IPL 2023 DC vs MI: ଦିଲ୍ଲୀର ଲଗାତର ଚତୁର୍ଥ ପରାଜୟ ପାଇଁ ଦାୟୀ ଏହି ଖେଳାଳି!
Advertisement
Article Detail0/zeeodisha/odisha1648848

IPL 2023 DC vs MI: ଦିଲ୍ଲୀର ଲଗାତର ଚତୁର୍ଥ ପରାଜୟ ପାଇଁ ଦାୟୀ ଏହି ଖେଳାଳି!

IPL 2023 DC vs MI: ଗତକାଲି ଆଇପିଏଲର ୧୬ ତନ ସିଜନରେ ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମୁମ୍ୱାଇ ଇଣ୍ଡିଆନ୍ସ ପରାସ୍ତ କରିଛି । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ୧୭୩ ରନର ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍ ହରାଇ ୧୭୩ ରନ୍ କରି ସିଜିନର ପ୍ରଥମ ବିଜୟ ହାସଲ କରିଛି । ଏହି ମ୍ୟାଚରେ ୨୯ ବର୍ଷୀୟ ଭାରତୀୟ ଖେଳାଳି ଦିଲ୍ଲୀ କ୍ୟାପିଟାଲ୍ସର ପରାଜୟର ଅପରାଧୀ ଥିଲେ ।

IPL 2023 DC vs MI: ଦିଲ୍ଲୀର ଲଗାତର ଚତୁର୍ଥ ପରାଜୟ ପାଇଁ ଦାୟୀ ଏହି ଖେଳାଳି!

Mumbai Indians vs Delhi Capitals, IPL 2023: ଗତକାଲି (ମଙ୍ଗଳବାର) ଅର୍ଥାତ ଏପ୍ରିଲ ୧୧ ରାତିରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ (IPL 2023) ର ୧୬ ତମ ମ୍ୟାଚ (DC vs MI) ରେ ମୁମ୍ୱାଇ ଇଣ୍ଡିଆନ୍ସ (Mumbai Indians) ଦିଲ୍ଲୀ କ୍ୟାପିଟାଲ୍ସ ( Delhi Capitals) କୁ ୬ ୱିକେଟରେ ପରାସ୍ତ କରିଛି । ପୀୟୁଷ ଚାୱଲା (Piyush Chawla) ଓ ଜେସନ ବେହେରେଣ୍ଡୋରଫ (Jason Behrendorff) ଙ୍କ ଚମତ୍କାର ବୋଲିଂ ପରେ ଅଧିନାୟକ ରୋହିତ ଶର୍ମା (Rohit Sharma) ଙ୍କ ଅର୍ଦ୍ଧଶତକ ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ଟି ୱିକେଟରେ ପରାସ୍ତ କରିବାରେ ସାହାଯ୍ୟ କରିଥିଲା (Mumbai Indians vs Delhi Capitals) । ଏହା ଆୟୋଜକ ଦଳ (Delhi Capitals) ର ଚାରି ମ୍ୟାଚରେ ଚତୁର୍ଥ ପରାଜୟ ଥିଲା । ଦିଲ୍ଲୀର ୧୭୩ ରନର ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଓପନର ରୋହିତ ଶର୍ମା  (Rohit Sharma) (୪୫ ବଲରେ ୬୫ ରନ୍) ଙ୍କ ଦମଦାର୍ ଅର୍ଦ୍ଧଶତକ ଯୋଗୁଁ ୪ ୱିକେଟ୍ ହରାଇ ୧୭୩ ରନ୍ ସ୍କୋର କରି ସିଜିନର ପ୍ରଥମ ବିଜୟ ହାସଲ କରିଛି । ଏହି ମ୍ୟାଚରେ ୨୯ ବର୍ଷୀୟ ଭାରତୀୟ ଖେଳାଳି ଦିଲ୍ଲୀ କ୍ୟାପିଟାଲ୍ସର ପରାଜୟର ଅପରାଧୀ ଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ ((Mumbai Indians vs Delhi Capitals) ରେ ଟିମ୍ ଇଣ୍ଡିଆ (Team India) ର ଦ୍ରୁତ ବୋଲର ମୁକେଶ କୁମାର (Mukesh Kumar) ଦିଲ୍ଲୀ କ୍ୟାପିଟାଲ୍ସର ପରାଜୟର ଅପରାଧୀ ପାଲଟିଛନ୍ତି । ଏହି ମ୍ୟାଚ୍‌ରେ ୨ ଓଭର ବୋଲିଂ କରି ମୁକେଶ କୁମାର (Mukesh Kumar) ହୁଏତ ୨ ୱିକେଟ୍ ନେଇଥାଇପାରନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ମୁକେଶ କୁମାର (Mukesh Kumar) ୩୦ ରନ୍ ଖର୍ଚ୍ଚ କରି ଦଳକୁ ପରାଜୟର ମୁହଁକୁ ଠେଲି ଦେଇଥିଲେ । ଏଥି ସହିତ ମ୍ୟାଚ (DC vs MI)ର ଶେଷ ଓଭରରେ ମୁକେଶ କୁମାର (Mukesh Kumar) ମଧ୍ୟ ଏକ ସହଜ କ୍ୟାଚ୍ ଛାଡିଥିଲେ, ଯେଉଁ କାରଣରୁ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

fallback

ବିହାରର ଗୋପାଳଗଞ୍ଜରେ ଜନ୍ମଗ୍ରହଣ କରିଥିବା ମୁକେଶ କୁମାର (Mukesh Kumar) ଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା । କିନ୍ତୁ ଏଥର ଆଇପିଏଲ (IPL 2023) ରେ ତାଙ୍କର ଭାଗ୍ୟ ଏପରି ଖୋଲିଲା ଯେ ମୁକେଶ କୁମାର (Mukesh Kumar) କୋଟିପତି ହୋଇଯାଇଥିଲେ । ମୁକେଶ କୁମାର (Mukesh Kumar) ଙ୍କୁ କୋଚିରେ ମିନି ନିଲାମରେ ୫.୫୦ କୋଟିରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି । ମୁକେଶ କୁମାର (Mukesh Kumar) ଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା । କିନ୍ତୁ ମୁକେଶ କୁମାର (Mukesh Kumar) ନିଜ ବେସ୍ ପ୍ରାଇସ୍ ଠାରୁ ପ୍ରାୟ ୨୮ ଗୁଣ ଅଧିକ ଦାମରେ ବିକ୍ରି ହୋଇଥିଲେ ।

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପରେ ଏବେ IPL 2023ରେ ହିଁ ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ନିଜ ଦଳ ପାଇଁ ପାଲଟିଲେ ସବୁଠୁ ବଡ଼ ବୋଝ

ଅଧିକ ପଢ଼ନ୍ତୁ-DAକୁ ନେଇ ଆସିଲା ବଡ଼ ଖୁସି ଖବର: ଏହି ଦିନ ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା! କେନ୍ଦ୍ର କର୍ମଚାରୀଙ୍କ ମୌଜ

ଅଧିକ ପଢ଼ନ୍ତୁ-BCCI କଲା ବଡ଼ ଘୋଷଣା, ୨୦୨୩-୨୪ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ କାର୍ଯ୍ୟସୂଚୀ ଜାରି

ଗତ ବର୍ଷ ବାଂଲାଦେଶ-ଏ ବିପକ୍ଷରେ ଖେଳାଯାଇଥିବା ସିରିଜରେ ମୁକେଶ କୁମାର (Mukesh Kumar) ଇଣ୍ଡିଆ ଏ ପାଇଁ ଖେଳିଥିଲେ । ଏହି ସିରିଜରେ ମୁକେଶ କୁମାର (Mukesh Kumar) ୨ଟି ମ୍ୟାଚରେ ମୋଟ ୯ ୱିକେଟ୍ ନେଇଥିଲେ । ୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ମୁକେଶ କୁମାର (Mukesh Kumar) ଏପର୍ଯ୍ୟନ୍ତ ୧୪୯ ୱିକେଟ୍ ନେଇଛନ୍ତି । ଲିଷ୍ଟ-ଏରେ ମୁକେଶ କୁମାର (Mukesh Kumar) ୨୪ଟି ମ୍ୟାଚରେ ୨୬ ୱିକେଟ୍ ନେଇଛନ୍ତି । ମୁକେଶ କୁମାର (Mukesh Kumar) ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ ମ୍ୟାଚ୍ ଖେଳି ନାହାଁନ୍ତି । ନିକଟ ଅତୀତରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-20 ସିରିଜ ପାଇଁ ମୁକେଶ କୁମାର (Mukesh Kumar) ଦଳରେ ମନୋନୀତ ହୋଇଥିଲେ । ଏହାପୂର୍ବରୁ ମୁକେଶ କୁମାର (Mukesh Kumar) ଶ୍ରୀଲଙ୍କା ବିପକ୍ଷ ଟି-20 ମ୍ୟାଚ୍ ପାଇଁ ଦଳର ଏକ ଅଂଶ ଥିଲେ ମଧ୍ୟ ସେ ତାଙ୍କର ଡେବ୍ୟୁ ମ୍ୟାଚକୁ ଅପେକ୍ଷା କରିଛନ୍ତି । ମୁକେଶ କୁମାର (Mukesh Kumar) ଙ୍କୁ ମଧ୍ୟ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି । କିନ୍ତୁ ମୁକେଶ କୁମାର ଏପର୍ଯ୍ୟନ୍ତ ଟେଷ୍ଟରେ ଖେଳିବାର ସୁଯୋଗ ପାଇନାହାଁନ୍ତି ।