ୟାଚ୍

IPL Final 2023: ଚଳିତ ଆଇପିଏଲ ଲିଗ୍ ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା । ବର୍ତ୍ତମାନ ଉଭୟ ଦଳ ଫାଇନାଲରେ ପରସ୍ପର ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସକୁ ଫାଇନାଲଷ୍ଟ ଟିମ୍ କୁହାଯାଉଥିଲା । ବର୍ତ୍ତମାନ ଫାଇନାଲରେ କେଉଁ ଦଳ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା । ଏହା ପୂର୍ବରୁ କ୍ୱାଲିଫାୟର -୧ ରେ ଉଭୟଙ୍କ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଗୁଜରାଟକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । 

ସୌ(ସୋସିଆଲ ମିଡିଆ)

IPL Final match 2023: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ଅନ୍ତିମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ(Chennai super kings) ଓ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ (Gujarat titans) ମଧ୍ୟରେ ଖେଳାଯିବ । ଚଳିତ ସିଜନରେ ତୃତୀୟ ଥର ଲାଗି ମଇଦାନ ଉପରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ଗୁଜୁରାଟ । ଚେନ୍ନାଇ ଓ ଗୁଜୁରାଟ ମଧ୍ଯରେ ଏହି ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ (Narendra Modi Stadium) ଖେଳାଯିବ । ମହେନ୍ଦ୍ର ସିଂ ଧୋନିଙ୍କ (MS dhoni) ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲର ପ୍ରଥମ ଫାଇନାଲିଷ୍ଟ ହୋଇଥିଲା । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik pandya) ଅଧିନାୟକତ୍ବରେ ଗୁଜରାଟ ଟାଇଟାନ୍ସ ଗତ ଶନିବାର କ୍ୱାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଚଳିତ ଆଇପିଏଲ ମାର୍ଚ୍ଚ ମାସ ୩୧ ତାରିଖରେ ଆରମ୍ଭ ହୋଇଥିଲା । ଏହି ଲିଗ୍ ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା । ବର୍ତ୍ତମାନ ଉଭୟ ଦଳ ଫାଇନାଲରେ ପରସ୍ପର ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି । ତେବେ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସକୁ ଫାଇନାଲଷ୍ଟ ଟିମ୍ କୁହାଯାଉଥିଲା । ବର୍ତ୍ତମାନ ଫାଇନାଲରେ କେଉଁ ଦଳ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା । ଏହା ପୂର୍ବରୁ କ୍ୱାଲିଫାୟର -୧ ରେ ଉଭୟଙ୍କ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଗୁଜରାଟକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୪ ଥରର ଚାମ୍ପଅନ ଚେନ୍ନାଇ ଏହି ଟୁର୍ଣ୍ଣାମେଣ୍ଟରେ ଦଶମ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ସେପଟେ ଚଳିତ ସିଜନରେ ଦମଦାର ପ୍ରଦର୍ଶନ କରିଛି ଗୁଜୁରାଟ ଟାଇଟାନ୍ସ । ଦଳ ୧୮ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଥିଲା । କିନ୍ତୁ ପ୍ରଥମ କ୍ୱାଲିଫାୟର-୧ରେ ସିଏସକେ ବିପକ୍ଷରେ ପରାଜୟ ପରେ ଦଳକୁ କ୍ୱାଲିଫାୟର-୨ରେ (IPL qualifier 2) ମୁମ୍ବାଇ ଇଣ୍ଡିଆନ୍ସକୁ (Mumbai Indians) ସାମ୍ନା କରିବାକୁ ପଡିଥିଲା। ଏଥିରେ ଚମତ୍କାର ପ୍ରଦର୍ଶନ କରି ଦଳ ଫାଇନାଲରେ ପ୍ରବେଶ କରିଛି।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାଲିଫାୟର-୨ରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୩୩ ରନ୍ ସ୍କୋର କରିଥିଲା । ଗୁଜୁରାଟ ପକ୍ଷରୁ ଶୁବମନ ଗିଲ ସର୍ବାଧିକ ୬୦ ବଲରୁ ୧୨୯ ର ଚମତ୍କାର ଇନିଂସ ଖେଳିଥିଲେ । ୭ଟି ଚୌକା ଓ ୧୦ ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ଶୁବମନ ଗିଲ (Shubman gill) । ବିଜୟ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୩୪ ରନ୍ ଲକ୍ଷ୍ୟ ରହିଥିଲା, କିନ୍ତୁ ରୋହିତ ଶର୍ମାଙ୍କ (Rohit Sharma) ଟିମ୍ ୧୮.୨ ଓଭରରେ ମାତ୍ର ୧୭୧ ରନ୍ କରି ଅଲ ଆଉଟ୍ ହୋଇ ଯାଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସୂର୍ଯ୍ୟକୁମାର ଯାଦବ ଏକ ଚମତ୍କାର ଇନିଂସ ଖେଳିଥିଲେ । ସୁର୍ଯ୍ୟକୁମାର ଯାଦବ ୩୮ ବଲରେ ୬୧ ରନ୍ ସ୍କୋର କରିଥିଲେ ।

କେବେ କେଉଁଠାରେ ଖେଳାଯିବ ଆଇପିଏଲ୍ ୨୦୨୩ର ଫାଇନାଲ୍?

ଆଜି ଅର୍ଥାତ୍ ରବିବାର ଦିନ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ୍ ୨୦୨୩ର ଅନ୍ତିମ ମ୍ୟାଚ୍ । ଟସ୍ ୭ଟା ବେଳେ ହେବାକୁ ଥିବା ବେଳେ ୭:୩୦ ମିନିଟ୍ ମ୍ୟାଚ୍ ଆରମ୍ଭ ହେବ ।

ଟିଭିରେ କିପରି ଦେଖିବେ ଲାଇଭ୍?

ଆଇପିଏଲର ଫାଇନାଲ ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ନେଟୱାର୍କ ମାଧ୍ୟମରେ ଟିଭିରେ ସିଧାପ୍ରସାରଣ ହେବ ।

ମାଗଣାରେ ଲାଇଭ୍ ଷ୍ଟ୍ରିମିଂ କିପରି ଦେଖିବେ?

ଆଇପିଏଲ୍ ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମା ଆପ୍ ଓ ୱେବସାଇଟ୍ ମାଧ୍ୟମରେ ମାଗଣାରେ ଦେଖିପାରିବେ ।

ଜୋରଦାର ହେବ ଟକ୍କର

ପ୍ରକାଶଥାଉ କି,  ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ଯରେ ଚାରି ଥର ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଗୁଜୁରାଟ ୩ ଥର ଓ ଚେନ୍ନାଇ ଥରେ ମାତ୍ର ବିଜୟ ହାସଲ କରିଛି। ଚେନ୍ନାଇ ପ୍ଲେ ଅଫ୍ ମ୍ୟାଚ୍ ଜିତିଥିବାବେଳେ ଗୁଜୁରାଟ ଲିଗ୍ ମ୍ୟାଚ୍ ଜିତିଛି।