IPL 2023: ଗୁଜୁରାଟକୁ ପ୍ରଥମ ଥର ପାଇଁ ହରାଇଲା ଚେନ୍ନାଇ, ସିଧାସଳଖ କାଟିଲା ଫାଇନାଲ ଟିକେଟ
Advertisement
Article Detail0/zeeodisha/odisha1708521

IPL 2023: ଗୁଜୁରାଟକୁ ପ୍ରଥମ ଥର ପାଇଁ ହରାଇଲା ଚେନ୍ନାଇ, ସିଧାସଳଖ କାଟିଲା ଫାଇନାଲ ଟିକେଟ

IPL 2023 Qualifier 1:  ୨୦୨୩  ଆଇପିଏଲ ସଂସ୍କରଣର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଚେନ୍ନାଇ ପାଖରୁ ପରାସ୍ତ ହୋଇଛି ଗୁଜୁରାଟ। 

IPL 2023: ଗୁଜୁରାଟକୁ ପ୍ରଥମ ଥର ପାଇଁ ହରାଇଲା ଚେନ୍ନାଇ, ସିଧାସଳଖ କାଟିଲା ଫାଇନାଲ ଟିକେଟ

CSK vs GT Match Hightlights: ପ୍ରଥମ ଥର ପାଇଁ ଆଇପିଏଲ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ପାଖରୁ ପରାସ୍ତ ହୋଇଛି ଗୁଜୁରାଟ ଟାଇଟନ୍ସ। ଚଳିତ ଆଇପିଏଲ ସଂସ୍କରଣର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ସିଏସକେ ପାଖରୁ ୧୫ ରନ ବ୍ୟବଧାନରେ ପରାସ୍ତ ହୋଇଛି ଜିଟି। ଗୁଜୁରାଟ ଦଳକୁ ପରାସ୍ତ କରିବା ଚେନ୍ନାଇ ଟିମ ସିଧାସଳଖ  ଫାଇନାଲ ଖେଳିବାକୁ ପ୍ରସ୍ତୁତ ହେଉଛି। 

ଚଳିତ ଆଇପିଏଲ ସଂସ୍କରଣର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଗୁଜୁରାଟକୁ ୧୫ ରନ୍ ରେ ପରାସ୍ତ କରି ଫାଇନାଲ ବର୍ଗରେ ପ୍ରବେଶ କରିଛି। ମଙ୍ଗଳବାର ଚେନ୍ନାଇ ଚେପକ୍ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଗୁଜୁରାଟ ଧାର୍ଯ୍ୟ ୨୦ ଓଭରରେ ୧୫୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା।

ଚମତ୍କାର ପ୍ରଦର୍ଶନ କରିଥିଲେ ଚେନ୍ନାଇ ବୋଲର
ସିଏସକେ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକୱାର୍ଡଙ୍କ ଅର୍ଦ୍ଧଶତକୀୟ ଇନିଂସ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବୋଲର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ହେଲେ ୧୭୩ ରନର ଲକ୍ଷ୍ୟକୁ ପିଛା କରୁଥିବା ଚେନ୍ନାଇ ବୋଲର ଗୁଜୁରାଟ ଦଳକୁ ୧୫୭ ରନ୍ ସ୍କୋର କରିବା ପରେ ଅଟକାଇ ଦେଇଥିଲେ। ଚେନ୍ନାଇ ଟିମ ପକ୍ଷରୁ ଦଳର ୪ ଜଣ ବୋଲର ଦୁଇଟି ଲେଖାଁଏ ୱିକେଟ୍ ନେଇଥିଲେ। ଏହି ବୋଲର ହେଉଛନ୍ତି ଦୀପକ ଚହର, ମଥିଶା ପଥିରାନା, ରବୀନ୍ଦ୍ର ଜାଡେଜା ଏବଂ ମହେଶ ତୀକ୍ଷଣା। ସେମାନଙ୍କ ବ୍ୟତୀତ ତୁଷାର ଦେଶପାଣ୍ଡେଙ୍କୁ ମଧ୍ୟ ଗୋଟିଏ ସଫଳତା ମିଳିଥିଲା। 

ପୁଣି ଚମତ୍କାରିତା ଦେଖାଇଲେ ଋତୁରାଜ ଗାଏକୱାର୍ଡ- ଡିଭନ କନୱେ 
ଚେନ୍ନାଇ ସୁପର କିଙ୍ଗ୍ସ ଲାଗି ପ୍ରଥମ ୱିକେଟ୍ ପାଇଁ ଋତୁରାଜ ଗାଏକୱାଡ ଏବଂ ଡିଭନ୍ କନୱେ ଏକ ଭଲ ଭାଗିଦାରୀ କରିଥିଲେ। ଉଭୟେ ୮୭ ରନର ଭାଗିଦାରୀ କରିଥିଲା। ଋତୁରାଜ ଗାଏକୱାର୍ଡ ୪୪ ବଲ ଖେଳି ୬୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲେ। ଏହି ସମୟରେ ତାଙ୍କ ବ୍ୟାଟରୁ ୭ ଚୌକା ଏବଂ ୧ ଛକା ବାହାରିଥିଲେ। ଋତୁରାଜ ଆଉଟ ହେବା ପରେ ଚେନ୍ନାଇ ଦଳର ୱିକେଟ୍ ପତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଡିଭୋନ କନୱେ ୪୦ ରନ୍ ସ୍କୋର କରିଥିଲେ। ରବୀନ୍ଦ୍ର ଜାଡେଜା ୨୨  ରନ୍ କରିଥିବାବେଳେ ଆଜିଙ୍କ୍ୟ ରାହାଣେ ଏବଂ ଅମ୍ବାତି ରାୟୁଡୁ ୧୭-୧୭  ରନ୍ ସ୍କୋର କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ଶିବମ ଦୁବେ ମାତ୍ର ୧-୧ ରନ୍ ସ୍କୋର କରିଥିବାବେଳେ ମୋଇନ୍ ଅଲି ୯ ରନ୍ ସ୍କୋର କରି ଅପରାଜିତ ରହିଥିଲେ।

ଗୁଜୁରାଟ ଲାଗି ବୁଦ୍ଧିମାନ ବୋଲିଂ କରିଥିଲେ ମହମ୍ମଦ ଶାମି-ମୋହିତ ଶର୍ମା
ଗୁଜୁରାଟ ଟାଇଟାନ୍ସ ପାଇଁ ପେସର୍ ମହମ୍ମଦ ଶାମି ଏବଂ ମୋହିତ ଶର୍ମା ଭଲ ବୋଲିଂ କରିଥିଲେ। ଉଭୟଙ୍କ ଖାତାରେ ଦୁଇଟି ଲେଖାଁଏ ୱିକେଟ୍ ପଡ଼ିଥିଲା। ସେମାନଙ୍କ ବ୍ୟତୀତ ବାକି ବୋଲର ସେମାନଙ୍କ ଖାତାରେ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ। ସେମାନେ ହେଉଛନ୍ତି ନୁର ଅହମ୍ମଦ, ରସିଦ ଖାନ ଏବଂ ଦର୍ଶନ ନାଲକଣ୍ଡେ। ହେଲେ ଗୁଜୁରାଟ ଦଳର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୁଣି ଥରେ ବୋଲିଂ କରିବାର ଦେଖିବାକୁ ମିଳି ନଥିଲା।