IPL 2022 Final: ଆଜି ଟାଇଟଲ୍ ପାଇଁ ଟକ୍କର, ରାଜସ୍ଥାନ ରୟାଲ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ
Advertisement

IPL 2022 Final: ଆଜି ଟାଇଟଲ୍ ପାଇଁ ଟକ୍କର, ରାଜସ୍ଥାନ ରୟାଲ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ

IPL 2022 Finalରେ ଉଭୟ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଆକର୍ଷଣୀୟ ଟ୍ରଫି ଓ ମନଲୋଭା ପୁରସ୍କାର ହାତେଇବା ପାଇଁ ମଇଦାନକୁ ଓହ୍ଲାଇବେ। ଡେବ୍ୟୁ ସିଜିନରେ ଗୁଜୁରାଟ ଦଳ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଛି। ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପରେ ଟ୍ରଫି ଜିତିବା ପାଇଁ ଫାଇନାଲ ମ୍ୟାଚ୍‌ ଖେଳିବାକୁ ଯାଉଛି। 

ଡିଜାଇନ୍ ଫଟୋ

IPL 2022 Final : ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ସଣ୍ଡେରେ ସୁପର ମୁକାବିଲା ଦେଖିବେ କ୍ରିକେଟ ପ୍ରେମୀ। ଫଟାଫଟ୍‌ କ୍ରିକେଟ୍‌ ଲିଗ୍‌ ଆଇପିଲ ୨୦୨୨ର ମହାମୁକାବିଲା। ଦୀର୍ଘ ୬୬ ଦିନର ରୋମାଞ୍ଚ ଓ ୭୩ଟି ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଆଜି ଫାଇନଲ ଟାଇଟଲ ପାଇଁ ହେବ ମହାଲଢ଼େଇ। ଆଇପିଏଲ ଇତିହାସର ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପରେ ଫାଇନାଲ ମୁକାବିଲା ଖେଳିବାକୁ ଯାଉଥିବା ବେଳେ ୨୦୨୨ରେ ଆଇପିଏଲରେ ଏଣ୍ଟ୍ରି ମାରିଥିବା ନୂଆ ଦଳ ଗୁଜରାଟ ଟାଇଟନ୍ସ ଫାଇନାଲ ଖେଳିବ।

IPL 2022 Finalରେ ଉଭୟ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଆକର୍ଷଣୀୟ ଟ୍ରଫି ଓ ମନଲୋଭା ପୁରସ୍କାର ହାତେଇବା ପାଇଁ ମଇଦାନକୁ ଓହ୍ଲାଇବେ। ଡେବ୍ୟୁ ସିଜିନରେ ଗୁଜୁରାଟ ଦଳ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଛି। ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପରେ ଟ୍ରଫି ଜିତିବା ପାଇଁ ଫାଇନାଲ ମ୍ୟାଚ୍‌ ଖେଳିବାକୁ ଯାଉଛି। ରବିବାର ସନ୍ଧ୍ୟା ୮ଟାରେ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ IPL 2022 ଟ୍ରଫି ପାଇଁ ଲଢେଇ ହେବ। ନବ ନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଲକ୍ଷେ  ୩୨ ହଜାର ଦର୍ଶକ  ଫାଇନାଲ ମୁକାବିଲା ଦେଖିବେ। ପ୍ରଥମଥର ପାଇଁ ଏତେ ସଂଖ୍ୟକ ଦର୍ଶନ ଆଇପିଏଲ ଫାଇନାଲ ଦେଖିବେ। 

Also Read: IPL 2022 Qualifier 2 : ୧୪ ବର୍ଷ ପରେ ଫାଇନାଲରେ ରାଜସ୍ଥାନ, ବେଙ୍ଗାଲୋର ନେଲା ବିରାଟ ବିଦାୟ

ବିଶ୍ବର ସବୁଠୁ ବଡ଼ କ୍ରିକେଟ ଷ୍ଟାଡି୍ୟମ ଲୋକର୍ପିତ ହେବା ପରଠୁ ପ୍ରଥମ ଥର ପାଇଁ ପୂର୍ଣ୍ଣ ଦର୍ଶକରେ ମ୍ୟାଚ୍‌ ହେବାକୁ ଯାଉଛି। ଗୁଜୁରାଟ ଟାଇଟନ୍ସ ରାଜସ୍ଥାନକୁ ପ୍ରଥମ କ୍ବାଲିଫାଏର ମ୍ୟାଚରେ ମାତ୍‌ ଦେଇ ଫାଇନାଲରେ ଏଣ୍ଟ୍ରି କରିଛି। ହେଲେ ଦ୍ବିତୀୟ କ୍ବାଲିଫାଏର ମ୍ୟାଚରେ ଆରସିବିକୁ ଏକତରଫା ଭାବେ ରାଜସ୍ଥାନ ଦଳ ଯେଉଁଭଳି ମାତ୍‌ ଦେଇଛି ତାହାକୁ ନଜର କଲେ ଫାଇନାଲ ମୁକାବିଲା ହାଇଭୋଲଟେଜ ହେବାର ଅନୁମାନ କରାଯାଉଛି। 

ଗୁଜୁରାଟ ଟାଇଟନ୍ସ ସମ୍ଭାବ୍ୟ ଏକାଦଶ:

ଶୁଭମନ ଗିଲ୍, ରିଦ୍ଧିମାନ ଶାହା, ମ୍ୟାଥୁ ଓ୍ବେଡ, ହାର୍ଦ୍ଧିକ ପାଣ୍ଡିଆ, ଡେଭିଡ ମିଲର, ରାହୁଲ ତେଓ୍ବତିଆ, ରଶିଦ୍‌ ଖାନ, ଅଲଜାରି ଜୋଶେଫ୍, ଆର୍‌. ସାଇ କିଶୋର, ମହମ୍ମଦ ସାମି, ୟାଶ ଦୟାଲ

ରାଜସ୍ଥାନ ରୟାଲ୍ସ ସମ୍ଭାବ୍ୟ ଏକାଦଶ:

ଜୋଶ୍‌ ବଟଲର, ଯଶ୍ବସୀ ଜୈଶ୍ବାଲ, ସଞ୍ଜୁ ସାମସନ୍, ଦେବଦତ୍ତ ପାଦିକଲ, ଶିମରନ୍‌ ହେଟମେୟର, ରିଆନ୍‌ ପରାଗ, ଆର ଅଶ୍ବିନୀ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଓବେଡ ମୋକି, ୟୁଜବେନ୍ଦ୍ର ଚହଲ