IPL 2023: ଦିଲ୍ଲୀରେ ଆଇପିଏଲ ମ୍ୟାଚ୍ ଦେଖିଲେ ଟିମ୍ କୁକ୍ ଓ ସୋନମ କପୁର, ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ
Advertisement
Article Detail0/zeeodisha/odisha1662361

IPL 2023: ଦିଲ୍ଲୀରେ ଆଇପିଏଲ ମ୍ୟାଚ୍ ଦେଖିଲେ ଟିମ୍ କୁକ୍ ଓ ସୋନମ କପୁର, ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ

IPL 2023: ଗୁରୁବାର ଦିନ ଅରୁଣ ଜେଟଲୀ ଷ୍ଟାଡିୟମରେ ଟିମ୍ କୁକ୍, ଅଭିନେତ୍ରୀ ସୋନମ କପୁର ଓ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜା ଦିଲ୍ଲୀ କ୍ୟାପିଟାଲ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ଯରେ ହୋଇଥିବା ମ୍ୟାଚ ଉପଭୋଗ କରିଥିଲେ । ତେବେ ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।  

ସୌ(ସୋସିଆଲ ମିଡିଆ)

IPL 2023: ଗୁରୁବାର ଦିନ ଦିଲ୍ଲୀ ସାକେଟରେ ଭାରତର ଦ୍ୱିତୀୟ ଆପଲ୍ ଷ୍ଟୋର ଲଞ୍ଚ ହେବାର କିଛି ଘଣ୍ଟା ପରେ କମ୍ପାନୀର ସିଇଓ ଟିମ୍ କୁକ୍ (Apple CEO Tim Cook) ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ ଓ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ((Kolkata Knight Riders vs Delhi Capitals) ମ୍ୟାଚ୍ ଦେଖିଥିଲେ। ତେବେ ଏହି ସମୟରେ ଷ୍ଟାଡିୟମରେ ଅଭିନେତ୍ରୀ ସୋନମ କପୁର (Sonam kapoor) ଓ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜା (Anand Ahuja) ମଧ୍ଯ ମ୍ୟାଚ ଉପଭୋଗ କରିଥିଲେ । ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଟିମ୍ କୁକ୍ (Tim Cook) ଓ ସୋନମ କପୁର (Sonam kapoor) ଏକାଠି ମ୍ୟାଚ ଦେଖିବା ପରେ ସୋସିଆଲ ମିଡିଆରେ ଏହି ସମୟରେ ଫଟୋକୁ ଲୋକେ ବେଶ ପସନ୍ଦ କରିଛନ୍ତି ।

ସୂଚନାଥାଉ, ଅଭିନେତ୍ରୀ ସୋନମ କପୁର (Sonam kapoor) ନିଜ ଇଣ୍ଟାଗ୍ରାମ ଆକାଉଣ୍ଟରେ ସ୍ବାମୀ ଆନନ୍ଦ ଅହୁଜା (Anand Ahuja) ଓ ଆପଲ ସିଇଓଙ୍କ ସହ ଏକ ଫଟୋ ସେୟାର କରିବା ସହ ଏକ କ୍ୟାପସନ ଲେଖିଥିଲେ । ତେବେ ସୋନମ ଟ୍ରାଡ଼ିସନାଲ ଲୁକରେ ମ୍ୟାଚ୍ ଦେଖିବା ଲାଗି ଆସିଥିଲେ । ସୋନମଙ୍କ ଏହି ଲୁକ୍ସକୁ ଦେଖି କେତେକ ୟୁର୍ଜସ ତାଙ୍କୁ ଟ୍ରୋଲ କରିବାକୁ ପଛେଇନଥିଲେ । ଜଣେ ୟୁର୍ଜସ କମେଣ୍ଟ କରି ଲେଖିଛନ୍ତି ଯେ, “ମ୍ୟାଚ ଦେଖିବା ପାଇଁ ଏପରି ପୋଷାକ”, ଅନ୍ୟ ଜଣେ କମେଣ୍ଟ କରି ଲେଖିଛନ୍ତି ଯେ, “ଆପଣ କ’ଣ ବିବାହରେ ଯୋଗଦେବାକୁ ଯାଉଛନ୍ତି” । ସେପଟେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଜଣେ ୟୁର୍ଜସ କମେଣ୍ଟ କରି ଲେଖିଛନ୍ତି ଯେ, “ଟିମ୍ କୁକ୍ ମଧ୍ଯ କ୍ରିକେଟ ଫ୍ୟାନ୍ସ ଅଟନ୍ତି” । ସେହିପରି ଅନ୍ୟ ଜଣେ କମେଣ୍ଟ କରି ଲେଖିଛନ୍ତି ଯେ, “ଟିମ୍ କୁକ୍ କିକ୍ରେଟ୍ ଦେଖୁଛନ୍ତି ଏହା ଏକ ଖୁସିର ବିଷୟ ଅଟେ” ।

ପ୍ରକାଶ ଥାଉ କି, ଦୁଇଟି ଆପଲ୍ ଷ୍ଟୋର ଉନ୍ମୋଚନ ପାଇଁ ଟିମ୍ କୁକ୍ (Tim Cook) ବର୍ତ୍ତମାନ ଭାରତରେ ଅଛନ୍ତି। ପ୍ରଥମ ଆପଲ୍ ଷ୍ଟୋର (Apple store) ମଙ୍ଗଳବାର ଦିନ ମୁମ୍ବାଇରେ ଲଞ୍ଚ ହୋଇଥିବା ବେଳେ ଦ୍ୱିତୀୟଟି ଗୁରୁବାର ଦିନ ଦିଲ୍ଲୀରେ ଉନ୍ମୋଚିତ ହୋଇଛି।  ଆପଲ କମ୍ପାନୀ ଭାରତକୁ ଏକ ବଡ ବଜାର ଭାବରେ ବିବେଚନା କରିଥାଏ । ତେବେ କମ୍ପାନୀ ଅଧିକରୁ ଅଧିକ ଆଇଫୋନ ଉତ୍ପାଦନ କରିବା ନେଇ ଆଶା ରଖିଛି। ବର୍ତ୍ତମାନ ଭାରତରେ ଆପଲର ନିଯୁକ୍ତି ଶକ୍ତି ୧ ଲକ୍ଷ ରହିଥିବା ବେଳେ ଆସନ୍ତା ବର୍ଷରେ ଏହା ୨ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି। କୁକ୍ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ। କୁକ୍ (Tim Cook) ଶେଷ ଥର ପାଇଁ ୨୦୧୬ ମସିହାରେ ଭାରତ ଗସ୍ତ କରିଥିଲେ ।

ଏହା ମଧ୍ଯ ପଢନ୍ତୁ-Parineeti -Raghav: ସରିଲା ନିର୍ବନ୍ଧ, ଏହି ମାସରେ ବାହା ହେବେ ପରିଣୀତି ଓ ରାଘବ!

ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଗୁରୁବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders vs Delhi Capitals) ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ୨୦୨୩ (IPL 2023) ର ୨୮ ତମ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚ (KKR vs DC Match) ରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଅଧିନାୟକ ଡେଭିଡ ୱାର୍ଣ୍ଣର (David Warner) ଙ୍କ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧ ଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) କୁ ୪ ୱିକେଟରେ ପରାସ୍ତ କରି ସିଜିନର ପ୍ରଥମ ବିଜୟ ହାସଲ କରିଛି ।