IPL 2023 Mini Auction: କୋଟି କୋଟି ଟଙ୍କାରେ ବିକ୍ରି ହେଲେ ଏହି ଖେଳାଳି, ସାଙ୍ଗ କହିଲେ ଋଣ ଟଙ୍କା ଏବେ ସୁଝିଦେ
Advertisement
Article Detail0/zeeodisha/odisha1500699

IPL 2023 Mini Auction: କୋଟି କୋଟି ଟଙ୍କାରେ ବିକ୍ରି ହେଲେ ଏହି ଖେଳାଳି, ସାଙ୍ଗ କହିଲେ ଋଣ ଟଙ୍କା ଏବେ ସୁଝିଦେ

IPL Mini Auction News: ସରିଲା ଆଇପିଏଲର ମିନି ନିଲାମୀ। କିଛି ଖେଳାଳିଙ୍କ ଉପରେ ଟଙ୍କାର ବର୍ଷା ହୋଇଛି। ଫ୍ରାଞ୍ଚାଇଜ୍ ଦଳ ଗୁଡ଼ିକ କିଛି ଖେଳାଳିଙ୍କ ଉପରେ ବହୁତ ଟଙ୍କା ଦେଇଥିବାବେଳେ କିଛି ଭେଟେରାନଙ୍କ ପାଇଁ ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରି ନାହାଁନ୍ତି। 

IPL 2023 Mini Auction: କୋଟି କୋଟି ଟଙ୍କାରେ ବିକ୍ରି ହେଲେ ଏହି ଖେଳାଳି, ସାଙ୍ଗ କହିଲେ ଋଣ ଟଙ୍କା ଏବେ ସୁଝିଦେ

IPL 2023 Mini Auction: ଆଇପିଏଲ ମିନି ଅକସନରେ କିଛି ଖେଳାଳିଙ୍କ ଉପରେ ଜୋରଦାର ଟଙ୍କା ବର୍ଷା ହେଇଛି। ବିସ୍ଫୋରକ ବ୍ୟାଟସ ମ୍ୟାନ୍ ନିକୋଲସ ପୁରନଙ୍କୁ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ୧୬ କୋଟି ଟଙ୍କା ଦେଇ କିଣିଛି। ଏହାବାଦ୍ ତାଙ୍କ ପ୍ରିୟଜନ ଓ ପୁରୁଣା ବନ୍ଧୁ କ୍ରିସ ଗେଲ ତାଙ୍କ ସହ ମଜାଥଟ୍ଟା କରିଛନ୍ତି । ଆଇପିଏଲର ଏକ ସୋରେ ଜଣେ ବିଶେଷଜ୍ଞ ଭାବରେ ଯୋଗ ଦେଇଥିବା ୟୁନିଭର୍ସ ବସ ନିଜ ଲୋକଙ୍କ ଠାରୁ ନେଇଥିବା ଋଣକୁ ପରିଶୋଧ କରିବାକୁ ନେଇ ଚର୍ଚ୍ଚା ହୋଇଥିଲା । ଏହି ଭିଡିଓକୁ ଜିଓ ସିନେମା ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛି । 

ତାଙ୍କ ସହକର୍ମୀ କ୍ରିସ୍ ଗେଲ୍ (Chris Gayle) ଆଇପିଏଲ୍ ନିଲାମରେ (IPL auction) ନିକୋଲାସ୍ ପୁରନଙ୍କୁ ନେଇ ଅନେକ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି । ଆଇପିଏଲରେ ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରେ ଗେଲ୍ ନିଜେ ପରିଗଣିତ । ତାଙ୍କର ଅନେକ ଫ୍ୟାନ୍ସ ଫଲୋଅର୍ସ ଅଛନ୍ତି। ସେ ଏକ ଲାଇଭ୍ ସୋ’ରେ କହିଛନ୍ତିଯେ ,'ନିକ୍କି ଏବେ ମୋ ଠାରୁ ନେଇଥିବା ଋଣ ଟଙ୍କା ମୋତେ ଫେରେଇଦବ ପ୍ଲିଜ୍ । ଏହି ପ୍ରତିକ୍ରିୟାକୁ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Also Read: IPL Mini Auction 2023: ପଢି ନିଅନ୍ତୁ ବିକ୍ରି ହୋଇନଥିବା ଖେଳାଳିଙ୍କ ତାଲିକା

ଗେଲ କ୍ରିକେଟ୍ ବିଶେଷଜ୍ଞ ଭାବରେ ଏହି ସୋ ସହିତ ଜଡିତ ଥିଲେ ଏବଂ ଫ୍ରାଞ୍ଚାଇଜ୍ ସହ ସେମାନଙ୍କ ଦଳ ଉପରେ ମନ୍ତବ୍ୟ ଦେଉଥିଲେ। ଯେତେବେଳେ ତାଙ୍କୁ ବିସ୍ଫୋରକ ବ୍ୟାଟସ ମ୍ୟାନ୍ ନିକୋଲାସ୍ ପୁରନ୍ (Nicholas Pooran) ଙ୍କ ବିଷୟରେ ପଚରାଗଲା, ସେ ଏହାକୁ ଏକ ମଜାଳିଆ ଢଙ୍ଗରେ ଗ୍ରହଣ କହିଥିଲେ। ଏହା ପରେ ଗେଲ କହିଛନ୍ତି ଯେ ପୁରନ୍ ଯେକୌଣସି ନମ୍ବରରେ ମଧ୍ୟ ଖେଳିପାରିବେ ଏବଂ ସେ ଯୋଗ ଦେଉଥିବା ଦଳ ପାଇଁ X ଫ୍ୟାକ୍ଟର ବୋଲି ପ୍ରମାଣିତ କରିବେ । 

Also Read: IND vs BAN 2nd Test: ବିରାଟ କୋହଲିଙ୍କ ସହିତ ବିମାନରେ ଏକାଠି ଆସିଲେ, ମୈଦାନରେ ଓ୍ୱିକେଟ ନେଇଗଲେ

ୱେଷ୍ଟଇଣ୍ଡିଜ୍ ର ବିସ୍ଫୋରକ ଖେଳାଳିମାନଙ୍କ ମଧ୍ୟରୁ ନିକୋଲାସ୍ ପୁରନ୍ ଙ୍କ ପାଖରେ ବଡ଼ ଏବଂ ଲମ୍ବା ଛକା ମାରିବାର କ୍ଷମତା ଅଛି । ଗତବର୍ଷ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ (IPL Sunrisers Hyderabad) ପାଇଁ ଖେଳିଥିଲେ ବ୍ୟାଟସମ୍ୟାନ ନିକୋଲାସ । ତାଙ୍କୁ ହାଇଦ୍ରାବାଦ ୧୦.୭୫ କୋଟିରେ କିଣିଛି। ଏହି ବର୍ଷ ଫ୍ରାଞ୍ଚାଇଜ୍ ତାଙ୍କୁ ମୁକ୍ତ କରିଥିଲା ​​ଏବଂ ଅନେକ ଦଳ ତାଙ୍କ ଉପରେ ଟେଣ୍ଡର କରିଥିଲେ। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସ ବିଡ୍, ତା’ପରେ ରାଜସ୍ଥାନ ଏବଂ ଦିଲ୍ଲୀ ମଧ୍ୟରେ କୌତୁହଳପୂର୍ଣ୍ଣ ଟେଣ୍ଡର ହୋଇଥିଲା କିନ୍ତୁ ଶେଷରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ (Lucknow Super Giants) ବାଜି ମାରିନେଇଥିଲା ।