KKR vs RCB: ଆଜି ନାଇଟ ରାଇଡ଼ର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ଲଢେଇ, ପ୍ରତିଶୋଧ ଲକ୍ଷ୍ୟରେ RCB
Advertisement
Article Detail0/zeeodisha/odisha2214489

KKR vs RCB: ଆଜି ନାଇଟ ରାଇଡ଼ର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ଲଢେଇ, ପ୍ରତିଶୋଧ ଲକ୍ଷ୍ୟରେ RCB

KKR vs RCB 2024: ରବିବାର ଆଇପିଏଲରେ ଖେଳାଯିବ ୨ଟି ହାଇଭେଲଟେଜ ମ୍ୟାଚ୍ । ଅପରାହ୍ନ ୩ଟା ୩୦ ମିନିଟ୍ ରେ ଇଡ଼େନ ଗାର୍ଡ଼ନରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡ଼ର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (kkR vs RCB)। ତେବେ ଏହି ମ୍ୟାଚ୍ ଆରସିବି ପାଇଁ ବେଶ ଗୁରୁ୍ତ୍ବପୂର୍ଣ୍ଣ ହେବାକୁ ଯାଉଛି ।

ରୟାଲ ଚ୍ୟାଲେଞ୍ଜର୍ସ (Royal Challengers Bengaluru) ୭ଟି ମ୍ୟାଚ୍ ରୁ ମାତ୍ର ଗୋଟିଏରେ ବିଜୟୀ ହୋଇଥିବା ବେଳେ ୬ଟି ମ୍ୟାଚ୍ ହାରି ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ରହିଛି । ଦୁର୍ବଳ ବୋଲିଂ ଦଳର ଚିନ୍ତା ବଢାଇଛି । ବୋଲିଂ ବିଭାଗରେ ମହମ୍ମଦ ସିରାଜ, ରିଶ ଟପଲି, ୟଶ ଦୟାଲ, ଲୁକି ଫର୍ଗୁସନ୍, ବିଜୟ କୁମାର ବୈଶାଖ ରହିଥିଲେ ମଧ୍ଯ ବର୍ତ୍ତମାନ ସୁଦ୍ଧା କୌଣସି ବୋଲର ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାଁନ୍ତି । ସେପଟେ ବ୍ୟାଟିଂରେ ବିରାଟ କୋହଲି, ଫ୍ଲାଫ ଡୁପ୍ଲେସି ଓ ଦିନେଶ କାର୍ତ୍ତିକ ଫର୍ମରେ ରହିଛନ୍ତି । ଶେଷ ମ୍ୟାଚ୍ ରେ ଦଳ ସଂର୍ଘଷପୂର୍ଣ୍ଣ ଲଢେଇ ପରେ ସନରାଇଜର୍ସ ହାଇଦରବାଦଠାରୁ ପରାସ୍ତ ହୋଇଥିଲା ।

କୋଲକତା ନାଇଟ ରାଇଡ଼ର୍ସ କଥା କହିବାକୁ ଗଲେ ଦଳ ୬ଟି ମ୍ୟାଚ୍ ରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଛି ।  ୮ ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଶେଷ ମ୍ୟାଚ୍ ରେ ବଡ଼ ସ୍କୋର କରି ମଧ୍ଯ ରାଜସ୍ଥାନ ରୟାଲସ ନିକଟରୁ ହାରିଯାଇଥିଲା ନାଇଟ ରାଇଡ଼ର୍ସ (kolkata knight riders) । ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ରହିଥିଲା ବେଳେ ସୁନୀଲ ନାରାୟଣ ଭଲ ଫର୍ମରେ ରହିଛନ୍ତି । ସୁନୀଲ ଶେଷ ମ୍ୟାଚ୍ ରେ ଶତକ ହାସଲ କରିବା ସହ ଦଳକୁ ବଡ଼ ସ୍କୋର କରିବାରେ ସାହାଯ୍ୟ କରିଥିଲେ । ତେବେ ସୁନୀଲଙ୍କ ବ୍ୟତୀତ ଫିଲ୍ ସଲ୍ଟ, ଆନ୍ଦ୍ରେ ରସେଲ, ଶ୍ରେୟାଶ ଆୟର, ଅଙ୍ଗକ୍ରିସ ରଘୁବଂଶୀ ଓ ରିଙ୍କୁ ସିଂହ ମଧ୍ଯ ଭଲ ଫର୍ମରେ ରହିଛନ୍ତି । ବୋଲିଂରେ ମିଚେଲ ଷ୍ଟାର୍କ ଫର୍ମକୁ ଫେରିବା ଦଳକୁ ଆଶ୍ବସ୍ତ କରିଛି । ସେପଟେ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀ ମଧ୍ଯ ଭଲ ଫର୍ମରେ ରହିଛନ୍ତି । ଉଭୟ ଦଳ ମଧ୍ଯରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚ୍ ରେ ଦଳ ବେଙ୍ଗାଲୁରୁକୁ ୭ ୱିକେଟ୍ ରେ ପରାସ୍ତ କରିଥିଲା । ତେବେ ଆରସିବି ଉକ୍ତ ପ୍ରତିଶୋଧ ନେଇ ଲକ୍ଷ୍ୟ ରଖିଛି । ଆଜି କୋହଲି ଓ ଷ୍ଟାର୍କଙ୍କ ମଧ୍ୟରେ ଲଢେଇ ନେଇ ଦର୍ଶକ ଆଶା ରଖିଛନ୍ତି ।