CSK vs SRH: ଧୋନି ଆଗରେ ମାକ୍ରାମ ଫେଲ୍; ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କଲା ଚେନ୍ନାଇ
Advertisement
Article Detail0/zeeodisha/odisha1662791

CSK vs SRH: ଧୋନି ଆଗରେ ମାକ୍ରାମ ଫେଲ୍; ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କଲା ଚେନ୍ନାଇ

CSK vs SRH Highlights: ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରିଛି । CSK ର ବିଜୟରେ ଡିଭନ୍ କନୱେ ଓ ରବିନ୍ଦ୍ର ଜାଡେଜା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ସାଙ୍କେତିକ ଛବି

TATA IPL 2023: ରାଜସ୍ଥାନ ରୟାଲ୍ସ ହୁଏତ ଏହି ଗ୍ରାଉଣ୍ଡରେ ଚେନ୍ନାଇ ଠାରୁ ଜିତିଥାଇପାରେ କିନ୍ତୁ ଚେପକ୍ ଷ୍ଟାଡିୟମ୍ ଚେନ୍ନାଇ ସୁପର କିଙ୍ଗ୍ସର ଗଡ଼ ଅଟେ । ଏହା ପୁଣି ଥରେ ପ୍ରମାଣିତ ହୋଇଛି । ଏମଏସ ଧୋନିଙ୍କ ଅଧିନାୟକ କରୁଥିବା ଚେନ୍ନାଇ ନିଜ ଘରୋଇ ଗ୍ରାଉଣ୍ଡର ଆଜି ସନରାଇଜର୍ସ ହାଇଦ୍ରାବାଦକୁ (CSK vs SRH) ପରାସ୍ତ କରିଛି । ରବିନ୍ଦ୍ର ଜାଡେଜାଙ୍କ ଜବରଦସ୍ତ ବୋଲିଂ ଓ ପରେ ଡିଭନ୍ କନୱେ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ଆଧାରରେ ଚେନ୍ନାଇ ହାଇଦ୍ରାବାଦକୁ ୭ ୱିକେଟରେ ପରାସ୍ତ କରି ନିଜର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି ।

୧୩୫ ରନ୍‌ର ଟାର୍ଗେଟକୁ ପିଛାକରି ପକାଇ ରିତୁରାଜ ଗାଇକୱାଡ ଓ ଡେଭନ୍ କନୱେ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ୬ ଓଭରରେ ମ୍ୟାଚ୍କୁ ଏକପାଖିଆ କରିଥିଲେ ଓ ଦଳର ସ୍କୋରକୁ ବିନା କୌଣସି ୱିକେଟରେ ୬୦ ରନରେ ପହଞ୍ଚାଇ ଦେଇଥିଲେ ।

ଏହା ପରେ, ଯେତେବେଳେ ୯ ଓଭରର ଖେଳ ସମାପ୍ତ ହେଲା, ସେତେବେଳେ ଡେଭନ୍ କନୱେ ନିଜର ଅର୍ଦ୍ଧଶତକ ପୂରଣ କରିନେଇଥିଲେ । ଏହି ମ୍ୟାଚ୍‌ରେ ଚେନ୍ନାଇ ଦଳ ରିତୁରାଜ ଗାଇକୱାଡଙ୍କ ରୂପରେ ୮୭ ସ୍କୋରରେ ପ୍ରଥମ ଝଟକା ପାଇଥିଲା, ଦୁର୍ଭାଗ୍ୟବଶତ କନୱେଙ୍କ ଷ୍ଟ୍ରେଟ୍ ଡ୍ରାଇଭ୍ ସଟରେ ରନ ଆଉଟ୍ ହୋଇଯାଇଥିଲା । ଏହି ମ୍ୟାଚରେ ଗାଇକୱାଡଙ୍କ ବ୍ୟାଟ୍ ୩୦ ବଲରେ ୩୫ ରନର ଇନିଂସ ଖେଳିଥିଲେ ।

ଚେନ୍ନାଇ ଦଳ ୮୭ ସ୍କୋରରେ ପ୍ରଥମ ଝଟକା ପାଇବା ପରେ ଅଜିଙ୍କ୍ୟ ରାହାନେ ଡିଭନ୍ କନୱେଙ୍କୁ ସମର୍ଥନ ଦେବାବାକୁ ପଡ଼ିଆକୁ ଆସିଥିଲେ । ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ମାତ୍ର ୨୨ ବଲରେ ୨୩ ରନର ଭାଗିଦାରୀ ଦେଖିବାକୁ ମିଳିଥିଲା ​। ଏହି ମ୍ୟାଚରେ ରାହାଣେ ୧୦ଟି ବଲରେ ୯ ରନ୍ ଖେଳିବା ପରେ ମୟଙ୍କ ମାର୍କାଣ୍ଡେଙ୍କ ଶିକାର ହୋଇଥିଲେ ।

୧୨୨ ସ୍କୋରରେ ଚେନ୍ନାଇ ସୁପର କିଙ୍ଗ୍ସ ଏହି ମ୍ୟାଚରେ ଅମ୍ବାତି ରାଇଡୁଙ୍କ ରୂପରେ ତୃତୀୟ ଝଟକା ପାଇଥିଲେ, ଯିଏ ୯ ବଲରେ ୯ ରନ୍ ଖେଳିବା ପରେ ମୟଙ୍କ ମାର୍କାଣ୍ଡେଙ୍କ ଦ୍ୱାରା ଆଉଟ ହୋଇଥିଲେ । ଏହା ପରେ ମୋଇନ୍ ଅଲିଙ୍କ ସହ ଡିଭନ୍ କନୱେ ମ୍ୟାଚ୍ ଜିତାଇବାରେ ସଫଳ ହୋଇଥିଲେ । କନୱେ ମ୍ୟାଚରେ ୧୨ ଚୌକା ଓ ଗୋଟିଏ ଛକା ସହାୟତାରେ ୫୭ ବଲରେ ୭୭ ରନର ଅପରାଜିତ ଇନିଂସ ଖେଳିଥିଲେ । ମୟଙ୍କ ମାର୍କାଣ୍ଡେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ବୋଲିଂରେ ସର୍ବାଧିକ ୨ ୱିକେଟ୍ ନେଇଥିଲେ ।

ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ଇନିଂସ ବିଷୟରେ କହିବାକୁ ଗଲେ ଏକ ସମୟରେ ଦଳ ୭୧ ସ୍କୋର ପର୍ଯ୍ୟନ୍ତ ମାତ୍ର ୨ ୱିକେଟ୍ ହରାଇଥିଲା । ଏହା ପରେ ସନରାଇଜର୍ସ ହାଇଦ୍ରାବାଦ ଦଳ ହଠାତ୍ ଦ୍ରୁତ ଗତିରେ ୱିକେଟ୍ ହରାଇବା ଆରମ୍ଭ କଲା । ୧୧୬ ସ୍କୋର ପର୍ଯ୍ୟନ୍ତ ଦଳ ଏହାର ୬ଟି ୱିକେଟ୍ ହରାଇଥିଲା । ଏହା ପରେ ୨୦ ଓଭରରେ ହାଇଦ୍ରାବାଦ ଦଳ କେବଳ ୭ ୱିକେଟ୍ ହରାଇ ୧୩୪ ରନ୍ ସ୍କୋରରେ କରିବାରେ ସଫଳ ହୋଇପାରିଥିଲା । ଚେନ୍ନାଇ ତରଫରୁ ବୋଲିଂରେ ରବିନ୍ଦ୍ର ଜାଡେଜା ସର୍ବାଧିକ ୩ ୱିକେଟ୍ ନେଇଥିବାବେଳେ, ମଥିଶା ପଥିରାନା, ଆକାଶ ସିଂ ଓ ମହେଶ ତିକସନାଙ୍କୁ ୧ ୱିକେଟ୍ ଲେଖାଏଁ ମିଳିଥିଲା।

ଏହା ବି ପଢ଼ନ୍ତୁ: IPL 2023: ଡେଭିଡ ୱାର୍ଣ୍ଣର ନିଜ ଦଳର ଖେଳାଳିଙ୍କୁ ଏପରି କ’ଣ ପାଇଁ କହିଲେ? ବିନା ଟେଲେଣ୍ଟରେ ମିଳୁଛି କୋଟି କୋଟି ଟଙ୍କା!