IPL 2023: ପଞ୍ଜାବ ଦଳକୁ ଲାଗିଲା ବଡ଼ ଝଟକା, ଆଇପିଏଲରୁ ବାହାର ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍!
Advertisement

IPL 2023: ପଞ୍ଜାବ ଦଳକୁ ଲାଗିଲା ବଡ଼ ଝଟକା, ଆଇପିଏଲରୁ ବାହାର ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍!

IPL 2023: ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ଶିଖର ଧାୱନ ଚଳିତ ବର୍ଷ ପଞ୍ଜାବ କିଙ୍ଗସର ଅଧିନାୟକତ୍ୱ କରିବେ । ପଞ୍ଜାବ କିଙ୍ଗସ୍ ଦ୍ୱାରା ମୟଙ୍କ ଅଗ୍ରୱାଲଙ୍କୁ ନିଲାମ ପୂର୍ବରୁ ରିଲିଜ କରାଯାଇଥିଲା । ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି । ଆହତ କାରଣରୁ ଜନି ବେୟାରଷ୍ଟୋଙ୍କୁ ୨୦୨୩ ଆଇପିଏଲରୁ ବାଦ୍ ଦିଆଯିବା ସହିତ PBKS ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି ।  ବର୍ତ୍ତମାନ ଦଳ ତାଙ୍କ ସ୍ଥାନ ଖୋଜିବାରେ ବ୍ୟସ୍ତ ଅଛନ୍ତି ।

IPL 2023: ପଞ୍ଜାବ ଦଳକୁ ଲାଗିଲା ବଡ଼ ଝଟକା, ଆଇପିଏଲରୁ ବାହାର ହେଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍!

IPL 2023: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲର ୨୦୨୩ (IPL 2023) ସିଜନ୍ ପୂର୍ବରୁ ପଞ୍ଜାବ କିଙ୍ଗସ୍ ବା ପିବିକେଏସ୍ (Punjab Kings) କ୍ରିକେଟ୍ ଦଳକୁ ଏକ ବଡ଼ ଝଟକା ଲାଗିଛି । ଦଳର ଷ୍ଟାର ଖେଳାଳି ଜନି ବେୟାରଷ୍ଟୋ (Jonny Bairstow) ଆହତ କାରଣରୁ ପୂରା ଟୁର୍ଣ୍ଣାମେଣ୍ଟ (IPL 2023) ଖେଳି ପାରିବେ ନାହିଁ । ଜନି ବେୟାରଷ୍ଟୋ ତାଙ୍କର ବିସ୍ଫୋରକ ଅଲ-ଫର୍ମାଟ୍ ବ୍ୟାଟିଂ ପାଇଁ ଜଣାଶୁଣା । ତାଙ୍କୁ ୨୦୨୨ ଆଇପିଏଲ୍ ନିଲାମରେ ପଞ୍ଜାବ କିଙ୍ଗସ୍ (PBKS) ୬.୨୫ କୋଟିରେ କିଣିଥିଲା । ସେପ୍ଟେମ୍ବର ୨୦୨୨ରେ ଗୋଡ଼ରେ ଆଘାତ ଲାଗିଥିବାରୁ  ଜନି ବେୟାରଷ୍ଟୋ (Jonny Bairstow) ଏହି ସିଜିନର ଆଇପିଏଲ୍ ଖେଳିପାରିବେ ନାହିଁ । ଏହାସହ ଏଶୋଜ ଖେଳିବା ଉପରେ ମଧ୍ୟ ସନ୍ଦେହ ରହିଛି ।

ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ୍‌ର ଏକ ରିପୋର୍ଟ ଅନୁଯାୟୀ, ଜନି ବେୟାରଷ୍ଟୋ (Jonny Bairstow) ତାଙ୍କ ରିକଭରୀରେ ଅଗ୍ରଗତି କରିଛନ୍ତି, ଯେଉଁଥିରେ ଜାଲରେ ଆଉଟଡୋର ପ୍ରଶିକ୍ଷଣ ଓ ବ୍ୟାଟିଂ ଅଭ୍ୟାସ ଅନ୍ତର୍ଭୁକ୍ତ ରହିଛି । ତେବେ ଜନି ବେୟାରଷ୍ଟୋ (Jonny Bairstow) ମାର୍ଚ୍ଚ ୩୧ରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ (IPL 2023) ଆରମ୍ଭକୁ ଫେରି ପାରିବେ ନାହିଁ । ଏହା ବଦଳରେ ଜନି ବେୟାରଷ୍ଟୋ ୟର୍କସାୟାର ପାଇଁ କାଉଣ୍ଟି କ୍ରିକେଟକୁ ଫେରିପାରନ୍ତି ।

୨୦୨୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଗଲ୍ଫ ଖେଳିବାବେଳେ ଜନି ବେୟାରଷ୍ଟୋ (Jonny Bairstow) ଆହତ ହୋଇଥିଲେ । ଏହା ପରେ ଜନି ବେୟାରଷ୍ଟୋ (Jonny Bairstow) ଙ୍କୁ ଫ୍ରେକ୍ଚର ଯୋଗୁଁ ଅସ୍ତ୍ରୋପଚାର କରିବାକୁ ପଡିଥିଲା । ଜନି ବେୟାରଷ୍ଟୋଙ୍କ ଆଘାତ ତାଙ୍କୁ ୨୦୨୨ ଟି-20 ବିଶ୍ୱକପରୁ ବାହାର କରିଥିଲା । ତେବେ ଗତ ବର୍ଷ ଆଇପିଏଲରେ ଜନି ବେୟାରଷ୍ଟୋଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଜନି ବେୟାରଷ୍ଟୋ ୧୧ଟି ମ୍ୟାଚରେ ୨୩ର ଏଭେରେଜରେ ଦୁଇଟି ଅର୍ଦ୍ଧଶତକ ସହ ମାତ୍ର ୨୫୩ ରନ୍ ସଂଗ୍ରହ କରିଥିଲେ ।

ଚଳିତ ବର୍ଷ ମୟଙ୍କ ଅଗ୍ରୱାଲ (Mayank Agarwal) ଙ୍କ ସ୍ଥାନରେ ଶିଖର ଧାୱନ (Shikhar Dhawan) ପଞ୍ଜାବ କିଙ୍ଗସ୍ (PBKS) ର ଅଧିନାୟକତ୍ୱ କରିବେ । ପଞ୍ଜାବ କିଙ୍ଗସ୍ (PBKS) ଦ୍ୱାରା ମୟଙ୍କ ଅଗ୍ରୱାଲ (Mayank Agarwal) ଙ୍କୁ ନିଲାମ ପୂର୍ବରୁ ରିଲିଜ କରାଯାଇଥିଲା । ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ କିଣିଛି । ଆହତ କାରଣରୁ ଜନି ବେୟାରଷ୍ଟୋଙ୍କୁ ୨୦୨୩ ଆଇପିଏଲରୁ ବାଦ୍ ଦିଆଯିବା ସହିତ PBKS ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି ।  ବର୍ତ୍ତମାନ ଦଳ ତାଙ୍କ ସ୍ଥାନ ଖୋଜିବାରେ ବ୍ୟସ୍ତ ଅଛନ୍ତି ।

ଅଧିକ ପଢ଼ନ୍ତୁ-ପୁରୁଣା ପେନସନ ଭାବେ ମିଳିଲା ବଡ଼ ଉପହାର, ସରକାର କଲେ ଘୋଷଣା-ମିଳିବ OPS ର ଲାଭ!

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ଉପରେ ବର୍ଷିବ ଟଙ୍କା; ଆଜି ମୋଦି ସରକାର ଦେବେ ବଡ଼ ଉପହାର, ଆକାଉଣ୍ଟକୁ ଆସିବ ୨୭,୦୦୦ ଟଙ୍କା!

ଅଧିକ ପଢ଼ନ୍ତୁ-ମୃତ୍ୟୁ ପରେ ଲୋକଙ୍କୁ ଡରାଇବି, କ୍ରିକେଟର ଆତ୍ମହତ୍ୟା ପୂର୍ବରୁ କଲେ ପୋଷ୍ଟ୍

ସେପ୍ଟେମ୍ବରରେ ଆହତ ହୋଇଥିବା ବେୟାରଷ୍ଟୋଙ୍କୁ କ୍ରିକେଟର ସମସ୍ତ ଫର୍ମାଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରାଯାଏ । କିନ୍ତୁ ତାଙ୍କ ଏହି ନିଷ୍ପତ୍ତି ପଛରେ ଏଶୋଜ୍ ସିରିଜ ଏକ କାରଣ ହୋଇପାରେ । ବାସ୍ତବରେ, ଆଘାତ ପରେ ସେ ଏଶୋଜ୍ ପାଇଁ ପ୍ରସ୍ତୁତି ଉପରେ ସମସ୍ତ ଧ୍ୟାନ ଦେବାକୁ ଚାହୁଁଛନ୍ତି ।