IPL 2024: କିଏ ହେବ ଗୁଜୁରାଟ ଟାଇଟାନ୍ସର ପରବର୍ତ୍ତୀ ଅଧିନାୟକ? ଏପରି ଇଶାରା ଦେଲା ଦଳ
Advertisement
Article Detail0/zeeodisha/odisha1979440

IPL 2024: କିଏ ହେବ ଗୁଜୁରାଟ ଟାଇଟାନ୍ସର ପରବର୍ତ୍ତୀ ଅଧିନାୟକ? ଏପରି ଇଶାରା ଦେଲା ଦଳ

IPL 2024: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ୨୦୨୪ (IPL 2024)। ତେବେ ଆଇପିଏଲ୍ ଆରମ୍ଭ ନହେଉଣୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ (Hardik Pandya) ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଅଲରାଉଣ୍ତର ଖେଳାଳି ଗୁଜୁରାଟ ଟାଇଟାନ୍ସ ଛାଡି଼ ମୁମ୍ବାଇ ଇଣ୍ଡିଆନ୍ସରେ (Mumbai Indians) ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।  

ସୌ(ସୋସିଆଲ ମିଡିଆ)

IPL 2024: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ୨୦୨୪ (IPL 2024)। ତେବେ ଆଇପିଏଲ୍ ଆରମ୍ଭ ନହେଉଣୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ (Hardik Pandya) ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଅଲରାଉଣ୍ତର ଖେଳାଳି ଗୁଜୁରାଟ ଟାଇଟାନ୍ସ ଛାଡି଼ ମୁମ୍ବାଇ ଇଣ୍ଡିଆନ୍ସରେ (Mumbai Indians) ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।  ହାର୍ଦ୍ଦିକ ଗୁଜୁରାଟ ଟାଇଟାନ୍ସ (Gujarat Titans) ପାଇଁ ସଫଳ ଅଧିନାୟକ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କ ନେତୃତ୍ବରେ ଦଳ ଥରେ ବିଜୟୀ ହୋଇଥିବା ବେଳେ ଥରେ ଫାଇନାଲରେ ପ୍ରବେଶ କରିଛି । ତେବେ ହାର୍ଦ୍ଦିକ ଦଳରୁ ଓହରିବା ଗୁଜୁରାଟ ପାଇଁ ଏକ ବଡ଼ କ୍ଷତି ଅଟେ । ତେବେ ଏଭଳି ସ୍ଥିତିରେ ଗୁଜୁରାଟର ପରବର୍ତ୍ତୀ ଅଧିନାୟକଙ୍କୁ ନେଇ ଆଭାସ ଦେଇଛି ଦଳ।

ହାର୍ଦ୍ଦିକ ଦଳ ଛାଡ଼ିବା ପରେ ଶୁଭମନ ଗିଲଙ୍କୁ (Shubman Gill) ଅଧିନାୟକ ଦାୟିତ୍ବ ମିଳିବା ନେଇ ସମ୍ଭାବନା ରହିଛି । ଦଳ ପାଇଁ ଗିଲଙ୍କର ମଧ୍ଯ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗତ ଆଇପିଏଲ ସିଜିନରେ ଗିଲ ଭଲ ପ୍ରଦର୍ଶନ କରିଥିଲେ । ଚଳିତ ବିଶ୍ୱକପରେ ମଧ୍ୟ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ତେବେ ହାର୍ଦ୍ଦିକଙ୍କ ପରେ ଗିଲଙ୍କୁ ଅଧିନାୟକ ଦାୟିତ୍ବ ମିଳିପାରେ ବୋଲି ଅନୁମାନ କରାଯାଉଛି ।

ଏପରି ସଙ୍କେତ ଦେଲା ଗୁଜୁରାଟ ଟାଇଟାନ୍ସ

ନିକଟରେ ଗୁଜୁରାଟ ଟାଇଟାନ୍ସ ନିଜର ଏକ୍ସ ହ୍ୟାଣ୍ଡେଲରେ ଶୁଭମନ ଗିଲଙ୍କ ଏକ ଭିଡିଓ ସେୟାର କରିଥିଲା । ଏହାସହ କ୍ୟାପସନରେ ଲେଖାଯାଇଥିଲା,  'ଯଦି ଦଳ ଭଲ ପ୍ରଦର୍ଶନ କରୁଛି ଓ ଆପଣ ଭଲ ପ୍ରଦର୍ଶନ କରୁନାହାଁନ୍ତି, ତାହାଲେ ମଧ୍ଯ ଆପଣ ଏହାକୁ ଆଗକୁ ନେଇପାରିବେ ଓ ଆଗକୁ ବଢିପାରିବେ’ । ହାର୍ଦ୍ଦିକ ମୁମ୍ବାଇରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ଏଭଳି ପୋଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି ।

fallback

Also Read-Mohammed Shami: ପୁଣି ହିରୋ ସାଜିଲେ ସାମି, ଦେବଦୂତ ସାଜି ବଞ୍ଚାଇଲେ ଜୀବନ