IPL 2024: ହାଇସ୍କୋରିଂ ମୁକାବିଲାରେ ପୁଣି ବାଜି ମାରିନେଲା ହାଇଦ୍ରାବାଦ
Advertisement

IPL 2024: ହାଇସ୍କୋରିଂ ମୁକାବିଲାରେ ପୁଣି ବାଜି ମାରିନେଲା ହାଇଦ୍ରାବାଦ

SRH vs RCB Match Result 2024: ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ହାଇଦ୍ରାବାଦ ଟିମ୍ ଆୟୋଜକ ଘରୋଇ ବେଙ୍ଗାଲୁରୁ ଦଳକୁ ଏହା ଘରୋଇ ମଇଦାନରେ ୨୫ ରନ୍ ରେ ପରାସ୍ତ କରିଛି।

IPL 2024: ହାଇସ୍କୋରିଂ ମୁକାବିଲାରେ ପୁଣି ବାଜି ମାରିନେଲା ହାଇଦ୍ରାବାଦ

SRH vs RCB Match Highlights 2024: ସୋମବାର (ଅପ୍ରେଲ ୧୫) ବେଙ୍ଗାଲୁରୁ ସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ ଠାରେ ହୋଇଥିବା ମୁକାବିଲାରେ ବାଜି ମାରିନେଇଛି ସନରାଇଜର୍ସ ହାଇଦ୍ରାବାଦ। ଆଜି ଖେଳାଯାଇଥିବା ୩୦ ତମ ମ୍ୟାଚ୍ ରେ ହାଇଦ୍ରାବାଦ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳକୁ ୨୫ ରନ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଧାର୍ଯ୍ୟ ୨୦ ଓଭର ରେ ୩ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିଥିଲା। ୨୮୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ ୭ ୱିକେଟ ହରାଇ ୨୬୨ ରନ୍ ସଂଗ୍ରହ କରିଥିଲା।

ଗତ ମାର୍ଚ୍ଚ ୨୭ ତାରିଖରେ ହାଇଦ୍ରାବାଦ ଟିମ୍, ମୁମ୍ବାଇ ବିପକ୍ଷରେ ୨୭୭ ରନ୍ ସ୍କୋର କରିଥିଲା। ଏହାର ୧୯ ଦିନ ପରେ ପୁଣି ଥରେ ଏକ ବଡ଼ ଦଳ ଗତ ସ୍କୋର କରିଛି ସନରାଇଜର୍ସ ହାଇଦ୍ରାବାଦ। ସୋମବାର ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି। ଏହା ସହିତ ହାଇଦ୍ରାବାଦ କ୍ରମାଗତ ତୃତୀୟ ମ୍ୟାଚ୍ ଚିନ୍ନାସ୍ୱାମୀ ଗ୍ରାଉଣ୍ଡ ଠାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବିଜୟ ହାସଲ କରିଛି।

ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ପଡ଼ିଆରେ ପହଞ୍ଚିବା ମାତ୍ରେ ଚୌକା ଛକା ସହାୟତାରେ ରନ୍ ବର୍ଷା କରିବାରେ ଲାଗିଥିଲେ। ଓପନର୍ ଅଭିଷେକ ଶର୍ମା ୩୪ ରନ୍ ସଂଗ୍ରହ କରିବା ପରେ ଆଉଟ ହୋଇଥିଲେ। ହେଲେ ଅନ୍ୟ ପଟେ ଟ୍ରାଭିସ୍ ହେଡ୍, ବେଙ୍ଗାଲୁରୁ  ବୋଲର ଙ୍କୁ  ଜବାବ ଦେବା ଜାରି ରଖିଥିଲେ। ଟ୍ରାଭିସ୍ ହେଡ୍ ୩୯ ବଲ ଖେଳି ଶତକ ହାସଲ କରିଥିଲେ। ସେ ଆଇପିଏଲ୍ ଇତିହାସରେ ଶତକ ହାସଲ କରିଥିବା ଚତୁର୍ଥ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ଅଷ୍ଟ୍ରେଲୀୟ କ୍ରିକେଟର ଜଣଙ୍କ ୯ ଚୌକା ଏବଂ ୮ ଛକା ସହାୟତାରେ ୧୦୨ ରନ୍ ସଂଗ୍ରହ କରିଥିଲେ।

ହାଇଦ୍ରବାଦ ପକ୍ଷରୁ କେବଳ ଟ୍ରାଭିସ୍ ହେଡ୍ ନୁହେଁ ହେନରିଚ୍ କ୍ଲାସେନ୍ ମଧ୍ୟ ନିଜର ବ୍ୟାଟି ଯାଦୁ ଦେଖାଇଥିଲେ। ହେନରିଚ୍ କ୍ଲାସେନ୍ ୩୧ ବଲ ଖେଳି ୭ ଛକା ଏବଂ ୨ ଚୌକା ସହାୟତାରେ ୬୭ ରନ୍ ସଂଗ୍ରହ କରିଥିଲେ। ଏହା ପରେ ଆଡେନ ମାର୍କରମ୍ ୩୨ ଏବଂ ଅବଦୁଲ ସମଦ ୧୦ ବଲ ଖେଳି ୩୭ ରନ ସ୍କୋର କରିଥିଲେ। ବେଙ୍ଗାଲୁରୁ ପାଇଁ ଲକି ଫର୍ଗୁସନ୍ ୨ ୱିକେଟ୍ ଏବଂ ରିସ୍ ଟୋପଲି ଗୋଟିଏ ୱିକେଟ୍ ନେଇଥିଲେ। ଏକ ପର୍ବତ ପରି ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଙ୍ଗାଲୁରୁ ମଧ୍ୟ ଏକ ଜବରଦସ୍ତ ପାଳି ଆରମ୍ଭ କରିଥିଲା।

ପାୱାର ପ୍ଲେ ସମୟରେ ବେଙ୍ଗାଲୁରୁ ଜବରଦସ୍ତ ବ୍ୟାଟିଂ କରିଥିଲେ। ବିରାଟ କୋହଲି ଏବଂ ଫାଫ ଡୁ ପ୍ଲେସିସ୍ ମିଳିତ ଭାବେ ୭୯ ରନ୍ ସଂଗ୍ରହ କରିଥିଲେ। ୨୦ ବଲ ଖେଳି ୪୨ ରନ୍ ସ୍କୋର କରିବା ପରେ କୋହଲି ଆଉଟ୍ ହୋଇଥିଲେ। ଏହା ସହିତ କ୍ୟାପଟେନ ଡୁ ପ୍ଲେସିସ୍ ୨୮ ବଲ ଖେଳି ୭ ଚୌକା ଏବଂ ୪ ଛକା ସହାୟତାରେ ୬୨ ରନ୍ ସଂଗ୍ରହ କରିଥିଲେ। ଏହା ପରେ ଦଳର କୌଣସି  ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ମଧ୍ୟ ଅତିକ୍ରମ କରିପାରିଲେ ନାହିଁ। ହେଲେ ବେଙ୍ଗାଲୁରୁ ୱିକେଟ କିପର ଦୀନେଶ କାର୍ତ୍ତିକ ତାଙ୍କ ବିସ୍ଫୋରକ ବ୍ୟାଟିଂ ସହ ଦଳ ପାଇଁ ସଂଘର୍ଷ କରିବା ଜାରି ରଖିଥିଲେ। ସେ ମାତ୍ର ୩୫ ବଲ୍ ଖେଳି ୭ ଚୌକା ଏବଂ ୫ ଛକା ସହାୟତାରେ ୮୩ ରନ୍ ସଂଗ୍ରହ କରିଥିଲେ। ତାଙ୍କର ବ୍ୟାଟିଂ ସତ୍ତ୍ୱେ ବେଙ୍ଗାଲୁରୁ ମ୍ୟାଚ୍ ଜିତିବାରେ ସଫଳ ହୋଇପାରିଲା ନାହିଁ।