Odisha Police Recruitment: ଓଡ଼ିଶା ପୋଲିସରେ ବାହାରିଲା ୯୦୦ ପଦବୀ, ଗ୍ରାଜୁଏଟ୍ କରିପାରିବେ ଆବେଦନ, ଜାଣନ୍ତୁ Details...
Advertisement
Article Detail0/zeeodisha/odisha2575488

Odisha Police Recruitment: ଓଡ଼ିଶା ପୋଲିସରେ ବାହାରିଲା ୯୦୦ ପଦବୀ, ଗ୍ରାଜୁଏଟ୍ କରିପାରିବେ ଆବେଦନ, ଜାଣନ୍ତୁ Details...

Odisha Police Recruitment: ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ OPRB ର ଅଫିସିଆଲ୍ ୱେବ୍‌ସାଇଟ୍‌ www.odishapolice.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Odisha Police Recruitment 2024 apply for 933 post Notification ରେ କ୍ଲିକ୍ କରି ଦେଖିପାରିବେ।

Odisha Police Recruitment: ଓଡ଼ିଶା ପୋଲିସରେ ବାହାରିଲା ୯୦୦ ପଦବୀ, ଗ୍ରାଜୁଏଟ୍ କରିପାରିବେ ଆବେଦନ, ଜାଣନ୍ତୁ Details...
Odisha Police Recruitment: ଓଡ଼ିଶାରେ ସରକାରୀ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ପୋଲିସରେ ଭର୍ତ୍ତି ହେବାକୁ ଚାହୁଁଥିବା ଯୁବପିଢ଼ୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ।  ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ  ୯୦୦ରୁ ଅଧିକ ପଦବୀ ପୂରଣ ହେବ।
 
ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ OPRB ର ଅଫିସିଆଲ୍ ୱେବ୍‌ସାଇଟ୍‌ www.odishapolice.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Odisha Police Recruitment 2024 apply for 933 post Notification ରେ କ୍ଲିକ୍ କରି ଦେଖିପାରିବେ।
 
ଆବେଦନ ତାରିଖ:
ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି। ଏହାର ତାରିଖ ଏ ଯାଏଁ ଘୋଷଣା କରାଯାଇନାହିଁ।
 
ଖାଲି ପଦବୀ:
OPRB ରେ ପୋଲିସ୍, ଷ୍ଟେସନ୍ ଅଫିସର ଏବଂ ଆସିଷ୍ଟାଣ୍ଟ ଜେଲରଙ୍କ ସମେତ ବିଭିନ୍ନ ଭୂମିକାରେ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ମୋଟ୍ ୯୩୩ ଟି ପୋଷ୍ଟ୍ ଖାଲି ପଡ଼ିଛି।
 
ଶିକ୍ଷାଗତ ଯୋଗ୍ୟତା:
ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ଜରୁରୀ
 
ଆବେଦନ ବୟସ ସୀମା:
ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୨୧ ବର୍ଷ ଧାର୍ଯ୍ୟ ହୋଇଥିବା ବେଳେ ସର୍ବାଧିକ ବୟସସୀମା ୨୫ ବର୍ଷ ହୋଇଥିବା ଆବଶ୍ୟକ। 
 
ମାସିକ ଦରମା:
ସର୍ବନିମ୍ନ ମାସିକ ଦରମା ୩୫,୪୦୦ ଟଙ୍କା ହୋଇଥିବା ବେଳେ ସର୍ବାଧିକ ଦରମା  ୧,୧୨,୪୦୦ ଟଙ୍କା ରଖାଯାଇଛି। 
 
ଆବେଦନ ଶୁଳ୍କ:
SC, STଙ୍କ ପାଇଁ ଦେୟମୁକ୍ତ ରହିଥିବା ବେଳେ, ସାଧାରଣ ବର୍ଗ/ OBC/ SEBCଙ୍କ ପାଇଁ ୨୮୫ ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି।