IPL 2024 Retention: ଓଡ଼ିଶା ଅଲରାଉଣ୍ଡର ସୁଭ୍ରାଂଶୁ ସେନାପତିଙ୍କ ସମେତ ଏହି ୮ ଖେଳାଳିଙ୍କୁ ରିଲିଜ୍ କଲା ଚେନ୍ନାଇ ସୁପର କିଙ୍ଗ୍ସ
Advertisement

IPL 2024 Retention: ଓଡ଼ିଶା ଅଲରାଉଣ୍ଡର ସୁଭ୍ରାଂଶୁ ସେନାପତିଙ୍କ ସମେତ ଏହି ୮ ଖେଳାଳିଙ୍କୁ ରିଲିଜ୍ କଲା ଚେନ୍ନାଇ ସୁପର କିଙ୍ଗ୍ସ

IPL 2024 Chennai Super Kings: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍-୨୦୨୪ ପାଇଁ ୮ ଖେଳାଳିଙ୍କୁ ରିଲିଜ୍ କରିଛି । ଏଥିରେ ଓଡ଼ିଶାର ଅଲରାଉଣ୍ଡର ସୁଭ୍ରାଂଶୁ ସେନାପତି ମଧ୍ୟ ସାମିଲ ଅଛନ୍ତି । ସୁଭ୍ରାଂଶୁ ସେନାପତି CSK ପାଇଁ ଦୁଇଟି ସିଜିନ୍ ଖେଳିଛନ୍ତି । 

 

IPL 2024 Chennai Super Kings

IPL 2024 Chennai Super Kings: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ନିଲାମ ପୂର୍ବରୁ ସମସ୍ତ ଦଳ ଆଜି ସେମାନଙ୍କର ଅନ୍ତିମ ସ୍କ୍ୱାଡ୍ ଘୋଷଣା କରିଛନ୍ତି । ଏହି ବିଷୟରେ ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସ ନିଲାମ ପୂର୍ବରୁ ସେମାନଙ୍କର ଫାଇନାଲ୍ ଟିମ୍ ଘୋଷଣା କରିଛି । ପୁଣିଥରେ ମହେନ୍ଦ୍ର ସିଂ ଧୋନି ସିଏସକେ ଅଧିନାୟକ ନଜର ଆସିବେ । ନିଲାମ ପୂର୍ବରୁ ଚେନ୍ନାଇ ଏହାର ଆଠ ଜଣ ଖେଳାଳିଙ୍କୁ ରିଲିଜ୍ କରିଛି । ଏଥିରେ ଓଡ଼ିଶାର ଅଲରାଉଣ୍ଡର ସୁଭ୍ରାଂଶୁ ସେନାପତି ମଧ୍ୟ ସାମିଲ ଅଛନ୍ତି । 

ସୁଭ୍ରାଂଶୁ ସେନାପତି CSK ପାଇଁ ଦୁଇଟି ସିଜିନ୍ ଖେଳିଛନ୍ତି । ଆଇପିଏଲ୍ ୨୦୨୨ ନିଲାମରେ CSK ଦ୍ୱାରା ସୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣାଯାଇଥିଲା । ତାଙ୍କୁ ୨୦୨୩ ସିଜନ ପାଇଁ ଏମଏସ ଧୋନିଙ୍କ ଦଳରେ ରଖାଯାଇଥିଲା ।

CSK ଏହି ଖେଳାଳୀମାନଙ୍କୁ କଲା ରିଲିଜ୍
ଆପଣଙ୍କୁ କହି ରଖୁଛୁ ଯେ, ଆଇପିଏଲ୍ ୨୦୨୪ ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ବେନ୍ ଷ୍ଟୋକ୍ସ, ପ୍ରିଟୋରିୟସ୍, ଭଗତ ଭର୍ମା, ସୁଭ୍ରାଂଶୁ ସେନାପତି, ଅମ୍ବାତି ରାୟୁଡୁ, ଜାମିସନ୍, ଆକାଶ ସିଂ ଓ ସିସନ୍ଦା ମଗଲାକୁ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳର କାର୍ଯ୍ୟଭାର କାରଣରୁ ସେ ଆଇପିଏଲ୍ ୨୦୨୪ ରେ ଖେଳି ପାରିବେ ନାହିଁ ବୋଲି ବେନ୍ ଷ୍ଟୋକ୍ସ ପୂର୍ବରୁ ଘୋଷଣା କରିସାରିଛନ୍ତି ।

ଆଠ ଖେଳାଳିଙ୍କୁ ରିଲିଜ୍ କରିବା ପରେ ଆଇପିଏଲ୍ ୨୦୨୪ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ଫାଇନାଲ୍ ଦଳ ବର୍ତ୍ତମାନ ପ୍ରକାଶ ପାଇଛି । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ପର୍ସରେ ୩୨.୧ କୋଟି ଟଙ୍କା ବାକି ଅଛି ।

ସିଏସକେ ଫାଇନାଲ ସ୍କ୍ୱାର୍ଡ: ଡୱେନ କନୱେ, ରୁତୁରାଜ ଗାଇକୱାଡ, ଅଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ ଅଲି, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ଦୀପକ ଚହର, ମହିଷ ତିକ୍ଷଣା, ମାଥୀସା ପାଥିରାଣା, ମୁକେଶ ବରୁଣ।