IPL 2023: ବିରାଟ କୋହଲି ନାଁ ଜୋସ ବଟଲର, ଆଇପିଏଲ ମୁକାବିଲାରେ କିଏ ଭାଙ୍ଗିବ ୟୁନିଭର୍ସ ବସ୍ ଙ୍କ ସୁପର ରେକର୍ଡ?
Advertisement

IPL 2023: ବିରାଟ କୋହଲି ନାଁ ଜୋସ ବଟଲର, ଆଇପିଏଲ ମୁକାବିଲାରେ କିଏ ଭାଙ୍ଗିବ ୟୁନିଭର୍ସ ବସ୍ ଙ୍କ ସୁପର ରେକର୍ଡ?

Cricket News: ଟି-୨୦ କ୍ରିକେଟ ଫର୍ମାଟ ଦୁନିଆରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଭାବରେ ଉଭା ହୋଇଥିବା କ୍ରିସ୍ ଗେଲ୍ ଆଇପିଏଲ ମୁକାବିଲାରେ ୬ ଶତକ ହାସଲ କରିଛନ୍ତି। ଏହି କ୍ରିକେଟ ଲିଗ୍‌ରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ତାଙ୍କ ନାମରେ ରହିଛି। ହେଲେ ବିରାଟ କୋହଲି ଏବଂ ଜୋସ୍ ବଟଲର ତାଙ୍କ ଠାରୁ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି।

IPL 2023: ବିରାଟ କୋହଲି ନାଁ ଜୋସ ବଟଲର, ଆଇପିଏଲ ମୁକାବିଲାରେ କିଏ ଭାଙ୍ଗିବ ୟୁନିଭର୍ସ ବସ୍ ଙ୍କ ସୁପର ରେକର୍ଡ?

IPL Season 2023: ଚଳିତ ଆଇପିଏଲ ସଂସ୍କରଣରେ ଯେତେବେଳେ ବିରାଟ କୋହଲି ଡେଭିଡ ୱାର୍ଣ୍ଣରଙ୍କ ପରେ ଏକ ଧିମା ଅର୍ଦ୍ଧ ଶତକକୁ ନେଇ କ୍ରିକେଟ ବିଶେଷଜ୍ଞଙ୍କ ଟାର୍ଗେଟ ପରିସରକୁ ଆସିଥିଲେ, ସେତେବେଳେ ତାଙ୍କର ଉତ୍ତର ଥିଲା ଯେ ସେ ସ୍ଥିତିକୁ ଦେଖି ବ୍ୟାଟିଂ କରିଥାନ୍ତି। ୨୩୦ ଷ୍ଟ୍ରାଇକ୍ ହାରରେ ବ୍ୟାଟିଂ କରିବା ତାଙ୍କ ପାଇଁ କଷ୍ଟକର ନୁହେଁ। ବିରାଟ କୋହଲିଙ୍କ ଏହି ବିବୃତ୍ତି ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏନେଇ କୁହାଯାଉଥିଲା ଯେ କ'ଣ ସେ ଚଳିତ ଆଇପିଏଲ ସଂସ୍କରଣରେ ଏକ ବଡ ରେକର୍ଡ ଭାଙ୍ଗିଦେବେ?

ଟି-୨୦ କ୍ରିକେଟ ଫର୍ମାଟ ଦୁନିଆରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଭାବରେ ଉଭା ହୋଇଥିବା କ୍ରିସ୍ ଗେଲ୍ ଆଇପିଏଲ ମୁକାବିଲାରେ ୬ ଶତକ ହାସଲ କରିଛନ୍ତି। ଏହି କ୍ରିକେଟ ଲିଗ୍‌ରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ତାଙ୍କ ନାମରେ ରହିଛି। ହେଲେ ବିରାଟ କୋହଲି ଏବଂ ଜୋସ୍ ବଟଲର ତାଙ୍କ ଠାରୁ ମାତ୍ର ଗୋଟିଏ ପାଦ ପଛରେ ଅଛନ୍ତି। ୨୦୨୩ ଆଇପିଏଲ୍ ସଂସ୍କରଣରେ କିଙ୍ଗ କୋହଲିଙ୍କ ପାଖରେ ଜବରଦସ୍ତ ଫର୍ମ ରହିଛି। ଅନ୍ୟପଟେ ଜୋସ୍ ବଟଲର ସବୁବେଳେ ଚିର ସବୁଜ ଅଛନ୍ତି। ଯେହେତୁ ୟୁନିଭର୍ସ ବସ୍ କ୍ରିସ୍ ଗେଲ ଆଉ ଲିଗ୍‌ରେ ନାହାଁନ୍ତି। ସର୍ବାଧିକ ଶତକ ରେକର୍ଡ ହାସଲ କରିବା ଲାଗି ବର୍ତ୍ତମାନ ଉଭୟ ବିରାଟ କୋହଲି ଏବଂ ଜୋସ ବଟଲରଙ୍କ ପାଖରେ ଏକ ସୁଯୋଗ ରହିଛି। ଉଭୟ କ୍ରିକେଟର ଚାହିଁଲେ ସେମାନଙ୍କ ନାମକୁ ସବୁଠାରୁ ଅଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ଯୋଡ଼ିପାରିବେ।   

ଚର୍ଚ୍ଚିତ ଟି-୨୦ ଫର୍ମାଟ କ୍ରିକେଟ, ଆଇପିଏଲ ଲିଗ ଆରମ୍ଭ ହେବା ଦିନ ପର ଠାରୁ ଉଭୟ ବିରାଟ କୋହଲି ଏବଂ ଜୋସ ବଟଲର ପାଞ୍ଚଟି ଲେଖାୀଁଏ ଶତକ ହାସଲ କରିଛନ୍ତି। ଯଦି ଫର୍ମ କଥା ବିଚାରକୁ ନିଆଯାଏ, ତାହେଲେ ଉଭୟ ବ୍ୟାଟ୍ସମ୍ୟାନ ପରସ୍ପରର ନିକଟତର ଅଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ବ୍ୟତୀତ କ୍ରିକେଟ୍ ବିଶେଷଜ୍ଞଙ୍କ ମଧ୍ୟରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଶତକ ହାସଲ କରିବାରେ କ୍ରିସ୍ ଗେଲଙ୍କ ରେକର୍ଡ କିଏ ଭାଙ୍ଗିବ? କ୍ରିକେଟ୍ ଦୁନିଆରେ କୌଣସି ରେକର୍ଡ ଚିରସ୍ଥାୟୀ ହୋଇନଥାଏ। ଦିନେ ନାଁ ଦିନେ ଏହି ରେକର୍ଡ ଭାଙ୍ଗିଯାଇଥାଏ। ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଅଧିନାୟକ କେଏଲ ରାହୁଲ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମୁକାବିଲାରେ ଦ୍ରୁତତମ ୪୦୦୦ ରନ୍ ହାସଲ କରି କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏଭଳି ପରିସ୍ଥିତିରେ ବିରାଟ କୋହଲି ଏବଂ ଜୋସେ ବଟଲରଙ୍କ ଆଶା ଆହୁରି ବୃଦ୍ଧି ପାଇଛି।

ଚଳିତ ଆଇପିଏଲ ସଂସ୍କରଣରେ ଜୋସ୍ ବଟଲରଙ୍କ ଷ୍ଟ୍ରାଇକ୍ ରେଟ ୧୬୩ ରହିଥିବା ବେଳେ ବିରାଟ କୋହଲି ଷ୍ଟ୍ରାଇକ୍ ରେଟ୍ ୧୪୭ ରହିଛି। ବଟଲର ୨୦୪ ରନ୍ ସ୍କୋର କରିଥିବା ବେଳେ, କୋହଲି ତାଙ୍କ ଠାରୁ ମାତ୍ର ୧୦ ରନ୍ ଅଧିକ ଅର୍ଥାତ ୨୧୪ ରନ୍ ସ୍କୋର କରିଛନ୍ତି। ହ୍ୟାରି ବ୍ରୁକ୍ ଏବଂ ଭେଙ୍କଟେଶ ଆର୍ଯ୍ୟଙ୍କ ଶତକ ପରେ, ପରବର୍ତ୍ତୀ ଶତକ କିଏ ମାରିବ ତାହାକୁ ରହିଛି ଅପେକ୍ଷା। ଯଦି ଏହା କିଙ୍ଗ କୋହଲି କିମ୍ବା ଜୋସ ବଟଲର ଶତକ ହାସଲ କରନ୍ତି, ତାହେଲେ ଏହା ଶତକ ରେକର୍ଡ ହେବ। ବିରାଟ କୋହଲି ୨୦୧୬ ଆଇପିଏଲ୍ ସଂସ୍କରଣରେ ଚାରୋଟି ଶତକ ହାସଲ କରିଥିଲେ। ଏହା ପରେ କିଙ୍ଗ କୋହଲି ୨୦୧୯ ଆଇପିଏଲ୍ ସଂସ୍କରଣରେ ଆଉ ଏକ ଶତକ ହାସଲ କରିଥିଲେ। ଏଥି ସହିତ ଜୋସେ ବଟଲର ଗତ ଥରର ଆଇପିଏଲ ସଂସ୍କରଣରେ ଚାରୋଟି ଶତକ ହାସଲ କରିଛନ୍ତି। ୨୦୨୧ ଆଇପିଏଲ୍ ସଂସ୍କରଣରେ ବଟଲର ଆଉ ଏକ ଶତକ ହାସଲ କରିଥିଲେ। ବିରାଟ କୋହଲି ଟେଷ୍ଟ ସମେତ ଦିନିକିଆ ଏବଂ ଟି-୨୦ ମୁକାବିଲାରେ ମୋଟ ୮୮ ଶତକ ହାସଲ କରିଛନ୍ତି। ବତ୍ତମାନ ତାଙ୍କ ପାଖରେ ଆଇପିଏଲ ଲିଗ ଶତକ ହାସଲ କରିବା ଲାଗି ଏକ ସୁଯୋଗ ଭାବେ ଉଭା ହୋଇଛି।