IPL 2023: ଶେଷ ଆଇପିଏଲରେ ଧୋନୀଙ୍କୁ ଲାଗିଲା ବଡ଼ ଝଟକା
Advertisement

IPL 2023: ଶେଷ ଆଇପିଏଲରେ ଧୋନୀଙ୍କୁ ଲାଗିଲା ବଡ଼ ଝଟକା

ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଷୋଡ଼ଶ ସଂସ୍କରଣ। ଏହି ସଂସ୍କରଣରେ ଶେଷଥର ପାଇଁ ନଜର ଆସିବେ ମହେନ୍ଦ୍ର ସିଂହ ଧୋନୀ। ତେବେ ଅନ୍ତିମ ଆଇପିଏଲ ଖେଳିବାକୁ ଯାଉଥିବା ବେଳେ ଧୋନୀଙ୍କୁ ଲାଗିଛି ବଡ଼ ଝଟକା। ଯାହାକୁ ନେଇ ଚେନ୍ନାଇ ସୁପର କିଙ୍ଗସ ମୁଣ୍ଡବିନ୍ଧା ବଢିଯାଇଛି। 

IPL 2023: ଶେଷ ଆଇପିଏଲରେ ଧୋନୀଙ୍କୁ ଲାଗିଲା ବଡ଼ ଝଟକା

IPL 2023: ନୂଆଦିଲ୍ଲୀ: ବିଦାୟୀ ଆଇପିଏଲ (IPL 2023) ଖେଳିବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନୀ (Mahendra Singh Dhoni)। ଆସନ୍ତା ୩୧ରୁ ଆରମ୍ଭ ହେଉଥିବା ଆଇପିଏଲ (IPL) ପରେ ଅବସର ନେବେ ଧୋନୀ (Dhoni)। ଏନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବିଦାୟୀ ଆଇପିଏଲ (IPL) ଖେଳିବା ପୂର୍ବରୁ ଧୋନୀଙ୍କୁ ଲାଗିଛି ଏକ ଜୋରଦାର ଝଟକା। ଧୋନୀଙ୍କ ବିକଳ୍ପ ଭାବେ ପରିକଳ୍ପନା କରାଯାଉଥିବା ଖେଳାଳି ଏବେ ଅଧାରୁ ଆଇପିଏଲରୁ (IPL) ବିଦାୟ ନେବେ ବୋଲି ଆଲୋଚନା ହେଉଛି। ସେପଟେ ଏଭଳି ସମସ୍ୟା ସାମ୍ନାକୁ ଆସିବା ପରେ ଚେନ୍ନାଇ ସୁପର କିଙ୍ଗସର (Chennai Supe Kings) ମୁଣ୍ଡ ବିନ୍ଧା ଦୁଇ ଗୁଣା ହୋଇଯାଇଛି। 

ମିଳିଥିବା ସୂଚନା ଅନୁଯାୟୀ ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ଅଧାରୁ ଆଇପିଏଲ ଛାଡିବେ ବୋଲି ସୂଚନା ରହିଛି। ବେନ ଷ୍ଟୋକ୍ସ ଆୟରଲାଣ୍ଡ ବିରୋଧରେ ଟେଷ୍ଟ ସିରିଜ ଓ ଆସେସ ସିରିଜ ପ୍ରସ୍ତୁତ ପାଇଁ ସେ ଆଗାମୀ ଆଇପିଏଲର ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଷ୍ଟୋକ୍ସ ଗତ ଡିସେମ୍ବର ମାସରେ ହୋଇଥିବା ମିନି ନିଲାମୀରେ ଚେନ୍ନାଇ ସୁପର କିଙ୍ଗସରେ ସବୁଠାରୁ ଅଧିକ ଟଙ୍କା ଦେଇ ତାଙ୍କୁ କିଣିଥିଲା। ଷ୍ଟୋକ୍ସଙ୍କୁ ପ୍ରାୟ ୧୬.୨୫ କୋଟି ଦେଇ କିଣିଥିଲା। ସୂଚନାଯୋଗ୍ୟ ଆସନ୍ତା ମେ ୨୮ରେ IPL ଫାଇନାଲ୍ ଖେଳାଯିବ। ଇଂଲଣ୍ଡ ଦଳ ଜୁନ୍ ୧ରୁ ଆୟର୍ଲାଣ୍ଡରେ ଏକ ଟେଷ୍ଟ ସିରିଜ ଖେଳିବ ଏବଂ ପରେ ସେମାନଙ୍କୁ ୧୬ ଜୁନ୍ ଠାରୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଆସେସ ସିରିଜ। ତେବେ ଏହି ସିରିଜ ଖେଳିବା ପାଇଁ ଷ୍ଟୋକ୍ସ କହିଛନ୍ତି କି ମୁଁ ନିଶ୍ଚିତ ଖେଳିବି। ଏହି ଉଭୟ ସିରିଜ ଖେଳିବା ପାଇଁ ମୋତେ ପର୍ଯ୍ୟାପ୍ତ ସମୟ ମିଳିବା ଆବଶ୍ୟକ ବୋଲି ସେ କହିଥିଲେ। 

୮ଜଣ ଖେଳାଳି ସ୍ୱଦେଶ ଫେରିବା ପ୍ରୟାସରେ ରହିଛନ୍ତି
ତେବେ ଏହି ସିରିଜ ପାଇଁ ଷ୍ଟୋକ୍ସଙ୍କ ଭଳି ଆଉ କେତେ ଜଣ ଆଇପିଏଲ ଅଧାରୁ ସ୍ୱଦେଶ ଫେରୁଛନ୍ତି ଦେଖିବାକୁ ବାକି ରହିଲା। ସମ୍ପ୍ରତି ଆଇପିଏଲରେ ଖେଳିବାକୁ ଥିବା ଇଂଲଣ୍ଡ ୮ଜଣ ଟେଷ୍ଟ ଖେଳାଳିଙ୍କ ମଧ୍ୟରୁ ୬ ଜଣ ଫୁଲଟାଇମ ଖେଳାଳି ରହିଛନ୍ତି। ଏହି ତାଲିକାରେ ଜୋ ରୁଟ, ମାର୍କ ଉଡ଼, ଜନି ବେୟାରଷ୍ଟୋ, ଲିୟମ ଲିଭିଙ୍ଗଷ୍ଟନ, ଜୋଫ୍ରା ଆର୍ଚର, ସାମ କୁରାନଙ୍କ ଭଳି ଖେଳାଳି ସାମିଲ ରହିଛନ୍ତି। ସେହିପରି ହାରି ବ୍ରୁକଙ୍କ ଏକ ବଡ଼ ଅର୍ଥରାଶି ଦେଇ ହାଇଦ୍ରାବାଦ କିଣିଥିଲା। ECB ଏହି ଖେଳାଳୀମାନଙ୍କ ପାଇଁ ଏକ ତାରିଖ ନିର୍ଣ୍ଣୟ କରିପାରିବ। ଷ୍ଟୋକ୍ସ କହିଥିଲେ ​​ଯେ ଆସେସ ସିରିଜ ପାଇଁ ତାଙ୍କୁ ପ୍ରସ୍ତୁତ ହେବାକୁ କଣ ସବୁ ଆବଶ୍ୟକ ରହିଛି। ଯଦି କିଛି ଖେଳାଳି ଆୟରଲାଣ୍ଡ ଟେଷ୍ଟ ନ ଖେଳିବେ ତାଙ୍କ କଣ ସବୁ ବିକଳ୍ପ ରହିବ ତାହା ଉପରେ ସେ ଆଲୋଚନା କରିବେ ବୋଲି କହିଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି ମୁଁ ପ୍ରତ୍ୟେକ ଖେଳାଳିଙ୍କ ସହିତ ଆଲୋଚନା କରିବି। ଆସେସ ସିରିଜ ପାଇଁ ତାଙ୍କୁ କଣ ସବୁ ଆବଶ୍ୟକତା ରହିଛି, ସେ ସମ୍ପର୍କରେ ଆଲୋଚନା କରିବି। କାରଣ ସେହି ପାଞ୍ଚଟି ମ୍ୟାଚ୍ ନିଶ୍ଚିତ ଭାବରେ ଗ୍ରୀଷ୍ମର ବହୁତ ବଡ ମ୍ୟାଚ୍ ଏବଂ ଆପଣଙ୍କୁ ଚିନ୍ତା କରିବାକୁ ପଡିବ। ଯଦି ଆୟର୍ଲାଣ୍ଡ ମେଳାରେ କିଛି ଘଟେ ତେବେ ତେବେ ଆମେ ପାଉଁଶରେ କାହାକୁ ହରାଇବୁ! ଏଗୁଡ଼ିକ ହେଉଛି କିଛି ଜିନିଷ ଯେଉଁଠାରେ ଆପଣଙ୍କୁ ସେହି ସପ୍ତାହରୁ ଏକ ଖେଳାଳୀ ଚାହୁଁଥିବା ବିକଳ୍ପକୁ ବିଚାର କରିବାକୁ ପଡିବ ବୋଲି ସେ କହିଥିଲେ।