IPL 2023 Final: ଅହମ୍ମଦାବାଦରେ ବର୍ଷା ଯୋଗୁଁ ବାତିଲ ହେଲା ଫାଇନାଲ୍, ରିଜର୍ଭ ଡେ'ରେ ହେବ ମ୍ୟାଚ୍
Advertisement

IPL 2023 Final: ଅହମ୍ମଦାବାଦରେ ବର୍ଷା ଯୋଗୁଁ ବାତିଲ ହେଲା ଫାଇନାଲ୍, ରିଜର୍ଭ ଡେ'ରେ ହେବ ମ୍ୟାଚ୍

CSK vs GT Final: ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ରବିବାର ଦିନ ଖେଳାଯାଇ ପାରି ନାହିଁ । ବର୍ତ୍ତମାନ ଏହି ମ୍ୟାଚ୍ 'ରିଜର୍ଭ ଡେ'ରେ ଆୟୋଜନ କରାଯିବ ।

ସୌ: ସୋସିଆଲ ମିଡିଆ

IPL 2023 Final Reserve Day CSK vs GT: ବର୍ଷା ଯୋଗୁଁ ରବିବାର ଦିନ ଆଇପିଏଲ୍ ୨୦୨୩ ର ଫାଇନାଲ ମ୍ୟାଚ୍ ଖେଳାଯାଇପାରି ନାହିଁ । ଚେନ୍ନାଇ ସୁପର କିଙ୍ଗସ୍ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ବର୍ତ୍ତମାନ ସୋମବାର ଦିନ ଖେଳାଯିବ । ସୋମବାର ଫାଇନାଲ ପାଇଁ 'ରିଜର୍ଭ ଡେ' ଥିଲା । ରବିବାର ଦିନ ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବାର ଥିଲା । କିନ୍ତୁ ବର୍ଷା ଖେଳକୁ ନଷ୍ଟ କରିଦେଲା । ଖେଳାଳିଙ୍କ ସହିତ ଦର୍ଶକମାନେ ମଧ୍ୟ ଦୀର୍ଘ ସମୟ ଧରି ବର୍ଷା ବନ୍ଦ ହେବା ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ବର୍ଷା ବନ୍ଦ ହୋଇ ନଥିଲା ।

ଚେନ୍ନାଇ-ଗୁଜୁରାଟର ଫାଇନାଲ ମ୍ୟାଚ୍ ରବିବାର ବର୍ଷା ଯୋଗୁଁ ବାତିଲ ହୋଇଛି । ଆଇପିଏଲ ଏ ସମ୍ପର୍କରେ ଏକ ଟୁଇଟ୍ କରିଛନ୍ତି । ଆଇପିଏଲ ଏକ ଟୁଇଟରେ ଲେଖିଛି, ଆଇପିଏଲ ୨୦୨୩ ର ଫାଇନାଲ ଆସନ୍ତାକାଲି, ମେ ୨୯ (ରିଜର୍ଭ ଡେ) ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଆଜିର ଟିକେଟ୍ ଆସନ୍ତାକାଲି ପାଇଁ ମଧ୍ୟ ବୌଧ ହେବ । ଏହାକୁ ସୁରକ୍ଷିତ ରଖିବା ପାଇଁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ।

ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ପାଇଁ ହେବ, ଯେତେବେଳେ କି ରିଜର୍ଭ ଡେରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଫାଇନାଲ୍ ସମ୍ବନ୍ଧରେ ଆଇପିଏଲ୍ ଅନେକ ପ୍ରକାରର ନିୟମ କରିଛି । ବର୍ଷା ପ୍ରଭାବିତ ମ୍ୟାଚରେ ଓଭର କଟାଯାଇଥାଏ । ଯଦି ରାତି ୧୧ ଟା ପୂର୍ବରୁ ବନ୍ଦ ହୋଇଥାନ୍ତା, ତେବେ ମ୍ୟାଚ୍ ଆରମ୍ଭ ହୋଇ ପାରିଥାନ୍ତା । ମ୍ୟାଚ୍ ୫ ଓଭର ଲେଖାଏଁ ମଧ୍ୟ ହୋଇଥାଇପାରିଥାନ୍ତା । ଯଦି ଏହା ହୋଇ ନଥାନ୍ତା ତେବେ ସୁପର ଓଭର ମଧ୍ୟ ସମ୍ଭବ ହୋଇଥାନ୍ତା । କିନ୍ତୁ ବର୍ଷା ଜାରି ରହିଥିଲା । ଏହି କାରଣରୁ ଏହି ମ୍ୟାଚକୁ ରିଜର୍ଭ ଡେ କୁ ସ୍ଥାନାନ୍ତର କରାଯାଇଛି । ଫାଇନାଲ ମ୍ୟାଚ୍ ପାଇଁ ଆଉ ଏକ ଦିନ 'ରିଜର୍ଭ ଡେ' ଆକାରରେ ପୂର୍ବରୁ ରଖଯାଇଥିଲା ।

  • ସୋମବାର ଦିନ ଯଦି ବର୍ଷା ଜାରି ରହେ ଓ ଧରାଯାଉ ମ୍ୟାଚ୍ ପାଞ୍ଚ ଓଭର ଲେଖାଁଏ ମଧ୍ୟ ନ ହୁଏ, ତେବେ ଅପେକ୍ଷା ରାତି ୧:୧୦ ପର୍ଯ୍ୟନ୍ତ କରାଯିବ ।
  • ସୋମବାର ରାତିରେ ୧:୨୦ ପରେ ସୁପର ଓଭର ଖେଳାଯାଇପାରେ । ଯଦି ସୁପର ଓଭର ମଧ୍ୟ ନ ଖେଳାଯାଇ ପାରେ, ତେବେ ଗୁଜୁରାଟ ଟାଇଟାନ୍ସକୁ ଆଇପିଏଲ ୨୦୨୩ ର ବିଜେତା ଘୋଷିତ ହେବ, ଯେହେତୁ ଏହି ଦଳ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ।

ଏହା ବି ପଢନ୍ତୁ: ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ, ଫଟୋ ମାଧ୍ୟମରେ ଦେଖନ୍ତୁ ତାଙ୍କର କିପରି ଥିଲା ରେକର୍ଡ