IPL 2023: ଟିମ୍ ଇଣ୍ଡିଆ ପରେ ଆଇପିଏଲରେ ମଧ୍ୟ ରନ ବର୍ଷା କରୁଛି କୋହଲିଙ୍କ ବ୍ୟାଟ୍, ଜାଣନ୍ତୁ RCBର ବିଜୟରେ ପରେ ନିଜର ଘାତକ ଫର୍ମ ପାଇଁ ବିରାଟ କାହାକୁ ଦେଲେ ଶ୍ରେୟ
Advertisement

IPL 2023: ଟିମ୍ ଇଣ୍ଡିଆ ପରେ ଆଇପିଏଲରେ ମଧ୍ୟ ରନ ବର୍ଷା କରୁଛି କୋହଲିଙ୍କ ବ୍ୟାଟ୍, ଜାଣନ୍ତୁ RCBର ବିଜୟରେ ପରେ ନିଜର ଘାତକ ଫର୍ମ ପାଇଁ ବିରାଟ କାହାକୁ ଦେଲେ ଶ୍ରେୟ

RCB vs MI IPL 2023: ବିରାଟ ଓ ଫାଫଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ମ୍ୟାଚକୁ ୨୨ଟି ବଲ ଶେଷ ଥାଇ ୮ ୱିକେଟରେ ଜିତିଛି । ବିଜୟ ସହ ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜର ଅଭିଯାନ ଆରମ୍ଭ କରିଛି ।​ ଆରସିବି ଆଗରେ ୧୭୨ ରନର ଏକ କଠିନ ଲକ୍ଷ୍ୟ ଥିଲା । କିନ୍ତୁ ଆରସିବି ପାଇଁ ବିରାଟ କୋହଲି ଓ ଫାଫ୍ ଡୁ ପ୍ଲେସିସ୍ ପ୍ରଥମ ୱିକେଟ ପାଇଁ ୧୪୮ ରନର ପାର୍ଟନରଶିପ୍ କରିଥିଲେ । 

IPL 2023: ଟିମ୍ ଇଣ୍ଡିଆ ପରେ ଆଇପିଏଲରେ ମଧ୍ୟ ରନ ବର୍ଷା କରୁଛି କୋହଲିଙ୍କ ବ୍ୟାଟ୍, ଜାଣନ୍ତୁ RCBର ବିଜୟରେ ପରେ ନିଜର ଘାତକ ଫର୍ମ ପାଇଁ ବିରାଟ କାହାକୁ ଦେଲେ ଶ୍ରେୟ

RCB vs MI IPL 2023: ଆଇପିଏଲ ୨୦୨୩ (IPL 2023) ର ପଞ୍ଚମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ମୁମ୍ୱାଇ ଇଣ୍ଡିଆନ୍ସ (Mumbai Indians) କୁ ୮ ୱିକେଟରେ ପରାସ୍ତ କରିଛି । ରବିବାର ଖେଳାଯାଇଥିବା ଏହି ମ୍ୟାଚ (RCB vs MI) ରେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ (Royal Challengers Bangalore Captain) ଫାଫ୍ ଡୁପ୍ଲେସି (Faf du Plessis) ଦମଦାର୍ ବ୍ୟାଟିଂ କରିଛନ୍ତି । ଉଭୟଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ଏହି ମ୍ୟାଚକୁ ୨୨ଟି ବଲ ଶେଷ ଥାଇ ୮ ୱିକେଟରେ ଜିତିଛି । 

ବିଜୟ ସହ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୩ (IPL 2023) ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ନିଜର ଅଭିଯାନ ଆରମ୍ଭ କରିଛି ।​ ଆରସିବି ଆଗରେ ୧୭୨ ରନର ଏକ କଠିନ ଲକ୍ଷ୍ୟ ଥିଲା । କିନ୍ତୁ ଆରସିବି ପାଇଁ ବିରାଟ କୋହଲି ଓ ଫାଫ୍ ଡୁ ପ୍ଲେସିସ୍ (Faf du Plessis) ପ୍ରଥମ ୱିକେଟ ପାଇଁ ୧୪୮ ରନର ପାର୍ଟନରଶିପ୍ କରିଥିଲେ । ଏଠାରେ କହି ରଖୁଛୁ ଯେ, ଏହି ମ୍ୟାଚରେ ବିରାଟ କୋହଲି (Virat Kohli) ଅପରାଜିତ ୪୯ ବଲରେ ୮୪ ରନର ଇନିଂସ ଖେଳିଛନ୍ତି । ତାଙ୍କର ଏହି ଇନିଂସରେ ୬ଟି ଚୌକା ଓ ୫ଟି ଛକା ସାମିଲ ରହିଛି । ସେହିପରି ଫାପ୍ ଡୁପ୍ଲେସି ୪୩ ବଲରେ ୭୩ ରନ କରିଥିଲେ । ତାଙ୍କର ଏହି ଇନିଂସରେ ୫ଟି ଚୌକା ଓ ୬ଟି ଛକା ସାମିଲ ଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ୧୬.୨ ଓଭରରେ ୨ ୱିକେଟ୍ ହରାଇ ୧୭୨ ରନ୍ ସ୍କୋର କରି ସହଜରେ ମ୍ୟାଚ୍ ଜିତିଥିଲା ।​

fallback

ହୋଇଥାଇପାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟାଇଟଲ୍ (IPL Title) ଜିତି ପାରି ନାହିଁ । କିନ୍ତୁ ଏହାର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ବିଶ୍ୱାସ କରନ୍ତି ଯେ ଦଳ ନିଜ ପ୍ରଦର୍ଶନରେ ସର୍ବଦା ନିରନ୍ତରତା ବଜାୟ ରଖିଛି ଓ  ଏଥର ଟ୍ରଫି ଜିତିବା ପାଇଁ ଏହାକୁ କାର୍ଯ୍ୟକାରୀ କରିବ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆରସିବିର ଆଠ ୱିକେଟରେ ଜିତିବାରେ ଅପରାଜିତ ୮୨ ରନ୍ କରିଥିବା ବିରାଟ କୋହଲି କହିଛନ୍ତି ଯେ, "ଏହା ଏକ ଅଦ୍ୱିତୀୟ ବିଜୟ । ବହୁ ବର୍ଷ ପରେ ଆମେ ଆମ ଘର ଗ୍ରାଉଣ୍ଡରେ ଖେଳିଥିଲୁ । ଆଜି ଆମେ ଯେଉଁ ପ୍ରଦର୍ଶନ କରିଥିଲୁ ସେଥିରେ ମୁଁ ବହୁତ ଖୁସି ।"

ବିରାଟ କୋହଲି (Virat Kohli) କହିଛନ୍ତି ଯେ, "ମୁମ୍ବାଇ (MI) ପାଞ୍ଚ ଥର ଓ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଚାରିଥର ଟାଇଟଲ ଜିତିଛି । ଏହି ଦୁଇଟି ଦଳ ବ୍ୟତୀତ ଆମେ ଏହାକୁ ସର୍ବାଧିକ ଥର ପ୍ଲେ ଅଫ୍ ସ୍ଥାନ କରିସାରିଛୁ, ଯାହା ଦର୍ଶାଏ ଯେ ଆମର ପ୍ରଦର୍ଶନରେ ନିରନ୍ତରତା ଅଛି । ଆମକୁ ଆମର ଧ୍ୟାନ ବଜାୟ ରଖିବାକୁ ହେବ ଓ ଏକ ସନ୍ତୁଳିତ ଦଳ ସହିତ ମଇଦାନକୁ ଓହ୍ଲାଇବାକୁ ପଡ଼ିବ । ଆମକୁ ଏହି ଫର୍ମକୁ ଆଗକୁ ବଢ଼ାଇବାକୁ ପଡ଼ିବ । ଆମ ରଣନୀତିକୁ ଭଲ ଭାବରେ କାର୍ଯ୍ୟକାରୀ କରିବାକୁ ପଡ଼ିବ ।"

ସେପଟେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା (Rohit Sharma) କହିଛନ୍ତି ଯେ, "ପ୍ରଥମ ୬ ଓଭରରେ ବ୍ୟାଟ୍ସରୁ ଆରମ୍ଭ ଭଲ ନଥିଲା । କିନ୍ତୁ ତିଲକ (Tilak Varma) ଓ ଅନ୍ୟ କେତେକ ବ୍ୟାଟ୍ସମ୍ୟାନଙ୍କ ବାସ୍ତବରେ ଏହା ଏକ ଭଲ ପ୍ରୟାସ ଥିଲା । ଆମେ ବଲ୍ ସହିତ ଭଲ କରିନାହୁଁ । ମୁଁ ଭାବୁଛି ବ୍ୟାଟିଂ କରିବା ପାଇଁ ଏହା ଏକ ଭଲ ପିଚ୍ ଥିଲା । ତିଲକ ଜଣେ ସକରାତ୍ମକ ବ୍ୟକ୍ତି, ବହୁତ ପ୍ରତିଭାଶାଳୀ ମଧ୍ୟ । ସେ ଯେଉଁ କିଛି ସଟ୍ ଖେଳିଛନ୍ତି, ସେ ବହୁତ ସାହସ ଦେଖାଇଛନ୍ତି ।"

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆରୁ ଡ୍ରୋପ୍ ହୋଇ ମଧ୍ୟ ସୁଧୁରିନି ଏହି ଖେଳାଳି, ବର୍ତ୍ତମାନ ଆଇପିଏଲ୍ କ୍ୟାରିୟର ମଧ୍ୟ ହୋଇପାରେ ଶେଷ!

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପରେ ଆଇପିଏଲରେ ମଧ୍ୟ ନିଜ ଦଳ ପାଇଁ ସବୁଠୁ ବଡ଼ ଭିଲେନ୍ ବୋଲି ପ୍ରମାଣିତ ହେଲେ ଏହି ଖେଳାଳି, ଶେଷ ହେଲା କ୍ୟାରିଅର୍!

ଅଧିକ ପଢ଼ନ୍ତୁ-୩ ଦିନ ପରେ ସୃଷ୍ଟି ହେବ ମହାଲକ୍ଷ୍ମୀ ରାଜ ଯୋଗ, ଏସବୁ ରାଶିଙ୍କ ଉପରେ ବର୍ଷିବ ଟଙ୍କା